Advertisment

ଆଜି ହାଇଭୋଲଟେଜ ପ୍ରଚାର; ମଇଦାନକୁ ଓହ୍ଲାଇବେ ରାଜନାଥ, ଭୂପେନ୍ଦ୍ର

ଆଜି ରାଜଧାନୀରେ ମେଗା ରୋଡ୍ ଶୋ’ କରିବେ ପ୍ରଧାନମନ୍ତ୍ରୀ ମୋଦି।

ଅଦ୍ୟତନ ହୋଇଛି
Rajnath singh and Bhupinder singh yadav

Rajnath singh and Bhupinder singh

Advertisment

ରାଜ୍ୟରେ ସାଧାରଣ ନିର୍ବାଚନ ପାଇଁ ତାରିଖ ପାଖେଇ ଆସୁଥିବେଳେ କ୍ୟାମ୍ପେନ୍‌ରେ କମ୍ପୁଛି ମଇଦାନ। ପ୍ରଚାର ପାଇଁ ମଇଦାନକୁ ଓହ୍ଲାଉଛନ୍ତି କଂଗ୍ରେସ, ବିଜେପି ଓ ବିଜେଡି ଦଳର ଷ୍ଟାର ପ୍ରଚାରକ। ଆଜି ହେବ ହାଇଭୋଲଟେଜ ପ୍ରଚାର। ଆଜି ରାଜଧାନୀରେ ମେଗା ରୋଡ୍ ଶୋ’ କରିବେ ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀଙ୍କ ବାଦ୍ ଆଜି ଓଡ଼ିଶା ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ।

Advertisment

ରାଜନାଥ ସିଂ ପୁରୀ ଲୋକସଭା ଅନ୍ତର୍ଗତ ରଣପୁର ନିର୍ବାଚନମଣ୍ଡଳୀ ଯାଇ ନିର୍ବାଚନ ପ୍ରଚାର କରିବେ।। ଅପରାହ୍ନ ୫ଟାରେ ରଣପୁର ଥାନା ସମ୍ମୁଖ ପଞ୍ଚୁଦୋଳ ପଡିଆରେ ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେବେ ରାଜନାଥ।

ସେହିପରି କଳାହାଣ୍ଡି ଯିବେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ଦିନ ୧୧ଟାରେ ଧର୍ମଗଡ଼ କଲେଜ ପଡିଆ ଏବଂ ଅପରାହ୍ନ ସାଢେ ୩ଟାରେ ଜୟପାଟଣାଠାରେ ନିର୍ବାଚନ ପ୍ରଚାର କରିବେ ଭୂପେନ୍ଦ୍ର ଯାଦବ।

Advertisment

ଅନ୍ୟପକ୍ଷରେ ଆଜି ରାଜଧାନୀରେ ମେଗା ରୋଡ୍ ଶୋ’ କରିବେ ପ୍ରଧାନମନ୍ତ୍ରୀ ମୋଦି। ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବାଣୀବିହାର ଯାଏଁ ହେବ ବିଶାଳ ରାଲି। ସାମିଲ ହେବେ ୨ ଲକ୍ଷରୁ ଅଧିକ କାର୍ଯ୍ୟକର୍ତ୍ତା। ମିଶନ ଭୁବନେଶ୍ୱର ଲକ୍ଷ୍ୟରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ ପ୍ରଧାନମନ୍ତ୍ରୀ।

Bjp Rajnath Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe