Advertisment

'ମନ୍ଦିରରେ ଦୁଷ୍କର୍ମ ଓ ହତ୍ୟା ହେଉଛି, ଯିବା ବନ୍ଦ କର'

ନିକଟରେ ଆମ ଆଦମୀ ପାର୍ଟି ବିଧାୟକ ରାଜେନ୍ଦ୍ର ପାଲ ଗୌତମଙ୍କ ଏଭ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସେ ଦଳିତମାନଙ୍କୁ ମନ୍ଦିର ନ ଯିବାକୁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି।

Rajendra-pal-gautam

Rajendra-pal-gautam

Advertisment

'ମନ୍ଦିର ଭିତରେ ଦୁଷ୍କର୍ମ ଓ ହତ୍ୟା ହେଉଛି। ତେଣୁ ମନ୍ଦିର ଯିବା ବନ୍ଦ କର।' ଏଭଳି କିଛି କହିଛନ୍ତି ବିବାଦୀୟ ଧାର୍ମିକ ମନ୍ତବ୍ୟ ଯୋଗୁଁ ମନ୍ତ୍ରୀ ପଦ ହରାଇଥିବା ଆମ୍ ଆଦମୀ ପାର୍ଟି (ଏଏପି) ନେତା ରାଜେନ୍ଦ୍ର ପାଲ ଗୌତମ। ତାଙ୍କର ଏହି ବୟାନକୁ ନେଇ ପୁଣି ଥରେ ହଙ୍ଗାମା ଆରମ୍ଭ ହୋଇଛି।

Advertisment

ନିକଟରେ ଆମ ଆଦମୀ ପାର୍ଟି ବିଧାୟକ ରାଜେନ୍ଦ୍ର ପାଲ ଗୌତମଙ୍କ ଏଭ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସେ ଦଳିତମାନଙ୍କୁ ମନ୍ଦିର ନ ଯିବାକୁ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି। ଏଠି ଦୁଷ୍କର୍ମ କରାଯିବା ସହ ହତ୍ୟା କରାଯାଉଛି। ଯାହା ଆପଣଙ୍କର କ୍ଷତି କରିବ, ତାହା ଉପରେ ଆପଣମାନେ ବିଶ୍ୱାସ କରନ୍ତୁ ନାହିଁ। ଯେଉଁଠି ମନ୍ଦିର ଯିବା ଓ ମୂର୍ତ୍ତି ଛୁଇଁବା ଯୋଗୁ ଦଳିତ ଲୋକଙ୍କୁ ହତ୍ୟା କରାଯାଉଛି, ଏଭଳି ସ୍ଥାନକୁ ଆପଣମାନେ କାହିଁକି ଯାଉଛନ୍ତି ବୋଲି ଆପ୍‌ ନେତା ପ୍ରଶ୍ନ କରିଛନ୍ତି।

ସେ ଆହୁରି କହିଛନ୍ତି, 'ଯେଉଁଠିକୁ ଯିବା ଦ୍ୱାରା ଆପଣଙ୍କ ଅପମାନ ହେଉଛି। ଯେଉଁଠି ଆପଣଙ୍କ ଝିଅ ଭଉଣୀଙ୍କ ଉଜ୍ଜତ ଲୁଟ୍‌ ହେଉଛି। ଯେଉଁଠି ଆପଣଙ୍କୁ ହତ୍ୟା କରାଯାଉଛି, ସେହି ସ୍ଥାନକୁ ଯିବା ବନ୍ଦ କରନ୍ତୁ।' ତେବେ ଆପ୍‌ ନେତାଙ୍କ ଏହି ଭିଡିଓଟି କେଉଁଠୁ ଆସିଛି ଓ ସେ କେଉଁ ପ୍ରସଙ୍ଗରେ ଏଭଳି କହିଛନ୍ତି ତାହା ସ୍ପଷ୍ନ ହୋଇନାହିଁ। ସେପଟେ ଏହାକୁ ନେଇ ବିଜେପି ପୁଣିଥରେ ଅରବିନ୍ଦ କେଜ୍ରିଓ୍ୱାଲ ସରକାରଙ୍କୁ ଘେରିଛି।

Advertisment

ଗୌତମ ପାଲଙ୍କୁ ଦଳରୁ ବହିଷ୍କାର କରିବାକୁ ବିଜେପି ଦାବି କରିଛି। ଦିଲ୍ଲୀ ବିଜେପି ରାଜ୍ୟ ସଭାପତି ଭି ନରେନ୍ଦ୍ର ସଚ୍ଚେଦେବ କହିଛନ୍ତି, 'ଆଜି ସମଗ୍ର ଦେଶ ଭଗବାନ ଶ୍ରୀ ରାମଙ୍କ ମନ୍ଦିରର ସମର୍ପଣକୁ ଅପେକ୍ଷା କରିଛନ୍ତି। ସମଗ୍ର ଦେଶରେ ଉତ୍ସାହର ବାତାବରଣ ରହିଛି ଏବଂ ଏଭଳି ସମୟରେ ଅରବିନ୍ଦ କେଜ୍ରିୱାଲଙ୍କ ଦଳର ନେତା ରାଜେନ୍ଦ୍ର ପାଲ ଗୌତମଙ୍କ ହିନ୍ଦୁ ଧର୍ମକୁ ଅପମାନିତ କରିବା ଭଳି ମନ୍ତବ୍ୟ କଷ୍ଟଦାୟକ ଅଟେ। କାହିଁକି ଆପ୍‌ ନେତାମାନେ ବାରମ୍ବାର ହିନ୍ଦୁମାନଙ୍କୁ ଅପମାନ କରୁଛନ୍ତି? କେଜ୍ରିୱାଲ ଆପତ୍ତିଜନକ ରାଜନୀତି କରିବା ବନ୍ଦ କରନ୍ତୁ। ରାଜେନ୍ଦ୍ର ପାଲ ଗୌତମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଦଳରୁ ବହିଷ୍କାର କରିବା ଉଚିତ ବୋଲି ବିଜେପି ନେତା କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ମଧ୍ୟ ଆପ୍‌ ନେତା ରାଜେନ୍ଦ୍ର ପାଲ ଗୌତମ ଅକ୍ଟୋବରରେ, 'ମିଶନ ଜୟ ଭୀମା' କାର୍ଯ୍ୟକ୍ରମରେ ରାମା ଏବଂ କୃଷ୍ଣଙ୍କୁ ପୂଜା ନକରିବାକୁ ୧୦ ହଜାର ଲୋକଙ୍କୁ ଶପଥ କରାଇଥିଲେ। ଗୁଜୁରାଟ ନିର୍ବାଚନ ସମୟରେ ଏହି ଭିଡିଓ ଭାଇରାଲ ହେବା ହୋଇଥିଲା। ଏହା ପରେ ଆମ୍ ଆଦମୀ ପାର୍ଟି ତାଙ୍କୁ ମନ୍ତ୍ରୀ ପଦରୁ ହଟାଇ ଦେଇଥିଲା। 

AAP Leader Rajendra Pal Goutam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe