Rajnath Singh
ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଦିନିକିଆ ଗସ୍ତରେ ଆସି ରାଜନାଥ ସିଂହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ସେ ନବରଙ୍ଗପୁର ଓ ବ୍ରହ୍ମପୁରରେ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ସାମିଲ ହେବେ। ପରେ ବାରିପଦାରେ ସାଧାରଣ ସଭାରେ ଉଦବୋଧନ ଦେବେ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।
ରାଜନାଥ ସିଂହ ଆସନ୍ତାକାଲି ଦିନି ୧୧ଟା ୪୦ରେ ଛତିଶଗଡ଼ର ବସ୍ତରରୁ ଆସି ନବରଙ୍ଗପୁରରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ସେଠାରେ ସେନାର ପୂର୍ବତନ ଅଧିକାରୀ ଓ ଯବାନଙ୍କୁ ଭେଟି ଆଲୋଚନା କରିବେ। ପରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ। ସେଠାରୁ ସେ ବ୍ରହ୍ମପୁରରେ ଆସି ବିଜେପି କର୍ମୀ ସମ୍ମିଳନୀରେ ସାମିଲ ହେବେ। ଏହା ପରେ ଅପରାହ୍ନ ୪ଟା ୫୦ ମିନିଟରେ ବାରିପଦାରେ ପହଞ୍ଚି ସାଧାରଣ ସଭାରେ ଯୋଗ ଦେବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1703586909.jpg)