Advertisment

ଓଡ଼ିଶା ଆସିବେ: ଆସନ୍ତାକାଲି ରାଜନାଥ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ଗୁରୁବାର ଗଡ଼କରୀ ଓ ଆସାମ ମୁଖ୍ୟମନ୍ତ୍ରୀ

୧୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୁବନେଶ୍ୱରରେ ରୋଡ୍ ଶୋ’ ଓ କଂଟାବାଞ୍ଜିରେ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

Rajnath singh

Rajnath Singh

Advertisment

ବିଜେପି ଫୋକସରେ ଏବେ ଓଡ଼ିଶା । ଦଳର ବରିଷ୍ଠ ନେତାମାନେ ଏବେ ଘନଘନ ଓଡ଼ିଶା ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରକୁ ଜୋରଦାର କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଦୁଇଟି ସଭା କରି ଫେରିବା ପରେ ଆସନ୍ତାକାଲି ଓଡ଼ିଶାରେ ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ । ସେହିପରି ଗୁରୁବାର କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment

ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ,ଦଳର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଆସନ୍ତାକାଲି ୮ତାରିଖରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାସ୍ଥିତ ଲାଲବାହାଦୂର ଷ୍ଟାଡ଼ିୟମଠାରେ ମଧ୍ୟାହ୍ନ ସାଢ଼େ ୧୨ଟାରେ ଏବଂ ରାୟଗଡ଼ାରେ ଅପରାହ୍ନ ସାଢ଼େ ୨ଟାରେ ବିଶାଳ ଜନସଭାକୁ ସମ୍ବୋଧନ କରିବା ସହ ଦଳୀୟ ପ୍ରାର୍ଥୀ ସପକ୍ଷରେ ପ୍ରଚାର କରିବେ ।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ମଧ୍ୟ ଆସନ୍ତାକାଲି ଓ ପରଦିନ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ । ୮ତାରିଖରେ ମଧ୍ୟାହ୍ନ ୧୨.୧୦ରେ କୋଟପାଡ଼ଠାରେ ଏବଂ ଅପରାହ୍ନ ୨ଟାରେ ଉମରକୋଟଠାରେ ଜନସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ସେହିପରି ୯ ତାରିଖ ସକାଳ ୧୦ଟାରେ କୋରାପୁଟର ଲକ୍ଷ୍ମୀପୁର, ସାଢ଼େ ୧୧ଟାରେ ପଟାଙ୍ଗୀ ଏବଂ ଅପରାହ୍ନ ୧ଟାରେ କୋରାପୁଟଠାରେ ଜନସଭାକୁ ସମ୍ବୋଧିତ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।

Advertisment

ଗୁରୁବାର ୯ ତାରିଖରେ କେନ୍ଦ୍ରମନ୍ତ୍ରୀ ନିତିନ୍ ଗଡ଼କରୀ ଦିଲ୍ଲୀରୁ ଭୁବନେଶ୍ୱରରେ ପହଂଚିବା ପରେ ସିଧାସଳଖ ପୁରୀ ଗସ୍ତ କରିବେ । ମଧ୍ୟାହ୍ନ ସାଢ଼େ ୧୨ଟାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ସେ ଅପରାହ୍ନ ୩ଟାରେ କୃଷ୍ଣପ୍ରସାଦ ଏବଂ ଅପରାହ୍ନ ୪ଟା ୧୫ମିନିଟରେ ପିପିଲିଠାରେ ବିଶାଳ ଜନସଭାକୁ ସମ୍ବୋଧିତ କରିବା ସହ ଦଳୀୟ ପ୍ରାର୍ଥୀ ସପକ୍ଷରେ ପ୍ରଚାର କରିବେ ।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଗୁରୁବାର ୯ ତାରିଖ ଦିନ ପୂର୍ବାହ୍ନ ସାଢ଼େ ୧୦ଟାରେ ମାଲକାନଗିରି ଜିଲ୍ଲା କାଲିମେଳାଠାରେ, ମଧ୍ୟାହ୍ନ ୧୨ଟା ୧୦ମିନିଟରେ ଚିତ୍ରକୋଣ୍ଡାଠାରେ ଏବଂ ଅପରାହ୍ନ ୩ଟାରେ ଖଲିକୋଟଠାରେ ବିଶାଳ ଜନସଭାକୁ ସମ୍ବୋଧିତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି ।

ଉଲ୍ଲେଖଯୋଗ୍ୟ, ୧୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୁବନେଶ୍ୱରରେ ରୋଡ୍ ଶୋ’ ଓ କଂଟାବାଞ୍ଜିରେ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି ।

Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe