Advertisment

ବିବାଦ ପରେ ସ୍ପଷ୍ଟୀକରଣ: କେନ୍ଦ୍ରମନ୍ତ୍ରୀ କହିଲେ କରୋନା ଯୋଗୁ ଆୟ ୬୮୦କୁ ଖସି ଯାଇଥିଲା

୨୦୨୧-୨୦୨୨ ଆର୍ଥିକ ବର୍ଷରେ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ଟିକସ ଯୁକ୍ତ ଆୟ ୬୮୦ ଟଙ୍କାକୁ ଖସି ଯାଇଥିଲା।

Rajiv

Rajiv

Advertisment

ଭାଗିଦାରୀରେ ଚାଲିଥିବା ବ୍ୟବସାୟ କରୋନା ଯୋଗୁ ଗଭୀର ଭାବେ ପ୍ରଭାବିତ ହୋଇଥିଲା। ବ୍ୟବସାୟରେ ଅନେକ କ୍ଷତି ସହିବାକୁ ପଡ଼ିଥିଲା। ଏଥିପାଇଁ ୨୦୨୧-୨୦୨୨ ଆର୍ଥିକ ବର୍ଷରେ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ଟିକସ ଯୁକ୍ତ ଆୟ ୬୮୦ ଟଙ୍କାକୁ ଖସି ଯାଇଥିଲା। ଏକଥା ନିଜେ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏକ୍ସ ଯୋଗେ କହିଛନ୍ତି।

Advertisment

କେରଳ ଥିରୁଅନନ୍ତପୁରମରୁ ବିଜେପି ପ୍ରାର୍ଥୀ ହୋଇଥିବା ଚନ୍ଦ୍ରଶେଖରଙ୍କ ସତ୍ୟପାଠକୁ ନେଇ ବିବାଦ ଦେଖାଯାଇଛି। ୨୦୨୧-୨୦୨୨ ଆର୍ଥିକ ବର୍ଷରେ ତାଙ୍କ ଆୟ ୬୮୦ ଟଙ୍କା ରହିଥିବା ସେ ସତ୍ୟପାଠରେ ଦର୍ଶାଇଥିଲେ।

ଏହା ବିରୋଧରେ କଂଗ୍ରେସ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲା। କମିଶନ ମଧ୍ୟ ସିବିଡିଟିକୁ ଯାଞ୍ଚ ପାଇଁ କହିଥିଲେ। ତଥାପି ବିବାଦ ବଢ଼ୁଥିବାରୁ ଆଜି ଚନ୍ଦ୍ରଶେଖର ନିଜେ ଏକ୍ସ ଉପରେ ପୂରା ଘଟଣା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି।

Advertisment

ସେ କହିଛନ୍ତି, “କଂଗ୍ରେସ ମୋର ୬୮୦ ଟଙ୍କାର ଟିକସ ଯୁକ୍ତ ଆୟକୁ ନେଇ ଗୋଟିଏ ପ୍ରଚାର ଆରମ୍ଭ କରିଛି। କିନ୍ତୁ ଏହାର ତଥ୍ୟ ମୁଁ ଦେବାକୁ ଚାହୁଁଛି। ମୁଁ କେବଳ ସର୍ବସାଧାରଣ ଜୀବନରେ ବହୁତ ବର୍ଷ ରହିଛି। ମୋ ଆୟ କେବଳ ସାଂସଦ/ମନ୍ତ୍ରୀ ଦରମା, ଭତ୍ତା, ଜମା ରାଶି ଉପରେ ସୁଧ ଓ ପୁଞ୍ଜିନିବେଶରୁ ଆସେ।

୧୮ ବର୍ଷର ସର୍ବସାଧାରଣ ଜୀବନ ଭିତରେ ମୁଁ କୌଣସି ଅପକର୍ମ କରି ନାହିଁ। କଂଗ୍ରେସ କାର୍ଯ୍ୟକର୍ତ୍ତା ମୋତେ ବଦନାମ କରିବାକୁ ଚେଷ୍ଟା କରିଥିଲେ ହେଁ ସଫଳ ହୋଇ ନାହାନ୍ତି। କଂଗ୍ରେସର ପ୍ରଥମ ପରିବାର ସମ୍ପତ୍ତି ଚୋରି କରିବା ଓ ନିଜ ନାଁକୁ ଜମି ସ୍ଥାନାନ୍ତର ଘଟଣାର ଅଭିଯୁକ୍ତ। ବେଆଇନ ଆଇପିଏଲ ‘ସ୍ୱାର୍ଥ’ ଯୋଗୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଜଣେ କଂଗ୍ରେସ ନେତା ଏବେ ପ୍ରାର୍ଥୀ ହୋଇଛନ୍ତି। ସେମାନେ ଏବେ ଟିକସ ଓ ସତ୍ୟପାଠର କଥା କହୁଛନ୍ତି। ଏହାଠାରୁ ଲଜ୍ଜାଜନକ ଘଟଣା କିଛି ହୋଇ ନପାରେ।”

୨୦୨୨-୨୩ ଆର୍ଥିକ ବର୍ଷରେ ଚନ୍ଦ୍ର ଶେଖରଙ୍କ ଆୟ ୫,୫୯,୨୦୦ ଟଙ୍କା ଥିଲା। ୨୦୨୧-୨୨ ତୁଳନାରେ ଏହା ୮୨୨ ଗୁଣ ଅଧିକ ଥିବାରୁ କଂଗ୍ରେସ ଏହା ଉପରେ ପ୍ରଶ୍ନ ଉଠାଇଛି।

Bjp Congress Kerala
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe