Advertisment

ବିଜେପି ବନାମ ବିଜେପି: ବାଜି ମାରିନେଲେ ରାଜୀବ ପ୍ରତାପ

ଚଳିତ ନିର୍ବାଚନରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଠାରୁ ଆରମ୍ଭ କରି କଂଗ୍ରେସ ସାଂସଦ ସୋନିଆ ଗାନ୍ଧିଙ୍କ ଭଳି ହାଇପ୍ରୋଫାଇଲ ରାଜନେତାମାନେ ଭୋଟ ଦେବାକୁ ଆସିଥିଲେ।

author-image
Hemant Lenka
Rajiv

Rajiv

ବିଜେପି ବନାମ ବିଜେପି ଲଢ଼େଇରେ ନିଜର ଦବଦବା ଦେଖାଇଛନ୍ତି ରାଜୀବ ପ୍ରତାପ ରୁଡୀ। ସମ୍ବିଧାନ କ୍ଲବରେ ରାଜୀବ ପ୍ରତାପଙ୍କ ୨୫ ବର୍ଷର ଶାସନ ଅତୁଟ ରହିଛି। ଚଳିତ ଥର ସମ୍ବିଧାନ କ୍ଲବ ନିର୍ବାଚନରେ ତାଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ ତାଙ୍କରି ଦଳ ବିଜେପିର ସଞ୍ଜୀବ ବାଲିୟାନ। ହେଲେ ରାଜୀବଙ୍କୁ ସେ ହରାଇ ପାରି ନାହାନ୍ତି।

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚଳିତ ନିର୍ବାଚନରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଠାରୁ ଆରମ୍ଭ କରି କଂଗ୍ରେସ ସାଂସଦ ସୋନିଆ ଗାନ୍ଧିଙ୍କ ଭଳି ହାଇପ୍ରୋଫାଇଲ ରାଜନେତାମାନେ ଭୋଟ ଦେବାକୁ ଆସିଥିଲେ।

ମଙ୍ଗଳବାର ଭୋଟିଂ ପରେ ରାଜୀବ ପ୍ରତାପଙ୍କ ସମର୍ଥକମାନେ ବିଳମ୍ବିତ ରାତିରୁ ଉତ୍ସବ ମନାଇବା ଆରମ୍ଭ କରିଛନ୍ତି। ରୁଡୀଙ୍କ କହିବା କଥା ଯେ ସେ କ୍ଲବର ସମ୍ପାଦକ(ପ୍ରଶାସନ) ପଦକୁ ୧୦୦ରୁ ଅଧିକ ଭୋଟରେ ଜିତିଛନ୍ତି।

Advertisment

କ୍ଲବର ସଦସ୍ୟଙ୍କ ସଂଖ୍ୟା ୧୨୯୫ ରହିଥିବା ବେଳେ ୬୮୦ଟି ବୈଧକ ଭୋଟ ପଡ଼ିଥିଲା। ବିଭିନ୍ନ ଦଳର ସାଂସଦ ଓ ପୂର୍ବତନ ସାଂସଦ କ୍ଲବ ନିର୍ବାଚନରେ ଭୋଟି କରିଥିଲେ। କ୍ଲବର ବିଭିନ୍ନ ପଦପଦବୀ ପାଇଁ ଏତେ ସଂଖ୍ୟକ ଭୋଟ କେବେ ହେଲେ ପୂର୍ବରୁ ପଡ଼ି ନଥିଲା।

ସବୁଥର ଭୋଟ ସଂଖ୍ୟା ୧୦୦ରୁ ୧୫୦ ମଧ୍ୟରେ ରହୁଥିଲା। କିନ୍ତୁ ଏଥର ଏହି ସଂଖ୍ୟା ୬୮୦ ଛୁଇଁଛି। କ୍ଲବର ୧୧ଟି କାର୍ଯ୍ୟକାରୀ ପଦ ପାଇଁ ମୋଟ ୧୪ ଜଣ ପ୍ରାର୍ଥୀ ରହିଥିଲେ। ହେଲେ ସମ୍ପାଦକ(ପ୍ରଶାସନ) ପଦ ପାଇଁ ହୋଇଥିବା ଲଢ଼େଇ ଉପରେ ସମସ୍ତଙ୍କ ନଜର ରହିଥିଲା।

