Advertisment

କଂଗ୍ରେସକୁ କ୍ରସ୍‌ ଭୋଟିଂ ଭୟ, ପୋଲିଂ ଏଜେଣ୍ଟ ସାଜିଲେ ଉପ-ମୁଖ୍ୟମନ୍ତ୍ରୀ

କ୍ରସ ଭୋଟିଂକୁ ରୋକିବାକୁ ନିଜେ ମୋର୍ଚ୍ଚା ସମ୍ଭାଳିଛନ୍ତି ଡିକେ ଶିବକୁମାର।

ଅଦ୍ୟତନ ହୋଇଛି
DK Shivakumar

DK Shivakumar

Advertisment

କର୍ଣ୍ଣାଟକରେ ରାଜ୍ୟସଭା ନିର୍ବାଚନ ପାଇଁ ଆଜି ଜାରି ରହିଛି ଭୋଟିଂ। ଏହାରି ଭିତରେ କଂଗ୍ରେସକୁ ଘାରିଛି କ୍ରସ୍‌ ଭୋଟିଂ ଭୟ। ୪ଟି ଆସନ ପାଇଁ ହେଉଥିବା ଏହି ନିର୍ବାଚନରେ କଂଗ୍ରେସ ୩ ଆସନ ହାତେଇବା ନିଶ୍ଚିତ ହୋଇଛି। କିନ୍ତୁ ବିଜେପି ଓ ଜନତା ଦଳ ସେକ୍ୟୁଲାର (ଜେଡିଏସ୍‌) ମିଳିତ ଭାବେ ୨ ଜଣ ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇ କଂଗ୍ରେସର ଚିନ୍ତା ବଢ଼ାଇ ଦେଇଛନ୍ତି। ବିଜେପି ଓ ଜେଡିଏସ୍‌ ମଧ୍ୟ ଦୁଇ ପ୍ରାର୍ଥୀଙ୍କ ବିଜୟ ନିଶ୍ଚିତ ଥିବା ଦାବି କରୁଛନ୍ତି। ଏହାକୁ ନେଇ କ୍ରସ୍‌ ଭୋଟିଂ ସମ୍ଭାବନା ବଢ଼ିଛି।

Advertisment

କର୍ଣ୍ଣାଟକ ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ବିଜେପି ଓ ଜେଡିଏସ୍‌ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। କଂଗ୍ରେସ ବିଧାୟକଙ୍କୁ ସେମାନେ ପ୍ରଲୋଭିତ କରୁଥିବା ସେ ଅଭିଯୋଗ କରିଛନ୍ତି। ତେଣୁ କ୍ରସ ଭୋଟିଂକୁ ରୋକିବାକୁ ନିଜେ ମୋର୍ଚ୍ଚା ସମ୍ଭାଳିଛନ୍ତି ଡିକେ ଶିବକୁମାର। ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ପକ୍ଷରୁ ଶିବକୁମାର ପୋଲିଂ ଏଜେଣ୍ଟ ସାଜିଛନ୍ତି। ଯଦି କ୍ରସ୍‌ ଭୋଟିଂ ହୁଏ, ତେବେ ତରୁନ୍ତ ସେ ଏନେଇ ଅବଗତ ହୋଇପାରିବେ ବୋଲି ଏଭଳି ପନ୍ଥା ଆପଣାଇଛନ୍ତି। ଏହାଦ୍ୱାରା କ୍ରସ ଭୋଟିଂ ସମ୍ଭାବନାକୁ କିଛି ମାତ୍ରାରେ କଂଗ୍ରେସ ଏଡାଇବ ବୋଲି ଭାବୁଛି।

ବିଜେପି ଓ ଜେଡିଏସ୍‌ ମେଣ୍ଟ ପାଖରେ ୮୫ ବିଧାୟକ ଅଛନ୍ତି, ଯାହା ଆବଶ୍ୟକୀୟ ସଂଖ୍ୟା ଠାରୁ ୫ କମ୍। ସେହିପରି କଂଗ୍ରେସ ପାଖରେ ୧୩୬ ବିଧାୟକ ଅଛନ୍ତି। ଦୁଇ ଜଣ ନିର୍ଦ୍ଦଳୀୟ ସମେତ ତିନି ଜଣ ବିଧାୟକଙ୍କ ସମର୍ଥନ ମଧ୍ୟ କଂଗ୍ରେସ ପାଖରେ ରହିଛି। ତେଣୁ ଏହି ନମ୍ବର ଗେମ୍‌କୁ ବୁଝି ପୂର୍ବରୁ ହିଁ କଂଗ୍ରେସ ସଜାଗ ହୋଇପଡିଛି। କଂଗ୍ରେସ ପକ୍ଷରୁ ସୋମବାର ରାତିରେ ମକ୍ ଭୋଟିଂ କରାଯାଇଥିଲା। ରାଜ୍ୟସଭା ନିର୍ବାଚନ ପାଇଁ କେମିତି ଭୋଟ ଦେବାକୁ ହେବ ସେ ନେଇ ନିଜ ବିଧାୟକମାନଙ୍କୁ ଟ୍ରେନିଂ ଦେଇଥିଲା ଦଳ। 

Advertisment
Karnataka DK Shivakumar Congress Rajya Sabha Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe