Advertisment

ଜେଏମଏମର ରାମଦାସଙ୍କ ଠାରୁ ହାରିଲେ ଚମ୍ପାଇ ସୋରେନଙ୍କ ପୁଅ

ବିଜେପି ତାଙ୍କୁ ପ୍ରଥମଥର ପାଇଁ ଘାଟଶିଳା ଆସନରୁ ପ୍ରାର୍ଥୀ କରିଥିଲା। ହେଲେ ତାଙ୍କୁ ଜେଏମଏମର ରାମଦାସ ସୋରେନଙ୍କ ଠାରୁ ହାରିବାକୁ ପଡ଼ିଛି।

Babu Lal Soren

Babu Lal Soren

Advertisment

ଝାରଖଣ୍ଡର ଟାଇଗର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ନିଜ ଗଡ଼ ସଢ଼େଇକଳାରୁ ରେକର୍ଡ ସପ୍ତମ ଥର ପାଇଁ ଜିତିଛନ୍ତି। କିନ୍ତୁ ତାଙ୍କ ପୁଅ ବାବୁଲାଲ ସୋରେନ ବିଜେପି ଟିକେଟରୁ ନିର୍ବାଚନ ଲଢ଼ିଥିଲେ ହେଁ ପରାସ୍ତ ହୋଇଛନ୍ତି। ବିଜେପି ତାଙ୍କୁ ପ୍ରଥମଥର ପାଇଁ ଘାଟଶିଳା ଆସନରୁ ପ୍ରାର୍ଥୀ କରିଥିଲା। ହେଲେ ତାଙ୍କୁ ଜେଏମଏମର ରାମଦାସ ସୋରେନଙ୍କ ଠାରୁ ହାରିବାକୁ ପଡ଼ିଛି।

Advertisment

ରାମଦାସ ଏଠାରୁ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାକୁ ମିଶାଇ ସେ ତୃତୀୟ ଥର ପାଇଁ ଘାଟଶିଳାରୁ ଜିତିଛନ୍ତି। ଚମ୍ପାଇ ସୋରେନ ଜେଏମଏମ ଛାଡ଼ିବା ପରେ ରାମଦାସଙ୍କୁ ଝାରଖଣ୍ଡ କ୍ୟାବିନେଟରେ ସ୍ଥାନ ମିଳିଥିଲା।

୨୦୧୯ରେ ସେ ବିଜେପିର ଲଖନ ଚନ୍ଦ୍ର ମାର୍ଡିଙ୍କୁ ହରାଇଥିଲେ। ଏଥର ସହ ସେ ବିଜେପିର ବାବୁଲାଲ ସୋରେନଙ୍କୁ ହରାଇଛନ୍ତି। ରାମଦାସଙ୍କୁ ଏଠାରେ ୯୮,୩୫୬ ଖଣ୍ଡ ଭୋଟ ମିଳିଥିବା ବେଳେ ବାବୁଲାଲ ୭୫,୯୧୦ ଖଣ୍ଡ ଭୋଟ ପାଇଛନ୍ତି। ଏଠାରେ ଜେଏମଏମ ପ୍ରାର୍ଥୀ ଦେଇଥିବାରୁ କଂଗ୍ରେସ ଏହାକୁ ସମର୍ଥନ କରିଥିଲା। କାରଣ ଜେଏମଏମ ଓ କଂଗ୍ରେସ ଏକାଠି ନିର୍ବାଚନ ଲଢ଼ୁଥିଲେ।

Advertisment

ଝାରଖଣ୍ଡ ବିଧାନସଭାର ୮୧ଟି ଆସନରୁ ଜେଏମଏମ ନେତୃତ୍ୱାଧୀନ ଇଣ୍ଡିଆ ମେଣ୍ଟ ୫୬ଟିରେ ଜିଥିବା ବେଳେ ବିଜେପି ମେଣ୍ଟ ୨୪ଟି ଓ ଅନ୍ୟାନ୍ୟ ଦଳ ଗୋଟିଏ ଆସନ ଜିତିଛନ୍ତି।

Jharkhand Babu Lal Soren
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe