Advertisment

ଜିତିଲେ ଗେହଲଟ-ପାଇଲଟ୍‌, କିନ୍ତୁ ହାରିଲା କଂଗ୍ରେସ

ନିଜ ନିଜ ଆସନରେ ଜିତିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ କଂଗ୍ରେସ ନେତା ସଚିନ ପାଇଲଟ।

ଅଦ୍ୟତନ ହୋଇଛି
Sachin Pilot and Ashok Gehlot

Sachin Pilot and Ashok Gehlot

Advertisment

ରାଜସ୍ଥାନକୁ କବ୍‌ଜା କରିଛି ବିଜେପି। ହାରିଛି କଂଗ୍ରେସ। ହେଲେ ନିରାଶ ହୋଇନାହାନ୍ତି ଗେହଲଟ-ପାଇଲଟ୍‌। ନିଜ ନିଜ ଆସନରେ ଜିତିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ କଂଗ୍ରେସ ନେତା ସଚିନ ପାଇଲଟ।

Advertisment

ରାଜସ୍ଥାନର ଟୋଙ୍କ ଆସନ ଉପରେ ସମସ୍ତଙ୍କ ନଜର ରହିଥିଲା। ଦୀର୍ଘ ସମୟର ଅପେକ୍ଷା ପରେ ଏହି ଆସନର ଫଳାଫଳ ସାମ୍ନାକୁ ଆସିଛି। ଏହି ଆସନରୁ ଲକ୍ଷେରୁ ଅଧିକ ଭୋଟ୍‌ରେ ବିଜୟ ହାସଲ କରିଛନ୍ତି କଂଗ୍ରେସ ନେତା ସଚିନ ପାଇଲଟ୍‌। ବିଜେପିର ଅଜିତ ସିଂହ ମେହଟାଙ୍କୁ ହରାଇ ସଚିନ ୧ ଲକ୍ଷ ୫ ହଜାର ୮୧୨ ଭୋଟ୍‌ ହାସଲ କରିଛନ୍ତି। ୨୦୧୮ରେ ମଧ୍ୟ ସଚିନ ପାଇଲଟ ଏହି ଆସନରୁ ନିର୍ବାଚନ ଲଢ଼ି ଜିତିଥିଲେ।

ସେହିପରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ନିଜ ଆସନରୁ ବହୁମତରେ ଜିତିଛନ୍ତି। ସେ ରାଜସ୍ଥାନର ସରଦାରପୁର ଆସନରୁ ଅଶୋକ ଲଗାତର ୯ ଥର ପାଇଁ ବିଜୟ ହୋଇଛନ୍ତି। ୨୬,୩୯୬ ଭୋଟରେ ବିଜେପିର ପ୍ରଫେସର ମହେନ୍ଦ୍ର ରାଠୋରଙ୍କୁ ସେ ପରାସ୍ତ କରିଛନ୍ତି।

Advertisment

ମହେନ୍ଦ୍ର ରାଠୋର୍‌ଙ୍କୁ ୬୮,୫୨୧ ଭୋଟ୍‌ ମିଳିଥିବା ବେଳେ ଅଶୋକ ଗେହଲଟଙ୍କୁ ପ୍ରାୟ ୯୫ ହଜାର ୪୦୯ଟି ଭୋଟ ମିଳିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ୧୯୯୯, ୨୦୦୩, ୨୦୦୮, ୨୦୧୩, ୨୦୧୮ରେ ଲଗାତର ସରଦାରପୁର ଆସନରେ ନିର୍ବାଚନ ଲଢ଼ି ବିଜୟ ହୋଇଛନ୍ତି।

Sachin Pilot Ashok Gehlot Election Results Rajasthan Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe