Advertisment

ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ମୋଦିଙ୍କ କାର୍ଯ୍ୟକ୍ରମ: ରାହୁଲ ଗାନ୍ଧି

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ସମ୍ପୂର୍ଣ୍ଣ ରୂପେ ବିଜେପି ଓ ଆରଏସଏସ ପ୍ରୋଗ୍ରାମ ବୋଲି ରାହୁଲ ଗାନ୍ଧି କହିଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ମେଦିଙ୍କ ଫଙ୍କସନ୍ କହିଲେ ରାହୁଲ ଗାନ୍ଧି। 'ଭାରତ ଯୋଡ ନ୍ୟାୟ ଯାତ୍ରା' ସମୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏପରି ମନ୍ତବ୍ୟ ଦେଇଛନ୍ତି। ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଅଯୋଧ୍ୟାରେ ଆୟୋଜନ ହୋଇଥିବା କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ରୂପେ ବିଜେପି ଓ ଆରଏସଏସ ପ୍ରୋଗ୍ରାମ ବୋଲି ରାହୁଲ ଗାନ୍ଧି କହିଛନ୍ତି। 

Advertisment

ସେ କହିଛନ୍ତି ଯେ, ଆରଏସଏସ ଏବଂ ବିଜେପି ୨୨ ଜାନୁଆରୀ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ରୂପେ ରାଜନୈତିକ ଓ ନରେନ୍ଦ୍ର ମୋଦି କାର୍ଯ୍ୟକ୍ରମରେ ପରିଣତ କରିଛନ୍ତି। ଏହା ଏକ ଆରଏସଏସ ବିଜେପି କାର୍ଯ୍ୟକ୍ରମ। ସେଥିପାଇଁ ମୁଁ ଭାବୁଛି କଂଗ୍ରେସ ସାଂସଦ ଉକ୍ତ କାର୍ଯ୍ୟକ୍ରମକୁ ଯାଆନ୍ତୁ ନାହିଁ ବୋଲି କହିଛନ୍ତି।

ରାହୁଲ ଗାନ୍ଧି ଆହୁରି କହିଛନ୍ତି, ଏକଥା କେବଳ କଂଗ୍ରେସ ନେତାମାନେ କହୁନାହାନ୍ତି, ବରଂ ହିନ୍ଦୁ ଧର୍ମର ବହୁ ବରିଷ୍ଠ ଅଧିକାରୀମାନେ ମଧ୍ୟ ୨୨ ଜାନୁୟାରୀ କାର୍ଯ୍ୟକ୍ରମକୁ ରାଜନୈତିକ କାର୍ଯ୍ୟ ବୋଲି କହୁଛନ୍ତି। ତେଣୁ ଆମକୁ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗଦେବା କଷ୍ଟକର, ଯାହା ଭାରତର ପ୍ରଧାନମନ୍ତ୍ରୀ ଏବଂ ଆରଏସଏସ ଆୟୋଜନ କରିଛନ୍ତି ବୋଲି ରାହୁଲ ଗାନ୍ଧି କହିଛନ୍ତି।  

Advertisment

ପ୍ରକାଶ ଥାଉ କି, ଆସନ୍ତା ୨୨ରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେବାକୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ଦଳର ପୂର୍ବତନ ସଭାପତି ସୋନିଆ ଗାନ୍ଧି ଏବଂ ଅଧୀର ରଞ୍ଜନ ଚୌଧୁରୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସେମାନେ କିନ୍ତୁ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରି ବିଜେପି ଏହାକୁ ଏହାକୁ ରାଜନୈତିକ ପ୍ରକଳ୍ପରେ ପରିଣତ କରିଥିବା ଅଭିଯୋଗ କରିଛନ୍ତି। 

PM Modi Rahul Gandhi Ram Mandir Ram Mandir Inauguration