Advertisment

ଓଡ଼ିଶାରେ ପକ୍କା ଘର ଯେଭଳି ହେବା କଥା ବିଜେଡି ସରକାର କରିନି: ରାଜନାଥ ସିଂ

ବିଜେପି ସରକାର ଆସିଲେ ଓଡିଶାରେ ଆୟୁଷ୍ମାନ ଯୋଜନା ଲାଗୁ ହେବ

Rajnath Singh

Rajnath Singh

Advertisment

ରେଢ଼ାଖୋଲ ନିର୍ବଚନୀ ସଭାରେ ଯୋଗଦେଇ ରାଜନାଥ ସିଂ କହିଛନ୍ତି, ଓଡ଼ିଶାରେ ୫୦ ବର୍ଷ କଂଗ୍ରେସ ଓ ୨୫ ବର୍ଷ ବିଜେଡି ଶାସନ କରିଛି। ହେଲେ ଓଡ଼ିଶା ଯେଉଁ ଶିଖରରେ ପହଞ୍ଚିବା କଥା ପହଞ୍ଚି ପାରିନି। ଏପରିକି ରତ୍ନଭଣ୍ଡାର ଚାବି ବି ହଜାଇ ଦେଲେ। ହେଲେ ଯେଉଁ ଦିନ ଆମ ସରକାର ହେବ ଏହାର ତଦନ୍ତ ହେବ। କିଏ ରତ୍ନଭଣ୍ଡାର ଚାବି ହଜାଇଲା ତାର ତଦନ୍ତ ହେବ।

Advertisment

ଓଡ଼ିଶାରେ ପକ୍କା ଘର ଯେଭଳି ହେବା କଥା ବିଜେଡି ସରକାର କରିନି। ବିଜେପି ସରକାର ଆସିଲେ ଓଡିଶାରେ ଆୟୁଷ୍ମାନ ଯୋଜନା ଲାଗୁ ହେବ। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଭାରତର ଛବି ବଦଳିଛି। ଅନ୍ତର୍ଜାତୀୟ ମଞ୍ଚରେ ଏବେ ଭାରତ କହିଲେ ସମସ୍ତେ ଧ୍ୟାନ ଦେଉଛନ୍ତି। ରୁଷିଆ-ୟୁକ୍ରେନ ସଂଘର୍ଷରେ ଭାରତୀୟ ଛାତ୍ରଛାତ୍ରୀ ଫସି ରହିଥିଲେ। ପୁତିନ ଓ ଜେଲେନସ୍କିଙ୍କ ସହ କଥା ହୋଇ ମୋଦି ସାଢ଼େ ୪ ଘଣ୍ଟା ଯୁଦ୍ଧ ସ୍ଥଗିତ କିରି ଥିଲେ।

ପ୍ରଥମେ ରେଢ଼ାଖୋଲ ନିର୍ବାଚନମଣ୍ଡଳୀର ନାକଟିଦେଉଳରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ରାଜନାଥ। ଏହାପରେ କେନ୍ଦୁଝରର ପାଟଣା ଓ ଶେଷରେ ଖୋର୍ଦ୍ଧାରେ ସାଧାରଣ ସଭାରେ ରାଜନାଥ ସମ୍ବୋଧନ କରିବେ।

Advertisment
State Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe