Advertisment

ବଦଳିଲା ନିର୍ବାଚନ ତାରିଖ: ନଭେମ୍ବର ୨୩ ନୁହେଁ, ୨୫ରେ ରାଜସ୍ଥାନ ଭୋଟ

ମତଦାନର ତାରିଖ ବଦଳି ଥିଲେ ହେଁ ଭୋଟ ଗଣତି ଓ ଫଳାଫଳ ବାକି ୪ ରାଜ୍ୟ ସହ ଡିସେମ୍ବର ୩ ତାରିଖରେ ପ୍ରକାଶ ପାଇବ।

Vote

Vote

Advertisment

ବଦଳିଛି ରାଜସ୍ଥାନ ବିଧାନସଭା ନିର୍ବାଚନ ତାରିଖ। ଦିନକ ତଳେ ରାଜସ୍ଥାନବାସୀ ନଭେମ୍ବର ୨୩ରେ ଭୋଟ ଦେବେ ବୋଲି ମୁଖ୍ୟ ନିର୍ବାଚନ କମିଶନର ଘୋଷଣା କରିଥିଲେ। ହେଲେ ଆଜି ଭୋଟିଂ ତାରିଖରେ ସଂଶୋଧନ କରାଯାଇଛି। ରାଜସ୍ଥାନବାସୀ ନଭେମ୍ବର ୨୩ ବଦଳରେ ନଭେମ୍ୱର ୨୫ରେ ଭୋଟ ଦେଇ ନିଜ ପସନ୍ଦର ସରକାର ବାଛିବେ।

Advertisment

ମତଦାନର ତାରିଖ ବଦଳି ଥିଲେ ହେଁ ଭୋଟ ଗଣତି ଓ ଫଳାଫଳ ବାକି ୪ ରାଜ୍ୟ ସହ ଡିସେମ୍ବର ୩ ତାରିଖରେ ପ୍ରକାଶ ପାଇବ।

ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ହୋଇଥିବା ବିବୃତିରେ କୁହାଯାଇଛି ଯେ ନଭେମ୍ବର ୨୩ ତାରିଖରେ ଏକାଧିକ ବାହାଘର ଓ ସାମାଜିକ କାର୍ଯ୍ୟ ସବୁ ରହିଛି। ତେଣୁ ଭୋଟିଂ ଉପରେ ଏହା ପ୍ରଭାବ ପକାଇପରେ। ଭୋଟିଂ ହାର କମି ପାରେ। ତେଣୁ ଏହାକୁ ଦୃଷ୍ଟିରେ ରଖି ତାରିଖ ପରିବର୍ତ୍ତନ କରାଯାଇଛି।

Advertisment

ଗତ ୯ ତାରିଖରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ୫ ରାଜ୍ୟ- ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଘୋଷଣା କରିଥିଲେ। 

ମିଜୋରାମରେ ନଭେମ୍ବର ୭ ତାରିଖରେ ଭୋଟ୍ ଗ୍ରହଣ କରାଯିବ। ମଧ୍ୟ ପ୍ରଦେଶରେ ନଭେମ୍ବର ୧୭ ତାରିଖରେ ଭୋଟ୍ ହେବାକୁ ଥିବା ବେଳେ ରାଜସ୍ଥାନରେ ନଭେମ୍ବର ୨୩ ଓ ତେଲେଙ୍ଗାନାରେ ନଭେମ୍ବର ୩୦ ତାରିଖରେ ମତଦାନ ହେବ ବୋଲି ସେ କହିଥିଲେ।

ଏଥିସହ କେବଳ ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ଏଠାରେ ନଭେମ୍ବର ୭ରେ ପ୍ରଥମ ପର୍ଯ୍ୟାୟ ଓ ନଭେମ୍ବର ୧୭ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ ବୋଲି ରାଜୀବ କୁମାର ସୂଚନା ଦେଇଥିଲେ। ହେଲେ ଏବେ କେବଳ ରାଜସ୍ଥାନର ଭୋଟିଂ ତାରିଖ ବଦଳିଛି। 

Rajasthan CEC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe