Advertisment

‘ଓଡ଼ିଶା ସହ ସଉତୁଣୀ ଭଳି ବ୍ୟବହାର କରିଛି ୟୁପିଏ’

ଓଡ଼ିଶାର ବିକାଶ ପାଇଁ କଂଗ୍ରେସ ସରକାର କିଛି କରିନାହିଁ । ଓଡ଼ିଶାର ବିକାଶ ପାଇଁ କେବଳ ମୋଦି ହିଁ ଚିନ୍ତା କରୁଛନ୍ତି । କଂଗ୍ରେସ ସମୟରେ ବଡ଼ ବଡ଼ ପ୍ରକଳ୍ପର କେବଳ ଶିଳାନ୍ୟାସ ହେଉଥିଲା, ହେଲେ କେବେ ଉଦ୍‌ଘାଟନ ହେଉନଥିଲା ‍ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ଅଦ୍ୟତନ ହୋଇଛି
Rajnath Singh

Rajnath Singh

Advertisment

‘ଓଡ଼ିଶା ସହ ସର୍ବଦା ସଉତୁଣୀ ଭଳି ବ୍ୟବହାର କରିଛି ୟୁପିଏ । ଓଡ଼ିଶାର ବିକାଶ ପାଇଁ କଂଗ୍ରେସ ସରକାର କିଛି କରିନାହିଁ । ଓଡ଼ିଶାର ବିକାଶ ପାଇଁ କେବଳ ମୋଦି ହିଁ ଚିନ୍ତା କରୁଛନ୍ତି । କଂଗ୍ରେସ ସମୟରେ ବଡ଼ ବଡ଼ ପ୍ରକଳ୍ପର କେବଳ ଶିଳାନ୍ୟାସ ହେଉଥିଲା, ହେଲେ କେବେ ଉଦ୍‌ଘାଟନ ହେଉନଥିଲା ।’ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ବ୍ରହ୍ମପୁରର ଆମ୍ବପୁଆସ୍ଥିତ ବିବେକ ବିହାରରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ  କଂଗ୍ରେସ ଉପରେ ବର୍ଷିଛନ୍ତି। ବ୍ରହ୍ମପୁର ସମାବେଶରେ ରାଜନାଥ ସିଂଙ୍କ ବକ୍ତବ୍ୟ ସଂକ୍ଷେପରେ ଜାଣନ୍ତୁ।

Advertisment
  •  ଓଡ଼ିଶାରେ ଡବଲ ଇଂଜିନ ସରକାର ଗଠନକୁ କେହି ରୋକି ପାରିବେନି।
  • ୨୦୧୪, ୨୦୧୯ ଠାରୁ ଅଧିକ ଉତ୍ସାହ ଏବେ ଦେଖିବାକୁ ମିଳୁଛି।
  • ପ୍ରଧାନମନ୍ତ୍ରୀ କହିଛନ୍ତି ଏଥର ୪ଶହରୁ ଅଧିକ ସିଟ୍ ହାସଲ କରିବା।
  • ପ୍ରଧାନମନ୍ତ୍ରୀଙ୍କ ଏହି ଲକ୍ଷ୍ୟକୁ ପୂରଣ କରିବା ଆମ ସମସ୍ତଙ୍କ ଦାୟିତ୍ୱ।
  • ପୁଲୱାମା ଘଟଣା ପରେ ଆମେ ସୀମା ଡେଇଁ ଜବାବ ଦେଇଥିଲୁ।
  • ଆମେ କେବଳ ସୀମା ଏପଟେ ନୁହେଁ, ସୀମା ସେପଟେ ବି ଜବାବ ଦେବୁ।
  • ୯ ବର୍ଷ ଭିତରେ ୧୧ ସ୍ଥାନରୁ ୫ ସ୍ଥାନକୁ ଅର୍ଥନୀତିକୁ ନେଇପାରିଛୁ।
  • ଆଗାମୀ ୩ ବର୍ଷ ଭିତରେ ଆମେ ତୃତୀୟ ବଡ଼ ଅର୍ଥନୀତି ହେବୁ।
  • ୟୁପିଏ ସରକାର ୧୦ ବର୍ଷରେ ଓଡ଼ିଶାକୁ ୩ ଲକ୍ଷ କୋଟି ଦେଇଥିଲା।
  • ୯ ବର୍ଷରେ ମୋଦି ସରକାର ଓଡ଼ିଶାକୁ ୧୮ ଲକ୍ଷ କୋଟି ଦେଇଛି।
  • ଓଡ଼ିଶା ସହ ସର୍ବଦା ସଉତୁଣି ଭଳି ବ୍ୟବହାର କରିଛି ୟୁପିଏ।
  • କଂଗ୍ରେସ ସମୟରେ ବଡ଼ ବଡ଼ ପ୍ରକଳ୍ପ କେବଳ ଶିଳାନ୍ୟାସ ହେଉଥିଲା।
  • ଶିଳାନ୍ୟାସ କରି ପଳାଉଥିଲେ, କେବେ ଉଦ୍‌ଘାଟନ ହେଉନଥିଲା
  • ଓଡ଼ିଶାକୁ ପ୍ରଧାନମନ୍ତ୍ରୀ କେତେ ଭଲ ପାଆନ୍ତି ଜି-୨୦ରୁ ତାହା ସ୍ପଷ୍ଟ ଜଣାପଡ଼ୁଛି।
  • ଜି-୨୦ରେ କୋଣାର୍କ ଚକ୍ରକୁ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ।
  • ଦେଶ ଆମ ପାଇଁ ପ୍ରାଥମିକତା, ରାଜନୀତି ନୁହେଁ।
  • ଦେଶ ଗଠନ ପାଇଁ ଆମେ ରାଜନୀତି କରୁଛୁ।
  • ‘ଆମ ସରକାର ଡରିକି ନୁହେଁ, ସାହସର ସହ କାମ କରେ।
  • ଭ୍ରଷ୍ଟାଚାର ଦୂର କରିବାକୁ ସାହସ ଓ ଭିଜନ ଦରକାର।
  • ଆମ ପ୍ରଧାନମନ୍ତ୍ରୀଙ୍କ ପାଖରେ ସାହସ ଅଛି, ଭିଜନ ବି ଅଛି।
  • ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ନିହାତି ଦରକାର।
  • ମୋର ବିଶ୍ୱାସ, ଏଠାରେ ଡବଲ ଇଞ୍ଜିନ ସରକାର ନିଶ୍ଚିତ ହେବ।
  • ଭାରତ ଭଳି ଓଡ଼ିଶା ବି ବିକଶିତ ରାଜ୍ୟ ହେବା ଦରକାର।
  • କେବଳ ଲୋକସଭା ନୁହେଁ, ବିଧାନସଭାରେ ବି ଆମକୁ ସଫଳତା ମିଳିବ।
  • ବିଧାନସଭାରେ ଆମେ ସଫଳ ହେବୁ, ଏଠାରେ ସରକାର କରିବୁ।
Odisha Rajnath Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe