Advertisment

ରାଜସ୍ଥାନର ଛୋଟ ମତଦାନ କେନ୍ଦ୍ର, ସମସ୍ତ ଭୋଟର୍ ଗୋଟିଏ ପରିବାରର

୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭା ପାଇଁ ଚଳିତ ମାସ ୨୫ ତାରିଖରେ ନିର୍ବାଚନ ହେବ। ଅନ୍ୟ ଚାରି ରାଜ୍ୟ ସହ ଡିସେମ୍ବର 3ରେ ଫଳାଫଳ ପ୍ରକାଶ ପାଇବ।

author-image
Debibandita Barick
Badmer Ka Paar Village

Badmer Ka Paar Village

ରାଜସ୍ଥାନ ବିଧାନସଭା ନିର୍ବାଚନୀ ମାହୋଲ୍ ମଧ୍ୟରେ ସାମ୍ନାକୁ ଆସିଛି ଏକ ରୋଚକ ଘଟଣା। ଭାତର-ପାକିସ୍ତାନ ସୀମାବର୍ତ୍ତୀ ଅଞ୍ଚଳର ଏକ ଦୁର୍ଗମ ସ୍ଥାନରେ ପୁଲିଂ ବୁଥ୍ ସ୍ଥାପନ କରିଛନ୍ତି ନିର୍ବାଚନ ଆୟୋଗ, ଯେଉଁ ବୁଥର ମତଦାତାଙ୍କ ସଂଖ୍ୟା ସବୁଠୁ କମ୍। ରାଜସ୍ଥାନର ବାରମେର୍ ଜିଲ୍ଲାରେ ଏହି ବୁଥ୍ ସ୍ଥାପନ କରାଯାଇଛି, ଯେଉଁଠାରେ ଜନସଂଖ୍ୟା ମାତ୍ର ୩୫।

Advertisment

ସବୁଠୁ ବଡ କଥା ହେଉଛି କି, ସମସ୍ତ ୩୫ ଜଣ ମତଦାତା ଗୋଟିଏ ପରିବାରର। ଏହି ଗାଁକୁ ବାଡମେର୍ କା ପାର୍ ନାମରେ ଲୋକେ ଜାଣନ୍ତି। ନିର୍ବାଚନ ସମୟରେ ଏହି ଗ୍ରାମବାସୀ ବା ପରିବାର ଲୋକଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି ହୁଏ। କାରଣ ଏମାନଙ୍କୁ ନିକଟସ୍ଥ ମତଦାନ କେନ୍ଦ୍ରକୁ ଯିବାକୁ ହେଲେ ୨୦ କିଲୋମିଟର ଯାତ୍ରା କରିବାକୁ ପଡେ। ତାହା ପୁଣି ପାଦରେ ଚାଲି ଚାଲି କିମ୍ବା ଓଟ ସାହାଯ୍ୟରେ।

Badmer Ka Paar Boothବାଡମେର୍ କା ପାର୍ ବୁଥ୍

ଏହି କାରଣରୁ ପରିବାରର କେବଳ ପୁରୁଷ ସଦସ୍ୟମାନେ ଭୋଟ୍ ଦେଇପାରନ୍ତି। ମହିଳାମାନେ ମତଦାନରୁ ବଞ୍ଚିତ ହୁଅନ୍ତି। କିନ୍ତୁ ଏହି ବର୍ଷ ଭାଗ୍ୟ ବଦଳିଛି। ନିର୍ବାଚନ ଆୟୋଗ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଏହି ଗ୍ରାମବାସୀ ବା ପରିବାର ଲୋକଙ୍କ ପାଇଁ ପୁଲିଂ ବୁଥର ବ୍ୟବସ୍ଥା କରିଛନ୍ତି ନିର୍ବାଚନ ଆୟୋଗ। 

Advertisment

ଗାଁ ଭିତରେ ମତଦାନ ବୁଥ୍ ଖବର ଶୁଣିବା ପରେ ଖୁସିବ୍ୟକ୍ତ କରିଛନ୍ତି ଗ୍ରାମବାସୀ। ବିଶେଷ କରି ମହିଳାମାନେ, ଯେଉଁମାନେ ଗଣତନ୍ତ୍ରର ଏହି ବଡ ପର୍ବରେ ନିଜକୁ ସାମିଲ୍ କରିପାରୁନଥିଲେ, ସେମାନେ ବେଶ୍ ଉତ୍ସାହୀ ଅଛନ୍ତି। ଗାଁରେ ପଞ୍ଜୀକୃତ ହୋଇଥିବା ୩୫ ଭୋଟରଙ୍କ ମଧ୍ୟରୁ ୧୭ ଜଣ ମହିଳା ଏବଂ ୧୮ ଜଣ ପୁରୁଷ ଅଛନ୍ତି।

୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭା ପାଇଁ ଚଳିତ ମାସ ୨୫ ତାରିଖରେ ନିର୍ବାଚନ ହେବ। ଅନ୍ୟ ଚାରି ରାଜ୍ୟ ସହ ଡିସେମ୍ବର 3ରେ ଫଳାଫଳ ପ୍ରକାଶ ପାଇବ।

ପୂର୍ବ ନିର୍ବାଚନ ୨୦୧୮ରେ ଏଠାରେ କଂଗ୍ରେସ ଶାସନକୁ ଫେରିଥିଲା। ବର୍ତ୍ତମାନ ଅଶୋକ ଗେହଲଟ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଛନ୍ତି। ତେବେ ଯେଉଁ ଲୋକମାନଙ୍କୁ ଭୋଟ୍ ଦେବା ପାଇଁ ୨୦ କିଲୋମିଟର ପଦଯାତ୍ରା କରିବାକୁ ପଡୁଛି, ସେମାନେ କେତେ ମୌଳିକ ସୁବିଧା ପାଇପାରୁଥିବେ ତାହା ଏଥିରୁ ଅନୁମେୟ। 

Assembly Election Rajasthan Assembly Election Smallest Polling Booth In Rajasthan Rajasthan Smallest Polling Booth Eci