Advertisment

ରାଜସ୍ଥାନ ପାଇଁ କଂଗ୍ରେସ ଖୋଲିଲା ପ୍ରତିଶୃତି ପେଡ଼ି

ଆସନ୍ତା ୨୫ ତାରିଖରେ ରାଜସ୍ଥାନରେ ବଧାନସଭା ନିର୍ବାଚନ ପାଇଁ ଭୋଟ୍‌ ପଡ଼ିବ।

author-image
Madhupriya Mistry
 Ashok Gehlot releases Rajasthan Congress manifesto

Ashok Gehlot releases Rajasthan Congress manifesto

କମ୍ପୁଛୁ ପ୍ରଚାର ମୈଦାନ। ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ଜୋରଦାର ହେଉଛି ପ୍ରଚାର। ଘନ ଘନ ପ୍ରଚାର ଓ ରୋଡ୍‌ ଶୋ'ରେ ମାତିଛନ୍ତି ନେତା ମନ୍ତ୍ରୀ। ରାଜସ୍ଥାନ ନିର୍ବାଚନ ପାଇଁ ମୈଦାନକୁ ଓହ୍ଲାଇଛନ୍ତି ସବୁ ଦଳ। ଏହାରି ଭିତରି ରାଜସ୍ଥାନ ପାଇଁ ପ୍ରତିଶୃତି ପେଡ଼ି ଖୋଲିଛି କଂଗ୍ରେସ। ଜାରି କରିଛି ଘୋଷଣା ପତ୍ର।

Advertisment

ରାଜସ୍ଥାନ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ତା'ର ନିର୍ବାଚନୀ ଇସ୍ତାହାର ପତ୍ର ଜାରି କରିଛି। ରାଜସ୍ଥାନ ହେଉଛି କଂଗ୍ରେସର ଏକ ମଜଭୁତ ଗଡ଼। ଯାହା ଆମେ ପୂରଣ କରିପାରିବୁ ଆମେ କେବଳ ସେହି ପ୍ରତିଶୃତି ଦେଇଥାଉ ବୋଲି ଜୟପୁରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡଗେ ଘୋଷଣା ପତ୍ର ଜାରି କରିବା ଅବସରରେ କହିଛନ୍ତି।

ଚଳିତ ବର୍ଷ ଶେଷ ସୁଦ୍ଧା ରାଜସ୍ଥାନର ଅର୍ଥନୀତି ୧୫ଲକ୍ଷ କୋଟି ଟଙ୍କା ହେବ। ୨୦୩୦ ସୁଦ୍ଧା ଏହାକୁ ୩୦ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ପ୍ରତିଶ୍ରୁତି ଦେଇଛନ୍ତି। ସ୍ୱାମୀନାଥନ କମିଟିର ସୁପାରିଶ ଅନୁଯାୟୀ କୃଷକମାନଙ୍କ ପାଇଁ ଏମଏସପି ଆଇନ ଅଣାଯିବ। ଚିରଞ୍ଜୀବୀ ବୀମା ରାଶି ୨୫ଲକ୍ଷରୁ ୫୦ଲକ୍ଷକୁ ବୃଦ୍ଧି କରାଯିବ। ଏଥି ସହିତ ୪ଲକ୍ଷ ଯୁବକଙ୍କୁ ସରକାରୀ ଚାକିରୀ ଦିଆଯିବ ଏବଂ ୧୦ ଲକ୍ଷ ଯୁବକଙ୍କୁ ନିଯୁକ୍ତି ଦିଆଯିବ ବୋଲି କଂଗ୍ରେସ ତା ନିର୍ବାଚନୀ ଇସ୍ତାହାରରେ କହିଛି।

Advertisment

ମନିଫେଷ୍ଟୋରେ ପଞ୍ଚାୟତ ସ୍ତରରେ ସରକାରୀ ଚାକିରିର ଏକ ନୂତନ କ୍ୟାଡର ସୃଷ୍ଟି କରିବାକୁ କଂଗ୍ରେସ ପ୍ରତିଶୃତି ଦେଇଛି। ଗ୍ୟାସ୍ ସିଲିଣ୍ଡର ଦାମ୍‌ ୫୦୦ ଟଙ୍କାରୁ ୪୦୦ ଟଙ୍କାକୁ ହ୍ରାସ କରାଯିବ। ରାଜ୍ୟରେ RTE ଆଇନ ଆଣି ବେସରକାରୀ ଶିକ୍ଷାନୁଷ୍ଠାନରେ ଦ୍ୱାଦଶ ପର୍ଯ୍ୟନ୍ତ ଶିକ୍ଷା ମାଗଣା ଦିଆଯିବ। ସେହିପରି ମନରେଗା ଓ ଇନ୍ଦିରା ଗାନ୍ଧୀ ସହରୀ ନିଯୁକ୍ତି ୧୨୫ରୁ ୧୫୦ଦିନକୁ ବୃଦ୍ଧି କରାଯିବ। ଛୋଟ ବ୍ୟବସାୟୀ ଏବଂ ଦୋକାନୀମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ପ୍ରଦାନ କରିବାକୁ ମର୍ଚାଣ୍ଟ କ୍ରେଡିଟ କାର୍ଡ ଯୋଜନା ଆରମ୍ଭ ହେବ।

ସରକାରୀ କର୍ମଚାରୀମାନଙ୍କୁ ୯,୧୮, ୨୭ ସହିତ ଚତୁର୍ଥ ବେତନ ସ୍କେଲ ସିରିଜ୍ ଏବଂ ଅଧିକାରୀମାନଙ୍କୁ ସର୍ବୋଚ୍ଚ ସ୍କେଲ ଦିଆଯିବ। ୧୦୦ରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଗ୍ରାମକୁ କି ପଡ଼ାଗୁଡିକୁ ରାସ୍ତା ଦ୍ୱାରା ସଂଯୋଗ କରାଯିବ। ପ୍ରତ୍ୟେକ ଗ୍ରାମ ଏବଂ ସହରୀ ୱାର୍ଡରେ ସୁରକ୍ଷାକର୍ମୀ ନିୟୋଜିତ ହେବେ। ହାଉସିଂ ଅଧିକାର ଆଇନ ଆଣି ସମସ୍ତଙ୍କୁ ଘର ଦିଆଯିବ। ପୂର୍ବରୁ ଚାଲୁଥିବା ଯୋଜନାଗୁଡିକ ଆହୁରି ମଜବୁତ କରାଯିବ ବୋଲି କଂଗ୍ରେସ ରାଜସ୍ଥାନୀବାସୀଙ୍କୁ ପ୍ରତିଶୃତି ଦେଇଛି।

ଉଲ୍ଲେଖଯୋଗ୍ୟ, ଆସନ୍ତା ୨୫ ତାରିଖରେ ରାଜସ୍ଥାନରେ ଲୋକସଭା ନିର୍ବାଚନ ହେବ। ସମସ୍ତ ୨୦୦ଟି ଆସନରେ ଭୋଟ ଗ୍ରହଣ କରାଯିବ। ଡିସେମ୍ବର ୩ ତାରିଖରେ ଫଳାଫଳ ଆସିବ।  

Congress Rajasthan Rajasthan Assembly Elections