ଗୁରୁବାର ଆସିବେ ରାଜନାଥ ସିଂ: ବ୍ରହ୍ମପୁରରେ ବିଜେପି ସମାବେଶ, ନବରଙ୍ଗପୁର ଓ ବାରିପଦାରେ କର୍ମକର୍ତ୍ତାଙ୍କୁ ଭେଟିବେ

ଦଳର ବରିଷ୍ଠ ନେତା ତଥା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୨୨ତାରିଖ ଗୁରୁବାର ଦିନିକିଆ ଗସ୍ତରେ ଆସି ନବରଙ୍ଗପୁର, ବ୍ରହ୍ମପୁର ଓ ବାରିପଦା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

Rajanikant Singh

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

Ordigital Desk
  • Published: Tuesday, 20 February 2024
  • Updated: 20 February 2024, 08:56 PM IST

Sports

Latest News

ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ନିଜର କର୍ମୀ ଓ ନେତାଙ୍କ ମନୋବଳ ବୃଦ୍ଧି ପାଇଁ ବିଜେପି ଜୋରଦାର ପ୍ରୟାସ ଆରମ୍ଭ କରିଛି । ଦଳର ବରିଷ୍ଠ ନେତା ତଥା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୨୨ତାରିଖ ଗୁରୁବାର ଦିନିକିଆ ଗସ୍ତରେ ଆସି ନବରଙ୍ଗପୁର, ବ୍ରହ୍ମପୁର ଓ ବାରିପଦା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ବ୍ରହ୍ମପୁରରେ ବିଜେପିର ବିଶାଳ କର୍ମୀ ସମାବେଶକୁ ରାଜନାଥ ସମ୍ବୋଧିତ କରିବା ସହ ନବରଙ୍ଗପୁର ଓ ବାରିପଦାରେ ଜିଲ୍ଲାର କୋରଟିମ୍ ସହ ନିର୍ବାଚନୀ ରଣନୀତି ପ୍ରସଙ୍ଗରେ ବିଚାରବିମର୍ଶ କରିବେ ବୋଲି ଜଣାପଡ଼ିଛି।

ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବରିଷ୍ଠ ବିଜେପି ନେତା ରାଜନାଥ ସିଂହ ବିଶାଖାପାଟଣା ବିମାନ ବନ୍ଦରରୁ ଜଗଦଲପୁର ଦେଇ ୨୨ତାରିଖ ସକାଳ ୧୦ଟା ୫୦ମିନିଟରେ ନବରଙ୍ଗପୁରରେ ପହଂଚିବେ । ସେଠାରେ ଦିନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ଏକଘଣ୍ଟା ଧରି ଜିଲ୍ଲାର ବିଜେପି କୋର କମିଟି ନେତାମାନଙ୍କ ସହ ବୈଠକ କରିବେ। ଏହାପରେ ଶ୍ରୀ ସିଂହ ଦିନ ପ୍ରାୟ ସାଢ଼େ ୧ଟାରେ ଘରୋଇ ହେଲିକପ୍ଟରରେ ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଂଚିବେ । ସେଠାରେ ଦିନ ୧ଟା ୪୫ମିନିଟରୁ ପ୍ରାୟ ୨ଟା ୪୫ମିନିଟ୍ ଏକଘଣ୍ଟା ଧରି ଦଳୀୟ କର୍ମୀ ସମାବେଶକୁ ସମ୍ବୋଧିତ କରିବେ।

ଏହାପରେ ଶ୍ରୀ ସିଂ ହେଲିକପ୍ଟରରେ ମୟୂରଭଞ୍ଜର ଅର୍ମଦା ଏୟାରଷ୍ଟ୍ରିପରେ ଅବତରଣ କରି ଅପରାହ୍ନ ୪ଟାରୁ ୫ଟା ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲା ବିଜେପି କୋର କମିଟି ସଦସ୍ୟମାନଙ୍କ ସହ ସାଂଗଠନିକ ଓ ନିର୍ବାଚନ ପ୍ରସଙ୍ଗରେ ବିଚାରବିମର୍ଶ କରିବେ ବୋଲି ଜଣାପଡ଼ିଛି । ଏହାପରେ ସେ ଅର୍ମଦା ଏୟାରଷ୍ଟ୍ରିପରୁ ସିଧାସଳଖ ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି । ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏନଏସଜି ଟିମ୍ ଆସନ୍ତାକାଲି ରାତିରେ ବ୍ରହ୍ମପୁରରେ ପହଂଚି ସୁରକ୍ଷା ସମ୍ଭାଳିବେ ବୋଲି ସୂଚନା ମିଳିଛି।

Also Read

ରାଜନାଥ ସିଂଙ୍କ ଗସ୍ତ ସମ୍ପର୍କରେ ସୂଚନା ଦେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଯେ, ୨୨ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସୁଛନ୍ତି।  ସେ ନବରଙ୍ଗପୁର, ବ୍ରହ୍ମପୁର ଓ ବାରିପଦା ଗସ୍ତ କରିବେ। ବ୍ରହ୍ମପୁରରେ ଆୟୋଜିତ କର୍ମୀ ସମ୍ମିଳନୀରେ ସାମିଲ ହୋଇ ୨୦୨୪ ନିର୍ବାଚନ ରଣନୀତି ବାବଦରେ ସମ୍ବୋଧନ କରିବେ। ଅଳ୍ପଦିନ ଭିତରେ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଚଣ୍ଡିଖୋଲଠାରେ ସାଧାରଣ ସଭାକୁ ସମ୍ବୋଧିତ କରିବେ ବୋଲି ଶ୍ରୀ ସାମଲ କହିଛନ୍ତି।

ଶ୍ରୀ ସାମଲ ନୂଆଦିଲ୍ଲୀରେ ଆୟୋଜିତ ଦୁଇ ଦିନିଆ ରାଷ୍ଟ୍ରୀୟ ଅଧିବେଶନ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ସ୍ୱଳ୍ପ ସମୟର ଏହି ଅଧିବେଶନ ସମସ୍ତଙ୍କ ଭିତରେ ଉତ୍ସାହ ଭରି ଦେଇଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ସମସ୍ତେ ସଂକଳ୍ପ ନେଇଛନ୍ତି। ସ୍ଥାଣୁତାର ସ୍ଥାନ ନାହିଁ, ଓଡ଼ିଶାର ବିକାଶ ପାଇଁ ମୋଦି ଗ୍ୟାରେଂଟି ଏକମାତ୍ର ବିକଳ୍ପ। ଓଡ଼ିଶାବାସୀଙ୍କ ସମର୍ଥନ ବଳରେ ବିଜେପି ସମସ୍ତ ବାଧା ଦୂର କରିବାରେ ସଫଳ ହେବ ଓ ‘ଓଡ଼ିଶାରେ ଡବଲ ଇଞ୍ଜିନ’ ସରକାର ଗଠନ କରିବ। ଓଡ଼ିଶାରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତାରେ ବିଜେପି ସରକାର ଗଢ଼ିବ। ଦୁଇଦିନିଆ ରାଷ୍ଟ୍ରୀୟ ଅଧିବେଶନରେ ଓଡ଼ିଶାର ରାଜନୈତିକ ପ୍ରସଙ୍ଗରେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହିତ ସମ୍ପୂର୍ଣ୍ଣ ରଣନୀତି ନେଇ ଆଲୋଚନା ହୋଇଛି ବୋଲି ଶ୍ରୀ ସାମଲ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story