Advertisment

'ରାମ ମନ୍ଦିର ସମସ୍ତଙ୍କର, କେବଳ ବିଜେପିର ନୁହେଁ'

ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା କମଲ ନାଥ ରାମ ମନ୍ଦିରକୁ ନେଇ ବିଜେପିକୁ କଡ଼ା ଟାର୍ଗେଟ୍‌ କରିଛନ୍ତି।

author-image
Madhupriya Mistry
Kamal nath on ram temple

Kamal nath on ram temple

ଆସନ୍ତା ୨୨ ତାରିଖରେ ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ଏହାକୁ ନେଇ ସାରା ଦେଶରେ ଉତ୍ସାହର ମାହୋଲ ରହିଛି। ବିଜେପି ଏହି ସମାରୋହକୁ ନେଇ ଟିକେ ଅଧିକା ଉତ୍ସାହିତ ଅଛି। ଏହାରି ଭିତରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା କମଲ ନାଥ ରାମ ମନ୍ଦିରକୁ ନେଇ ବିଜେପିକୁ କଡ଼ା ଟାର୍ଗେଟ୍‌ କରିଛନ୍ତି।

Advertisment

ଛିନ୍ଦଓ୍ୱାଡା ଗସ୍ତରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଅଯୋଧ୍ୟା ରାମ ମନ୍ଦିରକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, 'ମନ୍ଦିର ପୂରା ଦେଶର। ରାମ ମନ୍ଦିର ସମସ୍ତଙ୍କର। ବିଜେପି ପାଖରେ ଏହାର କୌଣସି ଲିଜ୍‌ ବା ପଟ୍ଟା ନାହିଁ। କେବଳ କ୍ରେଡିଟ୍‌ ନେବା ପାଇଁ ଚେଷ୍ଟା ଚାଲିଛି।'

'ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆଧାରରେ ଏହି ମନ୍ଦିର ନିର୍ମାଣ କରାଯାଉଛି। ବର୍ତ୍ତମାନ ସେଠାରେ ବିଜେପି ସରକାର ଅଛି, ତେଣୁ ନିର୍ମାଣ ଦାୟିତ୍ୱ ସେମାନଙ୍କର ଅଟେ ବୋଲି କମଲନାଥ କହିଛନ୍ତି। ଖୁବ ଶୀଘ୍ର ଅଯୋଧ୍ୟା ଯାଇ ସେ ରାମ ମନ୍ଦିର ପରିଦର୍ଶନ କରିବେ ବୋଲି ମଧ୍ୟ କହିଛନ୍ତି ଏହି ବରିଷ୍ଠ କଂଗ୍ରେସ ନେତା। କମଲନାଥଙ୍କ ଏହି ବୟାନ ସାମ୍ନାକୁ ଆସିବା ପରେ ଏହାକୁ ନେଇ ବିଜେପି ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

Advertisment

ଉଲ୍ଲେଖଯୋଗ୍ୟ, ଗତ ଶୁକ୍ରବାର ହୋଇଥିବା କ୍ୟାବିନେଟ୍‌ ବୈଠକରେ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ମନ୍ତ୍ରୀମାନଙ୍କୁ ତାଗିଦ କରିଛନ୍ତି। ବୈଠକରେ ମୋଦି ସଫା ସଫା କହିଛନ୍ତି ଯେ, ଆସ୍ଥା ଦେଖାଇବା ଉଚିତ, ଆଗ୍ରେସନ ନୁହେଁ।

Bjp Congress Ayodhya Ram Mandir Kamal Nath