Advertisment

ରଞ୍ଜିତ ରାଜ୍ୟ ଯୁବ କଂଗ୍ରେସ ସଭାପତି ନିଯୁକ୍ତ, ସାଗର ଓ କୃଷ୍ଣ ଉପସଭାପତି

ଭାରତୀୟ ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବି.ଭି ଦେଇଛନ୍ତି ଏହି ନିଯୁକ୍ତି।

author-image
Jitendra Garnayak
Youth Congress

Youth Congress

ରଞ୍ଜିତ ପାତ୍ର ହେଲେ ରାଜ୍ୟ ଯୁବ କଂଗ୍ରେସ ସଭାପତି। ଆଜି ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି ଭାରତୀୟ ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବି.ଭି।

Advertisment

ସେ ରଞ୍ଜିତ ପାତ୍ରଙ୍କୁ ନିକଟକୁ ପଠାଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଭାରତୀୟ ଯୁବ କଂଗ୍ରେସର ଆପଣଙ୍କ ଉପରେ ଭରସା ରହିଛି। ଆପଣ ଆପଣଙ୍କର ସମସ୍ତ ସମୟ ଓ ସାମର୍ଥ୍ୟ ଦେଇ ସଂଗଠନକୁ ଦୃଢ଼ କରିବେ ବୋଲି ଆମର ବିଶ୍ୱାସ ରହିଛି।

ସେହିପରି ସାଗର ଚରଣ ଦାସ ଓ କୃଷ୍ଣ ମହାନ୍ତିଙ୍କୁ ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ଭାବେ ନିଯୁକ୍ତି ଦେଇଛନ୍ତି ଭାରତୀୟ ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବି.ଭି।

Advertisment
Youth Congress Indian Youth Congress