ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ। ରାଜସ୍ଥାନ ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ 33 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଦଳ। ସରଦରପୁରାରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଟିକେଟ୍ ମିଳିଛି।
ସେହିପରି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ତୋନକ ନିର୍ବାଚନୀ ମଣ୍ଡଳୀରୁ ଟିକେଟ୍ ମିଳିଛି। ସଚିନ ପାଇଲଟଙ୍କ କ୍ୟାମ୍ପର ଚାରି ଜଣ ସଦସ୍ୟଙ୍କ ନାମ ପ୍ରଥମ ପ୍ରାର୍ଥୀ ତାଲିକାଲେ ରହିଛି।
Also Read
ବିଧାନସଭା ବାଚସ୍ପତି ସିପି ଯୋଶୀଙ୍କୁ ନଥଦ୍ୱାରାରୁ ଟିକେଟ୍ ମିଳିଥିବା ବେଳେ ଆରପିସିସି ମୁଖ୍ୟ ଗୋବିନ୍ଦ ସିଂହ ଦୋତସରାଙ୍କୁ ଲକ୍ଷ୍ମଣଗଡରୁ ଟିକେଟ୍ ମିଳିଛି।
ନଭେମ୍ବର 7ରୁ 5 ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ରାଜସ୍ଥାନରେ ନଭେମ୍ବରେ 25ରେ ମତଦାନ ରହିଛି। ଡିସେମ୍ବର 3ରେ ସମସ୍ତ ରାଜ୍ୟର ଫଳାଫଳ ପ୍ରକାଶ ପାଇବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଇଭିଏମ୍ ପ୍ରସଙ୍ଗରେ କଂଗ୍ରେସର ସାଥ ଦେଲେନି ଓମାର ଅବଦୁଲ୍ଲା
ଆଶା ଅନୁଯାୟୀ ଫଳାଫଳ ନମିଳିଲେ ଇଭିଏମ୍ ଉପରେ ପ୍ରଶ୍ନ ଉଠାଇବା ଭୁଲ୍ ବୋଲି କହିଲେ ଓମାର ଅବଦୁଲ୍ଲା। କଂଗ୍ରେସକୁ କଲେ ସମାଲୋଚନା।
Politics
ମହାରାଷ୍ଟ୍ରରେ ଛିଡ଼ିଲା ଅଙ୍କ; ମନ୍ତ୍ରୀ ଭାବେ ଶପଥ ନେଲେ ୩୯ ବିଧାୟକ
ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନାଗପୁରରେ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ। ଏହି ମନ୍ତ୍ରୀ ପରିଷଦର କାର୍ଯ୍ୟକାଳ ମାତ୍ର ଅଢ଼େଇ ବର୍ଷ ହେବ ବୋଲି ମିଳିଛି ସୂଚନା।
Politics
‘ଆଉ କେହି ନବୀନ ବାବୁଙ୍କୁ ଛାଡ଼ିବେନି’
‘ବିଜେପିର ରାଜ୍ୟସଭାରେ ସଂଖ୍ୟା ନାହିଁ। ତେଣୁ ସେମାନେ ଏଭଳି କାମ କରୁଛନ୍ତି।’
Politics
‘ଯେଉଁମାନେ ଦଳ ପାଇଁ କିଛି କରି ନାହାନ୍ତି, ସେମାନେ ଖସୁଛନ୍ତି’
ତୃଣମୂଳ ସ୍ତରରେ ବିଜେଡି ଏବେ ବି ସୁଦୃଢ଼ ରହିଛି ବୋଲି କହିଛନ୍ତି ପୂର୍ବତନ ବିଧାୟକ ସୁଧୀର ସାମଲ।
Politics
ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସାଂସଦ-ବିଧାୟକ କଥା କଟାକଟି
ସ୍ଥିତିକୁ ମୁଖ୍ୟମନ୍ତ୍ରୀ ସମ୍ଭାଳିନେବା ସହିତ ଜଗନ୍ନାଥ ସାଗରର ବିକାଶ ନେଇ ଦେଇଥିଲେ ପ୍ରତିଶ୍ରୁତି।