Advertisment

ନିଜ ସରକାରକୁ ଅକଳରେ ପକାଇ ହରାଇଲେ ମନ୍ତ୍ରୀ ପଦ

ଶୁକ୍ରବାର ବିଧାନସଭାରେ ମହିଳା ଅତ୍ୟାଚାର ପ୍ରସଙ୍ଗରେ ଅଲୋଚନା ଚାଲିଥିବା ବେଳେ ରାଜେନ୍ଦ୍ର ନିଜ ଦଳୀୟ ସରକାରକୁ ବିଭିନ୍ନ ପ୍ରଶ୍ନବାଣ ମାରିଥିଲେ।

author-image
Niranjan Mishra
ଅଦ୍ୟତନ ହୋଇଛି
Rajendra Gudha

Rajendra Gudha

ନିଜ ଦଳୀୟ ସରକାରକୁ ବିଭିନ୍ନ ପ୍ରଶ୍ନବାଣରେ ଛନ୍ଦି ଅକଳରେ ପକାଇବାରୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଲା। କଂଗ୍ରେସ କ୍ଷମତାଧୀନ ରାଜସ୍ଥାନ ସରକାରରେ ଏଭଳି ନାଟକୀୟ ରାଜନୀତି ଆଜି ଦେଖିବାକୁ ମିଳିଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶୁକ୍ରବାର ରାତିରେ ରାଜ୍ୟ ମନ୍ତ୍ରୀ(ସୈନିକ କଲ୍ୟାଣ, ହୋମ୍‌ ଗାର୍ଡ ଓ ସିଭିଲ୍ ଡିଫେନ୍ସ, ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ) ରାଜେନ୍ଦ୍ର ଗୁଢ଼ାଙ୍କୁ ବରଖାସ୍ତ କରିଛନ୍ତି।

Advertisment

ଶୁକ୍ରବାର ବିଧାନସଭାରେ ମହିଳା ଅତ୍ୟାଚାର ପ୍ରସଙ୍ଗରେ ଅଲୋଚନା ଚାଲିଥିବା ବେଳେ ରାଜେନ୍ଦ୍ର ନିଜ ଦଳୀୟ ସରକାରକୁ ବିଭିନ୍ନ ପ୍ରଶ୍ନବାଣ ମାରିଥିଲେ। ସରକାର ରାଜ୍ୟରେ ମହିଳା ସୁରକ୍ଷା ବାବଦରେ ଫେଲ ମାରିଥିବା ଅଭିଯୋଗ ଲଗାଇଥିଲେ। ମଣିପୁର ପ୍ରତି ଦୃଷ୍ଟି ଦେବା ପୂର୍ବରୁ ନିଜ ରାଜ୍ୟର ସ୍ଥିତି ଦେଖିବା ଉଚିତ୍ ବୋଲି ଏଠାରେ ମତ ପ୍ରକାଶ କରିଥିଲେ।

ତାଙ୍କର ଏହି ବୟାନ ପରେ ବିରୋଧୀ ବିଜେପି ଗେହଲଟ ସରକାରକୁ ଘେରିବାରେ ସୁବିଧା ହୋଇଛି। ଯାହାପରେ ରାଜେନ୍ଦ୍ରଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରାଯାଇଛି। ମୁଖ୍ୟମନ୍ତ୍ରୀ ଗେହଲଟ ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଏନେଇ ପତ୍ର ପଠାଇଛନ୍ତି। ଯାହାକୁ ରାଜ୍ୟପାଳ ଅନୁମୋଦନ କରିଥିବା ସୂଚନା ମିଳିଛି।

Advertisment
Power Politics Rajasthan Congress