Advertisment

ହାରିଗଲେ ବିଧାନସଭା ବାଚସ୍ପତି ସିପି ଯୋଶୀ

ରାଜସ୍ଥାନରୁ ଆସିଥିବା ଖବର ଅନୁଯାୟୀ, ବିଜେପି ଏଠାରେ କଂଗ୍ରେସକୁ ଗାଦିଚ୍ୟୁତ କରି କ୍ଷମତା ଦଖଲ କରିବାକୁ ଯାଉଛି।

CP Joshi

CP Joshi

Advertisment

ରାଜସ୍ଥାନ ବିଧାନସଭାର ବାଚସ୍ପତି ତଥା କଂଗ୍ରେସ ନେତା ସିପି ଯୋଶୀ ରେଜଲ୍ଟ ଘୋଷଣା ହେବା ପୂର୍ବରୁ ପରାଜୟ ସ୍ୱୀକାର କରି ନେଇଛନ୍ତି। ସେ ବିଜେପିର ବିଶ୍ୱରାଜ ସିଂହ ମେୱାରଙ୍କ ଠାରୁ ନାଥଦ୍ୱାରା ଆସନରୁ ହାରିଛନ୍ତି।

Advertisment

ଦିନ ୩ଟା ସୁଦ୍ଧା ସିପି ଯୋଶୀ ବିଜେପି ପ୍ରାର୍ଥୀଙ୍କ ଠାରୁ ପ୍ରାୟ ୮୭ ହଜାର ଖଣ୍ଡ ଭୋଟ ପଛରେ ରହିଥିଲେ। ଏହି ଟ୍ରେଣ୍ଡକୁ ଦେଖି ସିପି ଯୋଶୀ ସୋଶାଲ ମିଡିଆରେ ନିଜର ପରାଜୟକୁ ସ୍ୱୀକାର କରିଛନ୍ତି। ଏଥିସହ ସେ ବିଜେପି ନେତା ମେୱାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସେ କହିଛନ୍ତି, “ନାଥଦ୍ୱାରା ଜନତାଙ୍କ ନିଷ୍ପତ୍ତିକୁ ମୁଁ ସ୍ୱୀକାର କରୁଛି। ପୂରା ନିର୍ବାଚନ ବେଳେ ମୋର ସାଥ ଦେଇଥିବା କାର୍ଯ୍ୟକର୍ତ୍ତା ଓ ସାଥୀମାନଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ସବୁବେଳେ ନାଥଦ୍ୱାରା ଲୋକଙ୍କ ଫାଇଦା ପାଇଁ କାର୍ଯ୍ୟ କରିବି।

Advertisment

ବିଜେପି ପ୍ରାର୍ଥୀ ବିଶ୍ୱରାଜ ସିଂହ ମେୱାରଙ୍କୁ ବିଜୟ ପାଇଁ ଶୁଭେଚ୍ଛା। ମୋର ଆଶା ସେ ଆଗାମୀ ୫ ବର୍ଷ ଧରି ପୂର୍ବ ୫ ବର୍ଷ ହେଲା ଜାରି ରହିଥିବା ବିକାଶମୂଳକ କାର୍ଯ୍ୟକୁ ଆଗକୁ ନେବେ।”

ରାଜସ୍ଥାନରୁ ଆସିଥିବା ଖବର ଅନୁଯାୟୀ, ବିଜେପି ଏଠାରେ କଂଗ୍ରେସକୁ ଗାଦିଚ୍ୟୁତ କରି କ୍ଷମତା ଦଖଲ କରିବାକୁ ଯାଉଛି। ରାଜ୍ୟର ୧୧୯ ବିଧାନସଭା ଆସନରୁ ବିଜେପି ୧୧୬, କଂଗ୍ରେସ ୬୮ ଓ ଅନ୍ୟାନ୍ୟ ଦଳ ୧୫ଟି ଆସନ ଜିତିବେ ବୋଲି ସ୍ପଷ୍ଟ ହୋଇଛି।

Election Results Bjp Rajasthan Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe