Advertisment

ମୁଦା ଦୁର୍ନୀତି: ଲୋକାୟୁକ୍ତରେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଅଭିଯୋଗ

ରମେଶ ଆଜି ବେଙ୍ଗାଲୁରୁ ସ୍ଥିତ ଲୋକୟୁକ୍ତ ଅଫିସରେ ଗୋଟିଏ ଅଭିଯୋଗ ଦାଖଲ କରିଛନ୍ତି। ମୁଦା ଦୁର୍ନୀତି ଅଭିଯୋଗର ତଦନ୍ତ କରିବାକୁ ସେ ଦାବି କରିଛନ୍ତି।

CM

CM

Advertisment

କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ନାଁରେ ବିଜେପି ନେତା ଏନଆର ରମେଶ ଆଜି ବେଙ୍ଗାଲୁରୁ ସ୍ଥିତ ଲୋକୟୁକ୍ତ ଅଫିସରେ ଗୋଟିଏ ଅଭିଯୋଗ ଦାଖଲ କରିଛନ୍ତି। ମୁଦା ଦୁର୍ନୀତି ଅଭିଯୋଗର ତଦନ୍ତ କରିବାକୁ ସେ ଦାବି କରିଛନ୍ତି। ଏଥିସହ ଏହି ଘଟଣା ସହ ଏକାଧିକ ଦସ୍ତବିଜ ମଧ୍ୟ ସେ ଲୋକାୟୁକ୍ତଙ୍କ ନିକଟରେ ଦାଖଲ କରିଛନ୍ତି। 

Advertisment

ଏହାପୂର୍ବରୁ କର୍ଣ୍ଣାଟକା ବିଧାନସଭାର ବିରୋଧୀ ଦଳ ନେତା ଆର ଅଶୋକ ଦୁର୍ନୀତି ଅଭିଯୋଗର ତଦନ୍ତରେ କର୍ଣ୍ଣାଟକା ସରକାର କାହିଁକି ବିଳମ୍ବ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ “ ମୁଖ୍ୟମନ୍ତ୍ରୀ କହୁଛନ୍ତି ଯେ ବିଜେପି ଶାସନ ସମୟରେ ୨୧ଟି ଦୁର୍ନୀତି ହୋଇଥିଲା। ଆପଣ ଏବେ ରାଜ୍ୟରେ ୧୫ ମାସ ହେଲା କ୍ଷମତାରେ ରହିଛନ୍ତି। ସେହି ତଥାକଥିତ ୨୧ଟି ଦୁର୍ନୀତି ମାମଲାର ତଦନ୍ତ କରିବାକୁ କାହିଁକି ଏତେ ସମୟ ନେଉଛନ୍ତି? ଆମେ ଯେକୌଣସି ତଦନ୍ତ ପାଇଁ ପ୍ରସ୍ତୁତ।”

ଅଶୋକ ଆହୁରି ଦାବି କରିଛନ୍ତି ଯେ କଂଗ୍ରେସ ସରକାର କରିଥିବା ଦୁର୍ନୀତିର ଖୁବ କମ ଭାଗ ଅଧିକାରୀମାନେ ପାଇଛନ୍ତି। ଏହାର ବଡ଼ ଭାଗ କର୍ଣ୍ଣାଟକା ଓ ତେଲଙ୍ଗାନାର କଂଗ୍ରେସ ନେତାମାନଙ୍କ ପାଖକୁ ଯାଇଛି। ଏହି ଦୁଇ ରାଜ୍ୟରେ ଏବେ କଂଗ୍ରେସ ସରକାର ରହିଛି।

Advertisment

ତଦନ୍ତ ପାଇଁ ବିଜେପିର ଚ୍ୟାଲେଞ୍ଜ କର୍ଣ୍ଣାଟକାରେ ରାଜନୀତିକ ହଟଚମଟ ସୃଷ୍ଟି କରିଛି। ଉଭୟ କଂଗ୍ରେସ ଓ ବିଜେପି ପରସ୍ପର ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି। ବିଜେପି ଅଭିଯୋଗ କରିଛି ଯେ କର୍ଣ୍ଣାଟକା ମହର୍ଶି ବାଲ୍ମିକୀ ଅନୁସୂଚିତ ଜନଜାତି ବିକାଶ ନିଗମରେ ୧୮୭ କୋଟି ଟଙ୍କାର ହେରଫେର ହୋଇଛି। ଏଥିରେ ସାମିଲ ଥିବା ଅଧିକାରୀମାନଙ୍କୁ ସିଦ୍ଦରମୈୟା ନେତୃତ୍ୱାଧୀନ ସରକାର ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି।

ଶୁକ୍ରବାର ବିଜେପି ନେତା ଓ ବିଧାୟକମାନେ କର୍ଣ୍ଣାଟକା ବିଧାନ ସୌଦ ଠାରେ ଥିବା ଗାନ୍ଧି ପ୍ରତିମୂର୍ତ୍ତି ତଳେ ବିକ୍ଷୋଭ କରିଥିଲେ। ମହର୍ଶି ବାଲ୍ମିକୀ ଅନୁସୂଚିତ ଜନଜାତି ବିକାଶ ନିଗମ ଓ ମୁଦା ଦୁର୍ନୀତିର ତଦନ୍ତ ସେମାନେ ଦାବି କରିଥିଲେ।

ବିଜେପି ବିଧାୟକ ଓ ବିଧାନ ପରିଷଦର ସଦସ୍ୟମାନେ ସିଦ୍ଦରମୈୟାଙ୍କ ଇସ୍ତଫା ମାଗିଛନ୍ତି। ମହୀଶୁର ଅର୍ବାନ ଡେଭଲପମେଣ୍ଟ ଅଥୋରିଟୀ(ମୁଦା) ସହର ବିକାଶ ଟ୍ରଷ୍ଟ ଭାବେ ଜଣାଶୁଣା। ବେଆଇନ ଭାବେ ଏହି ସଂସ୍ଥା ୧୦ ହଜାରଟି ସ୍ଥାନ ବ୍ୟବହାର ପାଇଁ ଦେଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ସଂସ୍ଥାକୁ ବିପୁଳ ମାତ୍ରାରେ ଆର୍ଥିକ କ୍ଷତି ସହିବାକୁ ପଡ଼ିଛି। ତେଣୁ ନଗର ଉନ୍ନୟନ ବିଭାଗ ଏହାର ତଦନ୍ତ ଆରମ୍ଭ କରିଛି।

Bjp Congress Karnataka
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe