Advertisment

ପଛରେ ଥିଲେ, କିନ୍ତୁ ଶେଷରେ ବିଜୟୀ ହେଲେ ବିଜେପିର ରାଜ୍ୟବର୍ଦ୍ଧନ ରାଠୋର

ରାଜ୍ୟବର୍ଦ୍ଧନ ମୋଟ ୧,୪୬,୪୪୦ ଖଣ୍ଡ ଭୋଟ ପାଇ ଏଠାରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

author-image
Hemant Lenka
BJP

BJP

ରାଜସ୍ଥାନର ଝୋଟୱାରା ଆସନରେ ବାଜିମାତ କରିଛନ୍ତି ବିଜେପିର ରାଜ୍ୟବର୍ଦ୍ଧନ ରାଠୋର। ତାଙ୍କୁ ଏହି ଆସନରେ କଂଗ୍ରେସର ୩୩ ବର୍ଷୀୟ ପ୍ରାର୍ଥୀ ଅଭିଷେକ ଚୌଧୁରୀ ଜୋରଦାର ଟକ୍କର ଦେଇଥିଲେ। କିନ୍ତୁ ଶେଷରେ ରାଜ୍ୟବର୍ଦ୍ଧନ ବିଜୟ ମୁକୁଟ ପିନ୍ଧିଛନ୍ତି। ସେ ଅଭିଷେକଙ୍କୁ ୩୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ହରାଇଛନ୍ତି।

Advertisment

ଆଜି ଭୋଟ ଗଣତି ଆରମ୍ଭ ପର ଠାରୁ ପ୍ରାୟ ୭ ରାଉଣ୍ଡ ଯାଏ ରାଜ୍ୟବର୍ଦ୍ଧନ ପଛରେ ରହିଥିଲେ। ଅଭିଷେକ ତାଙ୍କ ଠାରୁ ୧୦ ହଜାର ଭୋଟ ଆଗରେ ଥିଲେ। ଲାଗୁଥିଲା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଠୋରଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିବ। କିନ୍ତୁ ସମୟ ବଢ଼ିବା ସହ ରାଜ୍ୟବର୍ଦ୍ଧନଙ୍କ ଭୋଟ ଭାଗ ବଢ଼ିବାରେ ଲାଗିଥିଲା। ଶେଷରେ ସେ ଅଭିଷେକଙ୍କୁ ୩୦ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି।

ରାଜ୍ୟବର୍ଦ୍ଧନ ମୋଟ ୧,୪୬,୪୪୦ ଖଣ୍ଡ ଭୋଟ ପାଇ ଏଠାରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

Advertisment

ଏହି ବିଜୟ ସହ ରାଜସ୍ଥାନରେ ମଧ୍ୟ ବିଜେପି ସରକାର ଗଠନ କରିବାକୁ ଯାଉଛି। ତେଣୁ ଦଳ କାହାକୁ ଏଠାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି। ମୁଖ୍ୟମନ୍ତ୍ରୀ ହେବା ଦୌଡ଼ରେ ଦିୟା କୁମାରୀ, ବସୁନ୍ଧରା ରାଜେ, ମହନ୍ତ ବାଲକନାଥ ଓ ରାଜ୍ୟବର୍ଦ୍ଧନ ରାଠୋର ପ୍ରମୁଖ ରହିଛନ୍ତି।

Bjp Election Election Results