Advertisment

ସଂସଦରେ ଅଭଦ୍ର ବ୍ୟବହାର କରିଥିବା ସାଂସଦଙ୍କୁ ବିଜେପି ଦେଲା ନିର୍ବାଚନୀ ଦାୟିତ୍ୱ

ଟୋଙ୍କ ହେଉଛି କଂଗ୍ରେସ ନେତା ସଚିନ ପାଇଲଟଙ୍କ ଗଡ଼।

author-image
Hemant Lenka
ଅଦ୍ୟତନ ହୋଇଛି
BJP

BJP

ସଂସଦରେ ବିଏସପି ସାଂସଦ ଡାନିଶ ଅଲୀଙ୍କୁ ଅତ୍ୟନ୍ତ ଅଭଦ୍ର ବ୍ୟବହାର କରିବା ସହ ମୁସଲିମ ବିରୋଧୀ ବୟାନ ଦେଇଥିବା ବିଜେପି ସାଂସଦ ରମେଶ ବିଧୁରୀଙ୍କୁ ଦଳ ବଡ଼ ଦାୟିତ୍ୱ ଦେଇଛି। ବିଜେପି ପକ୍ଷରୁ ଆଜି ତାଙ୍କୁ ରାଜସ୍ଥାନର ଟୋଙ୍କ ନିର୍ବାଚନ ମଣ୍ଡଳୀ ପାଇଁ ଇନଚାର୍ଜ କରାଯାଇଛି। ଏହାର ଅର୍ଥ ତାଙ୍କ ନେତୃତ୍ୱରେ ବିଜେପି ଟୋଙ୍କ ଆସନରେ ନିର୍ବାଚନ ଲଢ଼ିବ।

Advertisment

ଟୋଙ୍କ ହେଉଛି କଂଗ୍ରେସ ନେତା ସଚିନ ପାଇଲଟଙ୍କ ଗଡ଼। ଚଳିତ ବର୍ଷ ରାଜସ୍ଥାନ ବିଧାନସଭା ନିର୍ବାଚନ ବେଳେ ପାଇଲଟ ଏଠାରୁ ପ୍ରାର୍ଥୀ ହେବେ। ତାଙ୍କୁ ଟକ୍କର ଦେବାକୁ ରମେଶ ବିଧୁରୀଙ୍କ ଉପରେ ବିଜେପି ଭରସା କରିଛି।

ସଂସଦର ସ୍ୱତନ୍ତ୍ର ଅଧିବେଶନ ବେଳେ ଚନ୍ଦ୍ରଯାନ-୩ର ସଫଳତା ସମ୍ପର୍କରେ ଆଲୋଚନା ଚାଲିଥିଲା। ଏହି ସମୟରେ ରମେଶ ସିଧାସଳଖ ଡାନିଶ ଅଲୀଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ। ସେ ଅଲୀଙ୍କ ବିରୋଧରେ ଅତ୍ୟନ୍ତ ଆପତ୍ତି ଓ ଉତ୍ତେଜନା ସୃଷ୍ଟିକାରୀ ଶବ୍ଦ ପ୍ରୟୋଗ କରିଥିଲେ।

Advertisment

ଏଥିପାଇଁ ବାଚସ୍ପତି ସାଂସଦ ରମେଶଙ୍କୁ କଠୋର କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଥିଲେ। ଯଦି ଆଗକୁ ସେ ଏପରି ଶବ୍ଦ ବା ଆଚରଣ କରିବେ, ତା’ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ସେ ଦେଇଥିବା ବୟାନକୁ ସଂସଦର ରେକର୍ଡରୁ ମଧ୍ୟ ହଟାଇ ଦିଆଯାଇଥିଲା।

ବିବଦା ବଢ଼ୁଥିବାରୁ ବିଜେପି ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା। ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ଦଳ ପ୍ରଶ୍ନ କରିଥିଲା। ହେଲେ ଏବେ ଦଳ ତାଙ୍କୁ ନିର୍ବାଚନୀ ଦାୟିତ୍ୱ ଦେଇଛନ୍ତି।

Bjp Congress Rajasthan