Advertisment

ଅଖିଳେଶଙ୍କୁ ଝଟ୍‌କା, ଦଳ ଛାଡ଼ିଲେ ମୁଖ୍ୟ ସଚେତକ ମନୋଜ ପାଣ୍ଡେ

ରାଜ୍ୟସଭା ନିର୍ବାଚନ ଚାଲିଥିବା ବେଳେ ସେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟିଂ କରିପାରନ୍ତି ବୋଲି କୁହାଯାଉଛି।

author-image
Madhupriya Mistry
Manoj Pandey

Manoj Pandey

ରାଜ୍ୟସଭା ନିର୍ବାଚନ ଭିତରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶଙ୍କୁ ଲାଗିଛି ବଡ ଝଟ୍‌କା। ଦଳ ଛାଡିଛନ୍ତି ବିଧାୟକ ମନୋଜ ପାଣ୍ଡେ। ସେ ବିଧାନସଭାର ମୁଖ୍ୟ ସଚେତକ ପଦରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ଅଖିଳେଶଙ୍କ ପାଖକୁ ଚିଠି ଲେଖି ଜଣାଇଛନ୍ତି। ଅଖିଳେଶ ଯାଦବଙ୍କ ସହ ମତାନ୍ତର ଯୋଗୁ ସେ ଦଳ ଛାଡିଥିବା କୁହାଯାଉଛି।

Advertisment

ଉତ୍ତରପ୍ରଦେଶର ୧୦ଟି ରାଜ୍ୟସଭା ଆସନ ପାଇଁ ମତଦାନ ଜାରି ରହିଛି। ଏହା ପୂର୍ବରୁ ଅଖିଳେଶଙ୍କ ହାତ ଛାଡି ଦେଇଛନ୍ତି ମୁଖ୍ୟ ସଚେତକ ମନୋଜ ପାଣ୍ଡେ। ରାଜ୍ୟସଭା ନିର୍ବାଚନ ଚାଲିଥିବା ବେଳେ ସେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟିଂ କରିପାରନ୍ତି ବୋଲି କୁହାଯାଉଛି।

ସୂଚନା ମୁତାବକ ସପା ଛାଡିବା ପରେ ମନୋଜ ପାଣ୍ଡେ ବିଜେପିରେ ମିଶି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇପାରନ୍ତି। ସେ ବିଜେପି ଟିକେଟ୍‌ରୁ ରାଏବରେଲି ଲୋକସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି ଅଥବା ଯୋଗୀ କ୍ୟାବିନେଟ୍‌ରେ ସାମିଲ ହୋଇପାରନ୍ତି। କେବଳ ସେତିକି ନୁହେଁ ତାଙ୍କୁ ଉପ-ବାଚସ୍ପତିର ପଦ ମଧ୍ୟ ଯୋଗୀ ସରକାର ଦେଇପାରନ୍ତି ବୋଲି କୁହାଯାଉଛି।

Advertisment

ସେହିପରି ସମାଜବାଦୀ ପାର୍ଟିର ଆଉ ତିନି ଜଣ ବିଧାୟକ ମଧ୍ୟ ବିଜେପି ସପକ୍ଷରେ ଭୋଟ କରିବା ନେଇ ଇସାରା ଦେଇଛନ୍ତି। ସପା ବିଧାୟକ ଅଭୟ ସିଂହ, ରାକେଶ ପ୍ରତାପ ସିଂହ ଓ ରାକେଶ ପାଣ୍ଡେ ସ୍ପଷ୍ଟ ଭାବେ କହିଛନ୍ତି ଯେ ସେମାନେ ନିଜ ଅନ୍ତରଆତ୍ମାର କଥା ଶୁଣି ଭୋଟ୍ ଦେବେ। ଏଥି ସହିତ ପଲ୍ଲଭି ପଟେଲ ମଧ୍ୟ ଏସପିକୁ ଛଟକା ଦେଇପାରନ୍ତି। ରାକେଶ ପ୍ରତାପ ସିଂହଙ୍କ କାରରୁ ସମାଜବାଦୀ ପାର୍ଟି ପତାକା ମଧ୍ୟ ହଟାଇ ଦିଆଯାଇଛି। ଏହାପୂର୍ବରୁ ଏହି ବିଧାୟକମାନେ ସୋସିଆଲ ମିଡିଆରେ ନିଜର ପ୍ରୋଫାଇଲ ପରିବର୍ତ୍ତନ କରିଥିଲେ। ସମାଜବାଦୀ ପାର୍ଟିର ପ୍ରାୟ ୮ ବିଧାୟକଙ୍କ ଉପରେ ବିଜେପିର ନଜର ରହିଛି। ତେଣୁ ଏସମସ୍ତ ବିଧାୟକ କ୍ରସ୍‌ ଭୋଟିଂ କରିପାରନ୍ତି ବୋଲି କୁହାଯାଉଛି। 

Akhilesh Yadav Uttar Pradesh Rajya Sabha Election Samajwadi Party