Advertisment

ବିଜେପିକୁ ଝଟ୍‌କା: ନିର୍ବାଚନ ହାରିଗଲେ ୧୦ ଦିନର ମନ୍ତ୍ରୀ

ବିଜେପି ପ୍ରାର୍ଥୀଙ୍କୁ ୧୨,୫୭୦ ଭୋଟ୍‌ରେ ମାତ୍‌ ଦେଇ କଂଗ୍ରେସର ରୂପିନ୍ଦର ବଡ଼ ବିଜୟ ହାସଲ କରିଛନ୍ତି।

ଅଦ୍ୟତନ ହୋଇଛି
surendra-pal-singh tt

surendra-pal-singh tt

Advertisment

୧୦ ଦିନ ପୂର୍ବେ ଶପଥ ନେଇ ମନ୍ତ୍ରୀ ହୋଇଥିଲେ। ଏବେ ଉପ-ନିର୍ବାଚନରେ ହାରିଗଲେ। ରାଜସ୍ଥାନର କରଣପୁର ବିଧାନସଭା ଆସନରୁ ବିଜେପିକୁ ଲାଗିଛି ଶକ୍ତ ଝଟ୍‌କା। ମନ୍ତ୍ରୀ ହେବାର ୧୦ ଦିନ ପରେ ଉପ-ନିର୍ବାଚନରେ ୧୨ ହଜାରରୁ ଅଧିକ ଭୋଟ୍‌ରେ ପରାଜିତ ହୋଇଛନ୍ତି ସୁରେନ୍ଦ୍ର ପାଲ ସିଂହ ଟିଟି। ତାଙ୍କୁ କଂଗ୍ରେସ ପ୍ରାର୍ଥୀ ରୂପିନ୍ଦର ସିଂହ ହରାଇଛନ୍ତି। 

Advertisment

୨୦୨୩ ରାଜସ୍ଥାନ ବିଧାନସଭା ନିର୍ବାଚନ ପ୍ରଚାର ବେଳେ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ଗୁରମିତ ସିଂହ କୁନରଙ୍କ ଦେହାନ୍ତ ହୋଇଥିଲା। ଏଥିପାଇଁ କରଣପୁର ଆସନରେ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା। ଏହି ଆସନରେ ଉପ-ନିର୍ବାଚନ ପାଇଁ ଘୋଷଣା ହୋଇଥିଲା। ବିଜେପି ପକ୍ଷରୁ ଭଜନଲାଲ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଥିବା ସୁରେନ୍ଦ୍ର ପାଲ ସିଂହ ମୈଦାନକୁ ଓହ୍ଲାଇଥିବା ବେଳେ କଂଗ୍ରେସ ଗୁରମିତଙ୍କ ପୁଅ ରୂପିନ୍ଦରଙ୍କୁ ପ୍ରାର୍ଥୀ କରିଥିଲା।

ଜାନୁଆରୀ ୫ ତାରିଖରେ ଏହି ଆସନରେ ଭୋଟ ହୋଇଥିଲା। ଆଜି ଏହାର ଫଳାଫଳ ଆସିଛି। ବିଜେପି ପ୍ରାର୍ଥୀଙ୍କୁ ୧୨,୫୭୦ ଭୋଟ୍‌ରେ ମାତ୍‌ ଦେଇ ରୂପିନ୍ଦର ବଡ଼ ବିଜୟ ହାସଲ କରିଛନ୍ତି। ସେପଟେ ରୂପିନ୍ଦରଙ୍କୁ ବିଜୟ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟ ଶୁଭେଚ୍ଛା ଜଣାଇଛନ୍ତି।

Advertisment

୧୦ ଦିନ ପୂର୍ବେ ତଥା ଡିସେମ୍ବର ୩୦ ତାରିଖରେ ସୁରେନ୍ଦ୍ର ଟିଟି ଭଜନଲାଲାଙ୍କ କ୍ୟାବିନେଟ୍‌ରେ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତାଙ୍କୁ ଭଜନଲାଲ ସରକାରଙ୍କ ରାଜ୍ୟମନ୍ତ୍ରୀ (ସ୍ୱତନ୍ତ୍ର ପ୍ରଭାରୀ) କରାଯାଇଥିଲା। ତେବେ ନିର୍ବାଚନ ପୂର୍ବରୁ ମନ୍ତ୍ରୀ ଭାବେ ସୁରେନ୍ଦ୍ରଙ୍କ ଶପଥ ଗ୍ରହଣକୁ ନେଇ କଂଗ୍ରେସ ଆପତ୍ତି ଉଠାଇଥିଲା। ଏହା ଆଚରଣବିଧିର ଉଲ୍ଲଂଘନ ବୋଲି ଦର୍ଶାଇଥିଲା କଂଗ୍ରେସ। ଫଳାଫଳ ଆସିବା ପୂର୍ବରୁ ସୁରେନ୍ଦ୍ରଙ୍କ ଶପଥଗ୍ରହଣକୁ ବେଆଇନ ବୋଲି କଂଗ୍ରେସ କହିଥିଲା।

ଗତବର୍ଷ ଡିସେମ୍ବର ୩ ତାରିଖରେ ରାଜସ୍ଥାନ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲା। ବିଜେପି ରାଜ୍ୟରେ ବହୁମତ ହାସଲ କରି କଂଗ୍ରେସ ଠାରୁ ଶାସନ ଗାଦି ଛଡ଼ାଇ ନେଇଥିଲା। ମୋଟ ୧୯୯ ଆସନରୁ ବିଜେପି ୧୧୫ ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୬୯ ଆସନରେ ବିଜୟୀ ହୋଇଥିଲା। ଏବେ ଗୁରମିତ ବିଜୟ ହେବା ପରେ କଂଗ୍ରେସର ମୋଟ ଆସନ ସଂଖ୍ୟା ୭୦ରେ ପହଞ୍ଚିଛି।

Bjp Congress Rajastan Rajasthan Assembly Elections
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe