/odisha-reporter/media/post_attachments/uploadimage/library/16_9/16_9_0/IMAGE_1755512268.jpg)
Tiruchi Ravi
ବିଜେପି ନେତୃତ୍ୱାଧୀନ ଏନଡିଏ ରବିବାର ଉପ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ତାମିଲନାଡୁର ରାଜନେତା ସିପି ରାଧାକ୍ରିଷ୍ଣନଙ୍କୁ ଚୟନ କରିଛି। ମହାରାଷ୍ଟ୍ରର ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିବା ସିପି ରାଧାକ୍ରିଷ୍ଣନ ଆଜି ଦିଲ୍ଲୀ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ସେହିପରି ଆଜି ସନ୍ଧ୍ୟାରେ ଏନଡିଏ ସାଂସଦଙ୍କ ବଡ଼ ବୈଠକ ବସିବ।
ବିଜେପି ତାମିଲନାଡୁର ରାଧାକ୍ରିଷ୍ଣନଙ୍କୁ ଚୟନ କରି ଦକ୍ଷିଣୀ କାର୍ଡ ଖେଳିଥିବା ବେଳେ ଏହାକୁ କାଉଣ୍ଟର କରିବାକୁ ବିରୋଧୀ ମଧ୍ୟ ଅଣ୍ଟା ଭିଡ଼ିଛନ୍ତି। ଏଥିପାଇଁ ବିରୋଧୀ ମେଣ୍ଟ ସେହି ତାମିଲନାଡୁରୁ ଜଣଙ୍କୁ ଉପ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଚିନ୍ତା କରୁଛନ୍ତି। ଏଥିପାଇଁ ଡିଏମକେର ରାଜ୍ୟସଭା ସାଂସଦ ତିରୁଚି ଶିବାଙ୍କ ନାଁ ସବୁଠାରୁ ଆଗରେ ରହିଛି। ଡିଏମକେ ପକ୍ଷରୁ ଶିବାଙ୍କୁ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହାକୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ଗ୍ରହଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି।
ବିଜେପି ତାମିଲନାଡୁ ରାଜନୀତିରେ ଏଣ୍ଟ୍ରୀ କରିବାକୁ ଚେଷ୍ଟା କରୁଥିବା ବେଳେ ସିପି ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ କରିଛି। ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ କରି ବିଜେପି ଆଞ୍ଚଳିକ ରାଜନୀତିକୁ ପ୍ରଭାବିତ କରିବାକୁ ଉଦ୍ୟମ କରିଛି। ତାମିଲ ସିଣ୍ଟିମେଣ୍ଟକୁ ବିଜେପି ଆଗକୁ ଆଣି ବିରୋଧୀ ମେଣ୍ଟରେ ଥିବା ଡିଏମକେକୁ କାଉଣ୍ଟର କରିବାକୁ ଲକ୍ଷ୍ୟ ରଖିଥିଲା।
କିନ୍ତୁ ବିରୋଧୀ ଯଦି ତିରୁଚି ଶିବାଙ୍କୁ ତାଙ୍କ ବିପକ୍ଷରେ ପ୍ରାର୍ଥୀ କରନ୍ତି, ତା’ହେଲେ ଦୁଇ ତାମିଲ ନେତାଙ୍କ ମଧ୍ୟରେ ଉପ ରାଷ୍ଟ୍ରପତି ପଦ ପାଇଁ ଲଢ଼େଇ ହେବ। ଏହାର ପ୍ରଭାବ ଆଞ୍ଚଳିକ ରାଜନୀତିରେ ମଧ୍ୟ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ତିରୁଚି ଶିବାଙ୍କୁ ପ୍ରାର୍ଥୀ କରିବା ଦ୍ୱାରା ବିରୋଧୀ ମେଣ୍ଟ ଆଞ୍ଚଳିକ ରାଜନୀତିରୁ ସାମ୍ନା କରିବାକୁ ଥିବା ଚ୍ୟାଲେଞ୍ଜକୁ ମୁକାବିଲା କରିପାରିବ।
ତିରୁଚି ଶିବା ତାମିଲନାଡୁର ହୋଇଥିବାରୁ ଏନଡିଏର ଦକ୍ଷିଣ ଭାରତ ପ୍ରବେଶକୁ କାଉଣ୍ଟର କରିପାରିବେ। ଦକ୍ଷିଣ ଭାରତରେ ସକ୍ରିୟ ଥିବା କିଛି ରାଜନୀତିକ ଦଳର ସମର୍ଥନ ମଧ୍ୟ ଶିବାଙ୍କୁ ମିଳିପାରେ। ରବି ପ୍ରାର୍ଥୀ ହେଲେ ଡିଏମକେ ଆଉ ଦ୍ୱନ୍ଦ୍ୱରେ ରହିବ ନାହିଁ। ଦଳର ସବୁ ସାଂସଦ ଶିବାଙ୍କୁ ହିଁ ସମର୍ଥନ କରିବେ।
ଯଦିଓ ଡିଏମକେ ପୂର୍ବରୁ କହି ସାରିଛି ଯେ ଦଳ କେବଳ ବିରୋଧୀ ମେଣ୍ଟର ଉପ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ କରିବ, କିନ୍ତୁ ଏନଡିଏ ପ୍ରାର୍ଥୀ ରାଧାକ୍ରିଷ୍ଣନ ତାମିଲ ହୋଇଥିବାରୁ ଦଳରେ ମତ ପାର୍ଥ୍ୟକ ପାଇବାର ଆଶଙ୍କା ରହିଥିଲା। ଏହି ସମସ୍ୟାକୁ ଶିବାଙ୍କ ପ୍ରାର୍ଥିତ୍ୱ ସମାଧାନ କରିପାରିବ। ଏହା ବାଦ ସାଂସଦ ଶିବା ଜଣେ ଦଳିତ ଚେହେରା। ତେଣୁ ଏହାର ଫାଇଦା ମଧ୍ୟ ବିରୋଧୀଙ୍କୁ ମିଳିପାରେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
