Advertisment

ମୋଦି ୨୦୨୪ ଓ ୨୦୨୯ରେ ବି ପ୍ରଧାନମନ୍ତ୍ରୀ ହେବେ: ରାଜନାଥ ସିଂହ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମନ୍ତବ୍ୟର ଜବାବ ଦେଇ ଏପରି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।

author-image
Debibandita Barick
Rajnath Singh & Narendra Modi

Rajnath Singh & Narendra Modi

ନରେନ୍ଦ୍ର ମୋଦି ୨୦୨୪ ଏବଂ ୨୦୨୯ରେ ବି ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମନ୍ତବ୍ୟର ଜବାବ ଦେଇ ଏପରି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। କେଜ୍ରିୱାଲ କହିଥିଲେ, ୧୭ ସେପ୍ଟେମ୍ବର ୨୦୨୫ରେ ମୋଦିଙ୍କୁ ୭୫ ବର୍ଷ ବୟସ ହୋଇଯିବ, ଏହାପରେ ଅମିତ ଶାହ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ।

Advertisment

କେଜ୍ରିୱାଲଙ୍କ ଏପରି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ରାଜନାଥ ସିଂହ କହିଛନ୍ତି, ନରେନ୍ଦ୍ର ମୋଦି ୨୦୨୪ରେ ପ୍ରଧାନମନ୍ତ୍ରୀ ହେବେ, ସେ ପୁଣି ୨୦୨୯ରେ ବି ପ୍ରଧାନମନ୍ତ୍ରୀ ହେବେ।

ସେ ଆହୁରି କହିଛନ୍ତି, "ଏହା ଏକ ବିତର୍କର ବିଷୟ ନୁହେଁ। ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱରେ ଭାରତର ସ୍ଥିତିକୁ ବଢାଇଛନ୍ତି ଏବଂ ଆର୍ଥିକ ସ୍ଥିତିକୁ ମଜବୁତ କରିଛନ୍ତି। ତାଙ୍କ ନେତୃତ୍ୱରେ ଭାରତର ଅର୍ଥନୀତି ଏକାଦଶ ସ୍ଥାନରୁ ପଞ୍ଚମ ସ୍ଥାନକୁ ଉନ୍ନୀତ ହୋଇଛି। ୨୦୨୭ ସୁଦ୍ଧା ଅର୍ଥନୀତିରେ ଆମେରିକା ଏବଂ ଚୀନ୍ ପରେ ଭାରତ ତୃତୀୟ ସ୍ଥାନରେ ରହିବ।

Advertisment

ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ନରେନ୍ଦ୍ର ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେବେ ଏବଂ ତାଙ୍କର ତୃତୀୟ କାର୍ଯ୍ୟକାଳ ପୂରଣ କରିବେ ବୋଲି କହିଥିଲେ।

ଶାହ କହିଥିଲେ, "ମୁଁ ଅରବିନ୍ଦ କେଜ୍ରିୱାଲ ଏବଂ ଇଣ୍ଡିଆ ବ୍ଲକକୁ କହିବାକୁ ଚାହେଁ ଯେ ମୋଦି ୭୫ ବର୍ଷ ହେବ, ଏଥିରେ ଖୁସି ହେବାର କୌଣସି ଆବଶ୍ୟକତା ନାହିଁ। ଏପରି କିଛି ବିଜେପି ସମ୍ବିଧାନରେ ଲେଖାଯାଇ ନାହିଁ ଯେ, ୭୫ ବର୍ଷ ହୋଇଗଲା ବୋଲି ମୋଦି ଆଉ ପ୍ରଧାନମନ୍ତ୍ରୀ ହୋଇପାରିବେନି। ସେ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ ଏବଂ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିବେ ବୋଲି ଶାହ କହିଥିଲେ। 

ଅନ୍ତରୀଣ ଜାମିନରେ ଆସିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିର୍ବାଚନୀ ପ୍ରଚାର ବେଳେ ବିଜେପିକୁ ଟାର୍ଗେଟ କରି ଚାଲିଛନ୍ତି। ବିଜେପିର ପୂର୍ବ ନିୟମକୁ ଦର୍ଶାଇ କେଜ୍ରିୱାଲ ଦାବି କରି କହିଥିଲେ ଯେ, ଆଗକୁ ଅମିତ ଶାହ ପ୍ରଧାନମନ୍ତ୍ରୀ ହେବେ, କାରଣ ୧୭ ସେପ୍ଟେମ୍ବର ୨୦୨୫ରେ ନରେନ୍ଦ୍ର ମୋଦିଙ୍କୁ ୭୫ ବର୍ଷ ବୟସ ହେବ।

ସେ ଆହୁରି କହିଥିଲେ ଯେ, ଯଦି ବିଜେପି କ୍ଷମତାକୁ ଆସେ ତେବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ୨-୩ ମାସ ମଧ୍ୟରେ ତାଙ୍କ ପଦରୁ ହଟାଇ ଦିଆଯିବ।

Rajnath Singh Narendra Modi Arvind Kejriwal Amit Shah Prime Minister