Advertisment

ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କ ସମେତ ୨୨ ଜଣ ମନ୍ତ୍ରୀ ଭାବେ ନେଲେ ଶପଥ

୨୨ ଜଣ ବିଧାୟକଙ୍କ ମଧ୍ୟରୁ ୧୨ ଜଣ କ୍ୟାବିନେଟ, ୫ ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ଓ ୫ ଜଣ କେବଳ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

BJP

BJP

Advertisment

ନୂଆ କରି ରାଜସ୍ଥାନରେ ସରକାର ଗଠନ କରିଥିବା ବିଜେପି ଆଜି ତା’ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରିଛି। ବିଜେପି ହାଇକମାଣ୍ଡଙ୍କ ଅନୁମତି ପରେ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ତାଙ୍କ ଟିମ ଗଠନ କରିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ ଭଜନ ଲାଲ ନିକଟରେ ଦିଲ୍ଲୀ ଯାଇଥିଲେ। ସେଠାରେ କେନ୍ଦ୍ରୀୟ ନେତୃମଣ୍ଡଳୀଙ୍କୁ ଭେଟିଥିଲେ। ଦିଲ୍ଲୀରୁ ଫେରିବା ପରେ ସେ କ୍ୟାବିନେଟ ସଂପ୍ରସାରଣ କରିଛନ୍ତି। ବରିଷ୍ଠ ନେତା ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କ ସମେତ ଆଜି ୨୨ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

ରାଜଭବନରେ ଆୟୋଜନ କାର୍ଯ୍ୟକ୍ରମରେ ରାଜ୍ୟପାଳ କଲରାଜ ମିଶ୍ରା ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ୨୨ ଜଣ ବିଧାୟକଙ୍କ ମଧ୍ୟରୁ ୧୨ ଜଣ କ୍ୟାବିନେଟ, ୫ ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ଓ ୫ ଜଣ କେବଳ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

Advertisment

ରାଜସ୍ଥାନ ସରକାରରେ କ୍ୟାବିନେଟ ମନ୍ତ୍ରୀ ହୋଇଥିବା ବିଧାୟକମାନେ ହେଲେ କିରୋଡି ଲାଲ ମୀନା, ମଦନ ଦିଲାୱର, ରଜ୍ୟବର୍ଦ୍ଧନ ସିଂହ ରାଠୋର, ଗଜେନ୍ଦ୍ର ସିଂହ ଖିନବସର, ବାବୁଲାଲ ଖାରାଡି, ଜୋଗରାମ ପଟେଲ, ସୁରେଶ ସିଂହ ରାୱତ, ଅବିନାଶ ଗେହଲଟ, ଜୋରାରାମ କୁମାୱତ, ହେମନ୍ତ ମୀନା, କହ୍ନୈୟା ଲାଲ ଚୌଧୁରୀ ଓ ସୁମିତ ଗୋଦାରା।

ସଞ୍ଜୟ ଶର୍ମା, ଗୌତମ କୁମାର, ଝାବର ସିଂହ ଖାଡା, ସୁରେନ୍ଦ୍ର ପାଲ ସିଂହ ଓ ହୀରାଲାଲ ନାଗର ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ଭାବେ ଶପଥ ନେଇଛନ୍ତି। ସେହିପରି କେବଳ ରାଷ୍ଟ୍ରମନ୍ତ୍ରୀ ଭାବେ ଓତ୍ତାରାମ ଦେୱାସି, ମଞ୍ଜୁ ବାଘମର, ବିଜୟ ସିଂହ ଚୌଧୁରୀ, କେକେ ବିଷ୍ଣୋଇ ଓ ଜବାହର ସିଂହ ବେଦା ଶପଥ ଗ୍ରହଣ କରିଛନ୍ତି।

ନିକଟରେ ଶେଷ ହୋଇଥିବା ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପି ୧୧୫ଟି ସିଟ ଜିତି କଂଗ୍ରେସକୁ ଗାଦିଚ୍ୟୁତ କରିଥିଲା। ଦଳ ଜିତିବା ପରେ ପ୍ରଥମଥର ବିଧାୟକ ହୋଇଥିବା ଭଜନ ଲାଲ ଶର୍ମା ମୁଖ୍ୟମନ୍ତ୍ରୀ ହୋଇଥିଲେ।

ସେହିପରି ଦିୟା କୁମାରୀ ଓ ପ୍ରେମ ଚାନ୍ଦ ବୈରୱା ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାବାଦ ୫ଥରର ବିଧାୟକ ବାସୁଦେବ ଦେବନାନିଙ୍କୁ ଦଳ ବାଚସ୍ପତି କରିଛି।

Bjp Rajasthan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe