Advertisment

ବିଜେପିରୁ ଇସ୍ତଫା ଦେଲେ ରମାରଞ୍ଜନ ବଳିୟାରସିଂହ

ଆଜି ସେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

ଅଦ୍ୟତନ ହୋଇଛି
Ramaranjan Baliarsingh

Ramaranjan Baliarsingh

Advertisment

ବିଜେପିରୁ ଇସ୍ତଫା ଦେଇଛନ୍ତି ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ। ଆଜି ସେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖକୁ ପଠା ଦେଇଛନ୍ତି।

Advertisment

ରମା ବଳିଆରସିଂହ ବିଜେପି ମୁଖପାତ୍ର ମଧ୍ୟ ଥିଲେ। ୨୫ ତାରିଖରେ ସତ୍ୟବାଦୀରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ତାର କିଛି ଦିନ ପୂର୍ବରୁ ଦଳ ଛାଡିବା ଚର୍ଚ୍ଚାର ବିଷୟ ପାଲଟିଛି।

ରମାରଞ୍ଜନ ବଳିୟାରସିଂହ କହିଛନ୍ତି, ଏହା ମୋର ବ୍ୟକ୍ତିଗତ ଅସନ୍ତୋଷ ନୁହେଁ। ଏହା ସତ୍ୟବାଦୀର ଜନ ସାଧାରଣଙ୍କ ଅସନ୍ତୋଷ। ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ତ୍ୟାଗର ମାଟି ଭୋଗର ମାଟି ନୁହେଁ। ସତ୍ୟବାଦୀ ଜନ ସାଧାରଣଙ୍କ ଅପେକ୍ଷାକୁ ବିଜେପି ପ୍ରତାରଣା କରିଛି।

Advertisment
State Bjp Odisha Assembly Election 2024 General Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe