Advertisment

ରାଘବ ଚଡ୍ଡାଙ୍କ ବ୍ୟବହାର ଦେଖି ରାଗିଲେ ରାଜ୍ୟସଭା ଅଧ୍ୟକ୍ଷ, ଦେଲେ ଏମିତି ଚେତାବନୀ

ଗୃହର ସମସ୍ତ କାର୍ଯ୍ୟକୁ ବାତିଲ କରି ସଂସଦର ସୁରକ୍ଷା ତ୍ରୁଟି ପ୍ରସଙ୍ଗର ଆଲୋଚନା କରିବାକୁ ବିରୋଧୀ ଦଳର ସଦସ୍ୟମାନେ ଦାବି କରିଥିଲେ।

author-image
Hemant Lenka
RS

RS

ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ଆଜି ଆପ୍‌ ସାଂସଦ ରାଘବ ଚଡ୍ଡାଙ୍କ ବ୍ୟବହାର ଦେଖି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଗୃହର ସମସ୍ତ କାର୍ଯ୍ୟକୁ ବାତିଲ କରି ସଂସଦର ସୁରକ୍ଷା ତ୍ରୁଟି ପ୍ରସଙ୍ଗର ଆଲୋଚନା କରିବାକୁ ବିରୋଧୀ ଦଳର ସଦସ୍ୟମାନେ ଦାବି କରିଥିଲେ। ଏଥିରେ ରାଘବ ଚଡ୍ଡା ମଧ୍ୟ ସାମିଲ ହୋଇଥିଲେ। ତେବେ ଗୃହର ଅଧ୍ୟକ୍ଷ ଧନଖଡ ବିରୋଧୀଙ୍କ କୌଣସି ଦାବିକୁ ଶୁଣି ନଥିଲେ।

Advertisment

ଏଥିପାଇଁ ବିରୋଧୀ ଦଳର ନେତାମାନେ ଜୋରଦାର ହଟ୍ଟଗୋଳ କରିଥିଲେ। ଏତିକି ବେଳେ ହାତରେ କିଛି ସଙ୍କେତ ଦେଖାଇ ରାଘବ ଚଡ୍ଡା କିଛି କହିବାକୁ ଚାହୁଁଥିବା ଇଙ୍ଗିତ କରିଥିଲେ। ତେବେ ତାଙ୍କର ଏପରି ଆଚରଣକୁ ଧନଖଡ ବିରୋଧ କରିଥିଲେ।

ସେ କହିଥିଲେ, “ଶ୍ରୀ ଚଡ୍ଡା ଆପଣ ଏମିତି ବ୍ୟବହାର କରିପାରିବେ ନାହିଁ। ନିଜର ପକ୍ଷ ରଖିବା ପାଇଁ ପାଟିର ବ୍ୟବହାର କରନ୍ତୁ। ଆଉ କିଛି କରନ୍ତୁ ନାହିଁ। ଯଦି ଆପଣ କିଛି କହିବାକୁ ଚାହୁଁଛନ୍ତି, ତା’ହେଲେ ପାଟିରେ କୁହନ୍ତୁ। ହାତରେ କିଛି ବି ଇଙ୍ଗିତ କରନ୍ତୁ ନାହିଁ।

Advertisment

ଏବେ ଆପଣଙ୍କ ପାଖରେ ଅନେକ କିଛି ଶିଖିବାର ସମୟ ରହିଛି। ଲାଗୁଛି ଆପଣ ଖୁବଶୀଘ୍ର ନାଚିବା ଆରମ୍ଭ କରିବେ। ନିଜ ଆସନରେ ଚୁପରେ ବସନ୍ତୁ। ଆପଣ ପୂର୍ବରୁ ଏହି ଗୃହ ଦ୍ୱାରା ଦଣ୍ଡ ପାଇ ସାରିଛନ୍ତି।”

ରାଜ୍ୟସଭା ଅଧ୍ୟକ୍ଷ ଧନଖଡଙ୍କ ଚେତାବନୀର ଗୋଟିଏ ଘଣ୍ଟା ପୂର୍ବରୁ ରାଘବ ଚଡ୍ଡା ସଂସଦର ସୁରକ୍ଷା ତ୍ରୁଟିକୁ ନେଇ ନିଜର ପକ୍ଷ ରଖିଥିଲେ। ସେ କହିଥିଲେ, “କ’ଣ ବିରୋଧୀ ଦଳର ସାଂସଦମାନେ ବେଆଇନ କଥା ଦାବି କରୁଛନ୍ତି। ସେମାନେ କିଛି ଭୁଲ କଥା କହୁଛନ୍ତି କି? ସେମାନେ କେବଳ ଦେଶର ସବୁଠାରୁ ସୁରକ୍ଷିତ ବିଲଡିଂରେ ଘଟିଥିବା ସୁରକ୍ଷା ତ୍ରୁଟି ସମ୍ପର୍କରେ ଆଲୋଚନା ଚାହୁଁଛନ୍ତି।

ମୁଁ ଭାବୁଛି ସରକାର ଏହି ଦାବିକୁ ଗ୍ରହଣ କରିବା ଦରକାର। ଏହା କୌଣସି ରାଜନୀତିକ ଦଳ କିମ୍ବା ଦଳୀୟ ରାଜନୀତି ନୁହେଁ। ଏହା ସବୁଠାରୁ ସୁରକ୍ଷିତ ବିଲଡିଂର ପ୍ରସଙ୍ଗ। ଭାରତର ସଂସଦ ପ୍ରସଙ୍ଗ। ଯଦି ସଂସଦ ସୁରକ୍ଷିତ ନୁହେଁ, ତା’ହେଲେ କ’ଣ ଦେଶ ସୁରକ୍ଷିତ?” ତେବେ ବିରୋଧୀ ଜିଦରେ ଅଟଳ ରହିବାରୁ ହଙ୍ଗାମା ବଢ଼ିଥିଲା। ତେଣୁ ରାଜ୍ୟସଭାକୁ ଧନଖଡ ମୁଲତବୀ ଘୋଷଣା କରିଥିଲେ।

Jagdeep Dhankar Raghav Chadha