Advertisment

ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂହ

ରାଜନାଥଙ୍କର ଆଜି ନବରଙ୍ଗପୁର, ବ୍ରହ୍ମପୁର ଓ ବାରିପଦାରେ କାର୍ଯ୍ୟକ୍ରମ ରହିଛି।

author-image
Niharika Rout
ଅଦ୍ୟତନ ହୋଇଛି
Rajnath Singh

Rajnath Singh

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଦିନିକିଆ ଗସ୍ତରେ ଆସି ରାଜନାଥ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ।

Advertisment

ରାଜନାଥଙ୍କର ଆଜି ନବରଙ୍ଗପୁର, ବ୍ରହ୍ମପୁର ଓ ବାରିପଦାରେ କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ ୧୧ଟାରେ ନବରଙ୍ଗପୁରରେ କୋର୍ କମିଟି ବୈଠକରେ ସାମିଲ୍ ହେବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ। ଏହାପରେ ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ବ୍ରହ୍ମପୁର ଆମ୍ବପୁଆସ୍ଥିତ ବିବେକ ବିହାରରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ। ଏହାପରେ ଯିବେ ବାରିପଦା।

ବାରିପଦାରେ ଅପରାହ୍ନ ୪ଟାରେ ସାଧାରଣ ସଭାରେ ଉଦବୋଧନ ଦେବେ । ବାରିପଦାରେ ବିଜୟ ସଂକଳ୍ପ ସମାବେଶ ରହିଛି। କେନ୍ଦ୍ର ସରକାରଙ୍କ ଜନ ହିତକର କାର୍ଯ୍ୟ ଓ ସଫଳତାର ବାର୍ତ୍ତା କିପରି ସାଧାରଣ ଲୋକଙ୍କ ପାଖେ ପହଞ୍ଚିବ ଦଳୀୟ କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କୁ ସେ ମନ୍ତ୍ର ଦେବେ ରାଜନାଥ ସିଂହ।

Advertisment
Bjp Rajnath Singh