Advertisment

ବିଜେପିରେ ମିଶିଲେ ଡମ୍ବୁର ସିସା ଓ ରଶ୍ମୀ ମହାପାତ୍ର ସମେତ ବହୁ ନେତା

ବରିଷ୍ଠ କଂଗ୍ରେସ ନେତ୍ରୀ ରଶ୍ମୀ ମହାପାତ୍ର ସମେତ ଜଟଣୀର ବରିଷ୍ଠ ବିଜେଡି ନେତା ସନ୍ତୋଷ ଜେନା, ଧାମନଗରର ବରିଷ୍ଠ ବିଜେଡି ନେତା ତୁଷାର ମିଶ୍ର ଓ ବହୁ ବିଜେଡି ନେତାମାନେ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି ।

BJP

BJP

Advertisment

ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଜେପିର ଶକ୍ତି ବୃଦ୍ଧି ହେଉଛି । ଅନ୍ୟ ଦଳ ଛାଡ଼ି ପ୍ରମୁଖ ନେତାମାନେ ବିଜେପି ମୁହାଁ ହୋଇଛନ୍ତି । ଆଜି ପୂର୍ବାହ୍ନରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ମିଶିବା ପରେ ଅପରାହ୍ନରେ ଚିତ୍ରକୋଣ୍ଡାର ପୂର୍ବତନ ବିଜେଡି ବିଧାୟକ ଡମ୍ବୁରଧର ସିସା ବିଜେପିରେ ଯୋଗ ଦେଇଛନ୍ତି । ସେହିପରି ବରିଷ୍ଠ କଂଗ୍ରେସ ନେତ୍ରୀ ରଶ୍ମୀ ମହାପାତ୍ର ସମେତ ଜଟଣୀର ବରିଷ୍ଠ ବିଜେଡି ନେତା ସନ୍ତୋଷ ଜେନା, ଧାମନଗରର ବରିଷ୍ଠ ବିଜେଡି ନେତା ତୁଷାର ମିଶ୍ର ଓ ବହୁ ବିଜେଡି ନେତାମାନେ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଓ ବରିଷ୍ଠ ନେତାମାନେ ସେମାନଙ୍କୁ ଦଳୀୟ ଉତ୍ତରୀୟ ଦେଇ ବିଜେପିରେ ସ୍ୱାଗତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ବିଜେପିରେ ଯୋଗ ଦେଇଥିବା କହିଛନ୍ତି ।

Advertisment

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ୩ଟି ପର୍ଯ୍ୟାୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏହି ମିଶ୍ରଣ ପର୍ବରେ   ଚିତ୍ରକୋଣ୍ଡାର ପୂର୍ବତନ ବିଧାୟକ ଡମ୍ବରୁଧର ସିସା ଓ ତାଙ୍କ ସହଯୋଗୀ ରାହୁଲ ଖେମଜି, ପ୍ରକାଶ ପ୍ରଧାନ, ସାଂଟୋ ହାଲଦାର, ଦେବ ପୋଡ଼ିଆମୀ, ଅର୍ଜୁନ କିର୍ଶାନୀ, ପ୍ରଦ୍ୟୁମ୍ନ ଦାସ ପ୍ରମୁଖ ତାଙ୍କର ବହୁ ସମର୍ଥକ ବିଜେପିରେ ସାମିଲ ହୋଇଛନ୍ତି । ସେହିପରି ଭୁବନେଶ୍ୱରର ବରିଷ୍ଠ କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର, ଜିଲ୍ଲା କିଷାନ କଂଗ୍ରେସ ସଭାପତି କ୍ଷୀରୋଦ ବେହେରା, ମହିଳା ନେତ୍ରୀ ସ୍ୱର୍ଣ୍ଣଲତା ସାହୁ, ରୀନା ସାହୁ, ପୂର୍ବତନ ସଭାପତି ଚନ୍ଦ୍ରଧର ସାହୁ, ରମାକାନ୍ତ ସାହୁ, ନିରଞ୍ଜନ ମିଶ୍ର, ପ୍ରଦୀପ କୁମାର ପଟ୍ଟନାୟକ ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ସେହିପରି ଜଟଣୀ ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେଡି ନେତା ସନ୍ତୋଷ ଜେନାଙ୍କ ସମେତ ଭୁବନେଶ୍ୱର ବ୍ଲକ ପୂର୍ବତନ ବିଜେଡି ସଭାପତି ଚିତ୍ତରଞ୍ଜନ ପଟ୍ଟନାୟକ, ପୂର୍ବତନ ସରପଂଚ ଦିବାକର ମଙ୍ଗରାଜ, ଅଜୟ ସାହୁ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସନ୍ତୋଷ କୁମାର ରାୟ, ପୂର୍ବତନ ସମିତି ସଭ୍ୟ ବିଜୟ କେତନ ମଙ୍ଗରାଜ, ସମିତି ସଭ୍ୟ ପ୍ରତାପ ବିଶ୍ୱାଳ, ବୁଦ୍ଧାଦିତ୍ୟ ମାଝୀ, ବସନ୍ତ ନାୟକ, ଦୁର୍ଗାଶଙ୍କର ଭଞ୍ଜଦେଓ, ସୋନାଲିସା ସାମଲ, ସଞ୍ଜୟ ସାହୁ, ସୁରଥ ରାୟ, ମିନତୀ ମହାପାତ୍ର, ଅଶୋକ ସୁବୁଦ୍ଧି, ସମାଜସେବୀ ଫତିମା ବେଗମ, ରହିମା ବିବି, ନୈମୁଲ ହକ୍ ଖାନ, ସେକ୍ ଆଜିଜୁଲ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତିା

