Advertisment

Rajyasabha Elections: ନାମାଙ୍କନ ପତ୍ର ଭରିଲେ ସନ୍ତୃପ୍ତ ଓ ଦତ୍ତେଶ୍ୱର, ବିଜେଡି-କଂଗ୍ରେସ ଏକଜୁଟ୍‌

ଆଜି ବିଜେଡି ପ୍ରାର୍ଥୀ ଶ୍ରୀ ମିଶ୍ର ଓ ସ୍ୱାଧୀନ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତା ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଉଭୟ ବିଜେଡି ଓ କଂଗ୍ରେସର ବିଧାୟକମାନେ ମିଳିତ ପ୍ରସ୍ତାବକ ଭାବେ ଡାକ୍ତର ହୋତାଙ୍କ ନାମାଙ୍କନ ପତ୍ରରେ ସ୍ୱାକ୍ଷର କରିଛନ୍ତି।

RS-ASSEMBLY
Advertisment

ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ଓ ଉଭୟ ବିଜେଡି-କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତା ଆଜି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। Odisha Rajya Sabha election ନାମାଙ୍କନ ପତ୍ର ଦାଖଲର ଆଜି ଶେଷଦିନ ରହିଛି।

Advertisment


ସୂଚନା ଅନୁସାରେ, ଆଜି ବିଜେଡି ପ୍ରାର୍ଥୀ ଶ୍ରୀ ମିଶ୍ର ଓ ସ୍ୱାଧୀନ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତା ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନିଜ ନିଜର ୩ ସେଟ୍ ଲେଖାଏଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଉଭୟ ବିଜେଡି ଓ କଂଗ୍ରେସର ବିଧାୟକମାନେ ମିଳିତ ପ୍ରସ୍ତାବକ ଭାବେ ଡାକ୍ତର ହୋତାଙ୍କ ନାମାଙ୍କନ ପତ୍ରରେ ସ୍ୱାକ୍ଷର କରିଛନ୍ତି।

ନାମାଙ୍କନ ପତ୍ର ଦାଖଲ ସମୟରେ ବିଧାନସଭା ପରିସରରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସମେତ ପିସିସି ସଭାପତି ଭକ୍ତ ଚରଣ ଦାସ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ,ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର, ସିପିଆଇଏମ ନେତା ସୁରେଶ ପାଣିଗ୍ରାହୀ ଓ ଉଭୟ ବିଜେଡି-କଂଗ୍ରେସର ବିଧାୟକମାନେ ଉପସ୍ଥିତ ରହିଥିଲେ।

Advertisment

ନାମାଙ୍କନ ପତ୍ର ଦାଖଲ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଆମର ଦୁଇ ପ୍ରାର୍ଥୀ ମିଶ୍ର ଓ ଡାକ୍ତର ହୋତା ଉଭୟ ଜିତିବେ। ସେମାନଙ୍କୁ ଆଗୁଆ ଅଭିନନ୍ଦନ ଜଣାଉଛି।

ସେହିପରି ପିସିସି ସଭାପତି ଶ୍ରୀ ଦାସ କହିଛନ୍ତି ଯେ, ଆମର ମିଳିତ ପ୍ରାର୍ଥୀ ଡାକ୍ତର ହୋତା ନିଶ୍ଚିତ ଭାବେ ଜିତିବେ। ନବୀନବାବୁଙ୍କ ନିଷ୍ପତ୍ତିକୁ ଭକ୍ତ ପ୍ରଶଂସା କରିବା ସହ ଘୋଡ଼ାବେପାର ବନ୍ଦ ପାଇଁ ତାଙ୍କର ଏହି ପଦକ୍ଷେପ ସହାୟକ ହେବ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ବିଧାନସଭାରେ ସଂଖ୍ୟାଗଣିତକୁ ଦେଖିଲେ ବିଜେଡିର ୪୮ ଓ କଂଗ୍ରେସର ୧୪ ଏବଂ ସିପିଆଇଏମର ଜଣେ ବିଧାୟକ ଅଛନ୍ତି। ଜଣେ ପ୍ରାର୍ଥୀ ଜିତିବା ପାଇଁ ୩୦ଜଣ ବିଧାୟକଙ୍କ ସମର୍ଥନ ଜରୁରୀ। ସଂଖ୍ୟା ଦୃଷ୍ଟିରୁ ବିଜେଡିର ତୃତୀୟ ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର ବିନା ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହେବେ।

ମିଳିତ ପ୍ରାର୍ଥୀ ଡାକ୍ତର ହୋତାଙ୍କ ସପକ୍ଷରେ ବିଜେଡିର ୧୮, କଂଗ୍ରେସର ୧୪ ଓ ସିପିଆଇଏମର ଜଣେ ପ୍ରାର୍ଥୀଙ୍କ ସମର୍ଥନକୁ ମିଶାଇ ମୋଟ ୩୩ଜଣଙ୍କ ବିଧାୟକଙ୍କ ସମର୍ଥନ ରହିଛି। ଯାହାକି ଜିତିବା ପାଇଁ ଯଥେଷ୍ଟ। କିନ୍ତୁ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ମଇଦାନକୁ ଓହ୍ଲାଇବା ସହ ଜିତିବା ନେଇ ଦୃଢ଼ ନିଶ୍ଚିତ ଥିବାରୁ ଏହି ଅଙ୍କ ଗଣିତ ଏପଟସେପଟ ହେବାର ଆଶଙ୍କା ସୃଷ୍ଟି ହୋଇଛି।

Odisha Rajya Sabha election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe