Advertisment

ବିଜେଡିକୁ ଶକ୍ତଧକ୍କା: ବିଜେପିରେ ମିଶିଲେ ରାମଚନ୍ଦ୍ର ପଣ୍ଡା ଓ ଗଞ୍ଜାମ ଏନଏସି ଅଧ୍ୟକ୍ଷାଙ୍କ ସମେତ ବହୁ ନେତା

ଗଞ୍ଜାମ ଜିଲ୍ଲାର ବିଭିନ୍ନ ଏନଏଏସିର ନିର୍ବାଚିତ କାଉନସିଲର ଓ ବରିଷ୍ଠ ନେତାମାନେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି।

author-image
Ordigital Desk
BJP

BJP

ନିକଟରେ ବିଜେଡି ଛାଡ଼ିଥିବା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଗଞ୍ଜାମ ଏନଏଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ ଓ ବହୁନେତା ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଏନଏଏସିର ନିର୍ବାଚିତ କାଉନସିଲର ଓ ବରିଷ୍ଠ ନେତାମାନେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି।

Advertisment

ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବିଜେଡିରୁ ଆସିଥିବା ଏହି ନେତାମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ । ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀ ପଣ୍ଡାଙ୍କ ସମେତ ଗଞ୍ଜାମ ଏନଏସି ଅଧ୍ୟକ୍ଷ  ପ୍ରତିଭା ପାଢ଼ୀ,ସ୍ୱାଧୀନ କାଉନସିଲର ଅରୁଣ କୁମାର ପଣ୍ଡା, ବିଜେଡି କାଉନସିଲର ରୀତା ଦେବୀ ମହାରଣା, ରାଇବରୀ ଜେନା, ସ୍ୱାଗତ ଆଶିଷ ନାୟକ, ଇ.ମୋହନ ରେଡ୍ଡି, ଛାତ୍ର ବିଜେଡି ନେତା ପ୍ରକାଶ ରାଉଳ, ଗଞ୍ଜାମ ଏନଏସିର ପୂର୍ବତନ ଅଧ୍ୟକ୍ଷ ରାନୁ ବଇଠାରୁ, ଅବସରପ୍ରାପ୍ତ ଇଞ୍ଜିନିୟର ବିନୋଦ କୁମାର ପାଢ଼ୀ, ପୂର୍ବତନ ସରପଂଚ ପ୍ରଭାକର ବେହେରା, ବରିଷ୍ଠ ନାଗରିକ ମଂଚର ସଭାପତି ଲିଙ୍ଗରାଜ ପଟ୍ଟନାୟକ, ପୂର୍ବତନ ବିଜେଡି କାଉନସିଲର ପ୍ରକାଶ ଚନ୍ଦ୍ର ବେହେରା, ପୁରୁଣା ବନ୍ଦ ଗାଁର ସଭାପତି କୃଷ୍ଣଚନ୍ଦ୍ର ବେହେରା,ପୂର୍ବତନ କାଉନସିଲର ଦୁର୍ଗା ମାଧବ ପାଣିଗ୍ରାହୀ, ପୂର୍ବତନ ସରପଂଚ ଶତ୍ରୁଘ୍ନ ମହାକୁଡ଼, ବିଜେଡି ଯୁବ ନେତା ତ୍ରିଲୋଚନ ବାରିକ,ହରପ୍ରସାଦ ବାରିକ, ସଞ୍ଜୀବ ସ୍ୱାଇଁ, ତୋଫାନ ପଣ୍ଡା, ସନ୍ତୋଷ ଦାସ, ରଞ୍ଜିତ ଦାସ, ବିଦେଶୀ ଦାସ, ଲିଙ୍ଗରାଜ ପଟ୍ଟନାୟକ, କ୍ଷୀରୋଦ ଚନ୍ଦ୍ର ସାହୁ, ଜିତୁ ଦାସ, ନାରାୟଣ ଦାସ ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି।

ଗଞ୍ଜାମ ଜିଲ୍ଲାର ବହୁ ନେତା ଇତିମଧ୍ୟରେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ଓଡ଼ିଶାରେ ଅନ୍ୟାୟ, ଅନୀତି, ଦୁର୍ନୀତି, ଭ୍ରଷ୍ଟାଚାର,ବ୍ୟଭିଚାର, କୁଶାସନ ଅବସାନ ଘଟିବ । ବିଜେଡିର ଦୀପ ଖୁବଶୀଘ୍ର ଲିଭିଯିବ ଏବଂ ନୂତନ ସୂର୍ଯ୍ୟ ଉଦୟ ହେବ । କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଠନ ହେବ ବୋଲି ଏହି ମିଶ୍ରଣ ପର୍ବ ଅବସରରେ ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି।

Advertisment

ଏହି ମିଶ୍ରଣ ପର୍ବରେ ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ, ରାଜ୍ୟ ସମ୍ପାଦକ ସରୋଜ କର, ବରିଷ୍ଠ ନେତା ମହେଶ ମହାନ୍ତି,ଗଞ୍ଜାମ ଜିଲ୍ଲା ସଭାପତି ସୁବାଷ ସାହୁ, ଛତ୍ରପୁର ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକ, ଓବିସି ମୋର୍ଚ୍ଚା ରାଜ୍ୟ ସଂଯୋଜକ ପ୍ରଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

BjD Bjp