ଦୀର୍ଘ ୨ ଦଶନ୍ଧି ହେଲା ସମ୍ପାଦକ ପଦରେ ଥିବା ୫ ଥରର ଲୋକସଭା ସାଂସଦ ରାଜୀବ ପ୍ରତାପ ରୁଡୀଙ୍କୁ ଏଥର ୨ ଥରର ପୂର୍ବତନ ସାଂସଦ ବାଲିୟାନ କଡ଼ା ଟକ୍କର ଦେଇଥିଲେ। କିନ୍ତୁ ଏହା ବିଜୟ ପାଇଁ ଯଥେଷ୍ଟ ନଥିଲା। ଶେଷରେ ରାଜୀବଙ୍କ ଶାସନ କ୍ଲବରେ ଅତୁଟ ରହିଛି। ନିଜର ବିଜୟକୁ ଅତି ସୁନ୍ଦର ବୋଲି ଅବିହିତ କରିଥିବା ରୁଡୀ ତାଙ୍କୁ ଓ ତାଙ୍କ ଟିମକୁ ୨୫ ବର୍ଷ ହେଲା ଭୋଟ କରି ଆସୁଥିବା ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଅମିତ ଶାହ ଓ ସୋନିଆଙ୍କ ବ୍ୟତୀତ ଜେପି ନଡ୍ଡା ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଧ୍ୟ କ୍ଲବ ନିର୍ବାଚନରେ ଭୋଟ ଦେଇଥିଲେ। ଏମାନଙ୍କ ବ୍ୟତୀତ ପୀୟୁଷ ଗୋଏଲ, କିରଣ ରିଜିଜୁ, ହିମାଚଳ ପ୍ରଦେଶର ରାଜ୍ୟପାଳ ଶିବ ପ୍ରତାପ ଶୁକ୍ଳା ପ୍ରମୁଖ ଭୋଟ ଦେବାକୁ ଆସିଥିଲେ।

ଏବେ କାର ସାଂସଦ ଓ ପୂର୍ବତନ ସାଂସଦ ହେଉଛନ୍ତି ୮୦ ବର୍ଷ ପୁରୁଣା ସମ୍ବିଧାନ କ୍ଲବର ସଦସ୍ୟ। ସାଧାରଣତଃ ବିନା ନିର୍ବାଚନରେ ବିଭିନ୍ନ ପଦବୀମାନେ ସଦସ୍ୟଙ୍କୁ ଚୟନ କରାଯାଏ। କ୍ଲବ ମାତ୍ର ୩ଟି ନିର୍ବାଚନ ଦେଖିଥିଲା। ଏଥିର ମଧ୍ୟ ସମ୍ପାଦକ(କ୍ରୀଡ଼ା), ସମ୍ପାଦକ(ସାଂସ୍କୃତିକ) ଓ କୋଷାଧ୍ୟକ୍ଷ ପଦ ଯଥାକ୍ରମେ କଂଗ୍ରେସର ରାଜୀବ ଶୁକ୍ଳା, ଡିଏମକେର ତିରୁଚି ଶିବା ଓ ବିଆରଏସର ପୂର୍ବତନ ସାଂସଦ ଏପି ଜୀତେନ୍ଦ୍ର ରେଡ୍ଡୀଙ୍କ ପାଖକୁ ବିନା ନିର୍ବାଚନରେ ଯାଇଛି। ହେଲେ ସମ୍ପାଦକ(ପ୍ରଶାସନିକ) ପଦ ପାଇଁ ୨ ବିଜେପି ନେତାଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା।

୨ ଦଶନ୍ଧି ତଳେ ହୋଇଥିବା ନିର୍ବାଚନରେ ରାଜୀବ ପ୍ରତାପ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପରାସ୍ତ କରି କ୍ଲବର ସମ୍ପାଦକ ହୋଇଥିଲେ। ଏଥର ସଞ୍ଜୀବ ବାଲିୟାନ କିଛି ଗୋଟିଏ ପରିବର୍ତ୍ତନ ଲକ୍ଷ୍ୟରେ ରହିଥିଲେ।

ଦଳୀୟ ସାଂସଦଙ୍କ ବ୍ୟତୀତ ରାଜୀବ ପ୍ରତାପଙ୍କୁ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳର ସଦସ୍ୟଙ୍କ ସମର୍ଥନ ରହିଥିଲା

Bjp rajiv-pratap-rudy sanjiv-balyan