Advertisment

ସେହିପରି ଭଦ୍ରକ ଜିଲ୍ଲା ଧାମନଗରର ବରିଷ୍ଠ ବିଜେଡି ନେତା ତୁଷାର ମିଶ୍ର, ଧାମନଗର ବ୍ଲକ ବିଜେଡି ଉପସଭାନେତ୍ରୀ ସୀତା ମିଶ୍ର, ଗଙ୍ଗାଧର ପାଣିଗ୍ରାହୀ, କାର୍ତ୍ତିକ ପଣ୍ଡା, ଆଲୋକ କୁମାର ମହାନ୍ତି, ନିରଞ୍ଜନ ପଣ୍ଡା, ଶରତ ବାରିକ,ବାୟାଧର ପାଢ଼ୀ, ସୁବ୍ରତ ପଣ୍ଡା, ନୀଳମଣି ଜେନା ପ୍ରମୁଖଙ୍କ ସମେତ ଶତାଧିକ ବିଜେଡି ନେତା ଓ କର୍ମୀ  ଆନୁଷ୍ଠାନିକ ଭାବେ ଆଜି ବିଜେପିରେ ସାମିଲ ହୋଇଛନ୍ତିି ।

ସେହିପରି ବିଶିଷ୍ଟ ଶିକ୍ଷାବିତ୍ ଡଃ ସସ୍ମିତା ସାମନ୍ତଙ୍କ ସମେତ ସଂଯୁକ୍ତା ମହଲା, ନିବେଦିତା ମହାନ୍ତି, ସବିତା ଚମ୍ପତି, ସନ୍ଧ୍ୟାରାଣୀ ବରାଳ, ସସ୍ମିତା ମହାନ୍ତି, ମୌସୁମୀ ଦାସ, ଆରତୀ ସେନାପତି, ପୁଷ୍ପା ସାମନ୍ତରାୟ ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ସେହିପରି ନୟାଗଡ଼ ଜିଲ୍ଲା ଦଶପଲ୍ଲା ନିର୍ବାଚନମଣ୍ଡଳୀର ମାନସ ରଞ୍ଜନ ବେହେରା, ବବିତା ସାହୁ, ସୁଶାନ୍ତ କୁମାର ସାହୁ, ପ୍ରଦେଶ କୁମାର ଜେନା, ଟିକିନା ଭାଇ, ହେମନ୍ତ ନାୟକ, ନାରଣ ସାହୁ, ପ୍ରସନ୍ନ ବେହେରା, ନୂଆଗାଁର ପର୍ଶୁରାମ ସ୍ୱାଇଁ, ଅସିତ ପଟ୍ଟନାୟକ, ରବିନ୍ଦ୍ର ନାୟକ, ସନ୍ତୋଷ ପ୍ରଧାନ, ଯୋଗେଶ ରାଉତ, ଉମେଶ ସେଠୀ, ଜିତେନ୍ଦ୍ର ବରାଡ଼, ସନ୍ତୋଷ ସେଠୀ, ଇଶ୍ୱର ପ୍ରଧାନ ଏବଂ ