ରାଜ୍ୟସଭା ଗଣିତ: ସହଜ ସ୍ଥିତିରେ ବିଜେଡି ତଥାପି ଜଣେ ଅଭାବ ,କ’ଣ ରହିଛି ଫର୍ମୂଲା ? 

ରାଜ୍ୟ ବିଧାନସଭାରେ ସଂଖ୍ୟାବଳ ଦୃଷ୍ଟିରୁ କ୍ଷମତାସୀନ ବିଜେଡି ବେଶ୍ ସହଜ ସ୍ଥିତିରେ ରହିଛି

Rajya Sabha

ରାଜ୍ୟସଭା

Ordigital Desk
  • Published: Monday, 29 January 2024
  • Updated: 29 January 2024, 10:35 PM IST

Sports

Latest News

ରାଜ୍ୟର ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ସହ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଛି । ରାଜ୍ୟ ବିଧାନସଭାରେ ସଂଖ୍ୟାବଳ ଦୃଷ୍ଟିରୁ କ୍ଷମତାସୀନ ବିଜେଡି ବେଶ୍ ସହଜ ସ୍ଥିତିରେ ରହିଛି । ଅନ୍ୟ ଦୁଇ ଦଳ କଂଗ୍ରେସ ଓ ବିଜେପି ନିଜସ୍ୱ ଦମରେ କିମ୍ବା ମିଳିତ ସହଯୋଗରେ ଗୋଟିଏ ବି ଆସନ ଜିଣିବାର ସମ୍ଭାବନା ନଥିବାରୁ ଏହି ସମସ୍ତ ୩ଟି ରାଜ୍ୟସଭା ଆସନ ବିଜେଡି ଖାତାକୁ ଯିବା ଏକରକମ ସ୍ପଷ୍ଟ ହୋଇଛି । ବିଜେଡି ମଧ୍ୟ ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଥିବାରୁ ବିଜେଡି ମଧ୍ୟ ବେଶ୍ ମାପିଚୁପି ବହୁ ଆଗରୁ ନିଜର ୩ଜଣ ପ୍ରାର୍ଥୀଙ୍କୁ ଚୂଡ଼ାନ୍ତ କରିଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକ ଏବଂ ବିଜେପିର ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୩ତାରିଖରେ ଶେଷ ହେଉଛି।

ବିଜେଡି ସମର୍ଥନରେ ଶ୍ରୀ ବୈଷ୍ଣବ ବିଜେପି ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ମାତ୍ର ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଉଭୟ ବିଜେପି ଓ ବିଜେଡି ନିଜର ପୁରୁଣା ଫର୍ମୂଲାକୁ ଦୋହରାଇ ମିଳିତ ପ୍ରାର୍ଥୀ ଦେବା ସମ୍ଭାବନା କ୍ଷୀଣ ।  ୨୦୧୯ ସାଧାରଣ ନିର୍ବାଚନ ଲଢ଼ିବା ପାଇଁ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ ରାଜ୍ୟସଭାରୁ ଇସ୍ତଫା ଦେବା ପରେ ଏହି ଦୁଇଟି ଆସନ ଖାଲି ହୋଇଥିଲା । ସେମାନଙ୍କର ବାକି ଥିବା କାର୍ଯ୍ୟକାଳରେ ଅମର ଓ ଅଶ୍ୱିନୀ ପ୍ରାର୍ଥୀ ହୋଇଥିଲେ ।

Also Read

ଓଡ଼ିଶାରେ ୧୪୭ ଆସନ ବିଶିଷ୍ଟ ବିଧାନସଭାରେ ବିଜେଡିର ୧୧୦ଜଣ, ବିଜେପିର ୨୨ଜଣ, କଂଗ୍ରେସର ୯ଜଣ ବିଧାୟକ ଓ ଜଣେ ସିପିଏମ୍ ବିଧାୟକଙ୍କ ସମେତ ଜଣେ ସ୍ୱାଧୀନ ବିଧାୟକ ଅଛନ୍ତି । ଆଉ ୪ଜଣ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦେବ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ପରିଡ଼ାଙ୍କୁ ବିଜେଡି ନିଜ ଦଳରୁ ବହିଷ୍କାର କରିଛି ।

୩ଟି ଯାକ ରାଜ୍ୟସଭା ଆସନ ଜିଣିବା ପାଇଁ ବିଜେଡିକୁ ୧୧୧ଟି ପ୍ରଥମ ପସନ୍ଦର ଭୋଟ୍ ଆବଶ୍ୟକ । ବିଜେଡି ପାଖରେ ଏବେ ୧୧୦ଟି ଭୋଟ୍ ରହିଛି । ଆଉ ଗୋଟିଏ ଭୋଟ୍ ବିଜେଡିକୁ ନିଜର ଏହି ୪ ବହିଷ୍କୃତ ବିଧାୟକ କିମ୍ବା ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲିଙ୍କଠୁ ମିଳିବାର ସମ୍ଭାବନା ବି ବେଶୀ ରହିଛି । ଅତୀତରେ ଶ୍ରୀ ମୁଦୁଲି ମଧ୍ୟ ବିଜେଡିକୁ ସମର୍ଥନ କରିବାର ନଜିର ରହିଛି । ଯଦି ବି ବିଜେଡିକୁ କେହି ସମର୍ଥନ ନକରନ୍ତି ତଥାପି ଦ୍ୱିତୀୟ ପସନ୍ଦର ଭୋଟରେ ବିଜେଡି ପ୍ରାର୍ଥୀ ସହଜରେ ବିଜୟୀ ହୋଇପାରିବେ ।

ରାଜ୍ୟସଭା ଗାଣିତିକ ଫର୍ମୂଲା {(147*100)/(3+1)} +1 ଅନୁସାରେ ପ୍ରତ୍ୟେକ ବିଧାୟକଙ୍କ ଭୋଟ ପରିମାଣ ୧୦୦ ହୋଇଥିବାରୁ ରାଜ୍ୟରେ ମୋଟ ଭୋଟ୍ ସଂଖ୍ୟା ହେଉଛି ୧୪୭୦୦।  ଅର୍ଥାତ୍ ଜଣେ ପ୍ରାର୍ଥୀ ଜିତିବା ପାଇଁ ପ୍ରଥମ ପସନ୍ଦର ମୋଟ ୩୬୭୬ଖଣ୍ଡ ବା ୩୭ଜଣ ବିଧାୟକଙ୍କ ଭୋଟ ଆବଶ୍ୟକ । ଏହି ଦୃଷ୍ଟିରୁ ବିଜେଡିକୁ ୩ଜଣ ପ୍ରାର୍ଥୀଙ୍କ ସପକ୍ଷରେ ୧୧୧ଜଣ ବିଧାୟକଙ୍କ ସମର୍ଥନ ଜରୁରୀ । ବିଜେଡି ପାଖରେ ୧୧୦ଜଣ ବିଧାୟକ ଥିବାରୁ ବିଜେଡିର ତୃତୀୟ ପ୍ରାର୍ଥୀଙ୍କୁ ପ୍ରଥମ ପସନ୍ଦର ଭୋଟ ୩୬ଖଣ୍ଡ ମିଳିବ । ଆଉ ଏହି ପ୍ରଥମ ପସନ୍ଦର ଭୋଟକୁ ଛୁଇଁବାକୁ ବି କଂଗ୍ରେସ ଓ ବିଜେପି ମିଳିତ ଭାବେ ସମ୍ଭବପର ନୁହେଁ।

ତେଣୁ ରାଜ୍ୟସଭା ଗଣିତ ଦୃଷ୍ଟିରୁ ବିଜେଡି ସହଜରେ ଏହି ଆସନ ହାତେଇବ ଓ ସଂଖ୍ୟା ଦୃଷ୍ଟିରୁ ବିଜେପି କିମ୍ବା କଂଗ୍ରେସ ମଧ୍ୟ ପ୍ରାର୍ଥୀ ଦେବାର ସମ୍ଭାବନା କ୍ଷୀଣ । ତେଣୁ ବିଜେଡି ପ୍ରାର୍ଥୀ ନିଦ୍ୱନ୍ଦ୍ୱରେ ଜିତିବା ଏକରକମ ନିଶ୍ଚିତ ହୋଇଯାଇଛି।
ବିଜେଡି ନିଜର ସମ୍ଭାବ୍ୟ ପ୍ରାର୍ଥୀ ଭାବେ ପୁରୀ ସାଂସଦ ପିନାକୀ ମିଶ୍ର, ଆଦିତ୍ୟ ବିର୍ଲା ଗ୍ରୁପର ଉପସଭାପତି ପଦରୁ ନିକଟରେ ସ୍ୱେଚ୍ଛାକୃତ ଅବସର ନେଇଥିବା ସନ୍ତୃପ୍ତ ମିଶ୍ର ଓ ଜଣେ ମହିଳା ନେତ୍ରୀଙ୍କୁ ରାଜ୍ୟସଭାକୁ ପଠାଇବ ବୋଲି ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story