Advertisment

'ରାଜସ୍ଥାନରୁ କଂଗ୍ରେସ ହଟିବା ଜରୁରୀ', ନିର୍ବାଚନୀ ଇସ୍ତାହାର ଜାରି କରି ବର୍ଷିଲା ବିଜେପି

ଆସନ୍ତା ୨୫ ତାରିଖରେ ରାଜସ୍ଥାନରେ ସାଧାରଣ ନିର୍ବାଚନ ହେବ। ଡିସେମ୍ବର ୩ ତାରିଖରେ ଫଳାଫଳ ଆସିବ।

BJPs Rajasthan Manifesto

BJPs Rajasthan Manifesto

Advertisment

'ରାଜସ୍ଥାନରୁ କଂଗ୍ରେସ ହଟିବା ଜରୁରୀ। ଏଠି ଦୁର୍ନୀତି ମାମଲାରେ ଯଦି କୌଣସି ଦଳ ସବୁଠୁ ଆଗରେ ଅଛି ତାହା ହେଲେ ସେ ହେଉଛି କଂଗ୍ରେସ। ରାଜସ୍ଥାନରେ ପଛୁଆ ବର୍ଗ ଓ ଅନୁସୂଚିତ ଜାତି ଉପରେ ଅତ୍ୟାଚାର ହେଉଛି। ମହିଳାଙ୍କ ସହ ହେଉଥିବା ଅପରାଧ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ରାଜସ୍ଥାନ ଶୀର୍ଷରେ ରହିଛି। କେବଳ ସେତିକି ନୁହେଁ ଏଠି ରେକର୍ଡ ବ୍ରେକ୍‌ ପେପର୍‌ ଲିକ୍‌ ମାମଲା ମଧ୍ୟ ସାମ୍ନାକୁ ଆସିଛି।' ଆଜି ରାଜସ୍ଥାନ ନିର୍ବାଚନକୁ ଦୃଷ୍ଟିରେ ବିଜେପି ତା'ର ନିର୍ବାଚନୀ ଇସ୍ତାହାର ଜାରି କରିବା ସମୟରେ କଂଗ୍ରେସ ଉପରେ ଏଭଳି କିଛି ବର୍ଷିଛି।

Advertisment

ପାଖେଇ ଆସିଲାଣି ରାଜସ୍ଥାନ ନିର୍ବାଚନ। ଏଥିପାଇଁ ଆଜି ବିଜେପି ତା'ର ଘୋଷଣାପତ୍ର ବା ନିର୍ବାଚନୀ ଇସ୍ତାହାର ଜାରି କରିଛି। ଏକ କୋଟି ଲୋକଙ୍କ ମତାମତ ନେଇ ଏହି ମେନିଫେଷ୍ଟୋ ତିଆରି କରାଯାଇଥିବା ଦଳ କହିଛି। ଏହି ଅବସରରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ଥିଲେ। ଘୋଷଣାପତ୍ର ଜାରି କରି ସେ କଂଗ୍ରେସକୁ ଜୋରଦାର ଟାର୍ଗେଟ୍ କରିଛନ୍ତି କରିଛନ୍ତି। ରାଜସ୍ଥାନ ଶାସନ ଗାଦିରୁ କଂଗ୍ରେସ ହଟିବା ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି।

ଦୁର୍ନୀତି ତାଲିକାରେ କଂଗ୍ରେସ ସବୁଠୁ ଶୀର୍ଷରେ ରହିଛି। ବିଜେପିର ଘୋଷଣା ପତ୍ର ଆମ ପାଇଁ ରୋଡମ୍ୟାପ୍‌ ଭଳି। ବିଜେପି ଯାହା କହି ନଥିଲା ତାହା କରି ଦେଖାଇଛି। ଆଜି ରାଜସ୍ଥାନର ଯାହା ସ୍ଥିତି ରହିଛି ତାକୁ ଦେଖିଲେ ଲାଗୁଛି ଏଠି ସରକାର ବଦଳିବା ନିହାତି ଆବଶ୍ୟକ। ଏଠାକାର ମହିଳା, ଯୁବକ ଓ କୃଷକମାନେ କଂଗ୍ରେସକୁ ତିରସ୍କାର କରିସାରିଲେଣି। ବିଜେପିର ଘୋଷଣା ପତ୍ର ସବ୍‌କା ସାଥ ସବ୍‌କା ବିକାଶ ମନ୍ତ୍ର ଉପରେ ଆଧାରିତ ବୋଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି, ରାଜସ୍ଥାନକୁ କେନ୍ଦ୍ର ସରକାର ଭରପୂର ସହାୟତା କରିଛନ୍ତି। ଯଦି ଢ଼ାଞ୍ଚାଗତ ବିକାଶର କଥା କୁହାଯାଏ ତେବେ ରାଜସ୍ଥାନରେ କେନ୍ଦ୍ର ସରକାର ବେଶ୍‌ ଭଲ କାମ କରିଛନ୍ତି। ଗତ ୯ ବର୍ଷ ଭିତରେ କେନ୍ଦ୍ର ସରକାରଙ୍କ ସହାୟତାରେ ରାଜ୍ୟରେ ୨୩ଟି ନୂଆ ମେଡିକାଲ କଲେଜ ଖୋଲିଛି। ରାଜସ୍ଥାନରେ ଯଦି ବିଜେପି ସରକାରକୁ ଆସେ ତେବେ ପ୍ରଶ୍ନପତ୍ର ଲିକ୍ ବା ଅନ୍ୟ ଦୁର୍ନୀତି ମାମଲାର ଯାଞ୍ଚ କରାଯିବ । ଏଥିପାଇଁ ଏସ୍‌ଆଇଟି ଗଠନ କରାଯିବ ବୋଲି ଜେପି ନଡ୍ଡା ଘୋଷଣା ପତ୍ର ଜାରି କରି ଲୋକଙ୍କୁ ଏଭଳି କିଛି ପ୍ରତିଶ୍ରୁତି ଦେଇଛନ୍ତି।

Bjp Congress Jp Nadda Rajasthan Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe