Advertisment

୮ରେ ଆସିବେ ରାଜନାଥ, ୧୨ରେ ପୁଣି ଆସିବେ ଅମିତ ଶାହ

ବିଜେପି କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଘନ ଘନ ଓଡ଼ିଶା ଗସ୍ତ।

author-image
Jitendra Garnayak
Rajnath Singh

Rajnath Singh

ମେ’ ୮ ତାରିଖରେ ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସେ ରାୟଗଡ଼ା ଗସ୍ତ କରିବେ। ସେହିପରି ୧୨ ତାରିଖରେ ପୁଣି ଥରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସିବେ। ବିଜେପିର ରାଜ୍ୟ ନିର୍ବାଚନ ପ୍ରଭାବରୀ ବିଜୟପାଲ ସିଂହ ତୋମାର ଏହି ସୂଚନା ଦେଇଛନ୍ତି। 

Advertisment

ନିର୍ବାଚନ ପାଇଁ ବିଜେପିର ତୁଙ୍ଗ ନେତୃତ୍ୱ ଘନ ଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ଗତକାଲିଠାରୁ ଓଡ଼ିଶା ଗସ୍ତରେ ଅଛନ୍ତି। ଆଜି ଅପରାହ୍ନରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓଡ଼ିଶା ଆସୁଛନ୍ତି। ସେହିପରି ଆଜି ରାତିରେ ଆସି ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତାକାଲି ସେ ବ୍ରହ୍ମପୁର ଓ ନବରଙ୍ଗପୁରରେ ନିର୍ବାଚନୀ ସଭାରେ ଯୋଗ ଦେବେ। ମେ’ ୧୦ ଓ ୧୧ ତାରିଖରେ ପ୍ରଧାନମନ୍ତ୍ରୀ ପୁଣି ଓଡ଼ିଶା ଆସିବେ। ୧୦ରେ ସେ ଭୁବନେଶ୍ୱରରେ ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ଥିବା ବେଳେ ୧୧ରେ ବଲାଙ୍ଗିରରେ ସାଧାରଣସଭାରେ ଯୋଗ ଦେବେ।

ଏପ୍ରିଲ ୨୫ ତାରିଖରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ସୋନପୁର ଆସି ନିର୍ବାଚନୀ ବିଗୁଲ ବଜାଇଥିଲେ। ତାଙ୍କ ପରେ ଏପ୍ରିଲ ୨୮ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ବ୍ରହ୍ମପୁର ଆସି ଦଳର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ। 

Advertisment

ଆଗକୁ ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦଙ୍କର ଏହି ପରି ଘନ ଘନ ଓଡ଼ିଶା ଗସ୍ତ ଜାରି ରହିବ ବୋଲି ପୂର୍ବରୁ ରାଜ୍ୟର ଅନେକ ନେତା କହିସାରିଛନ୍ତି।  

Bjp Rajnath Singh 2024 General Election Loka Sabha Election 2024 Odisha Assembly Election 2024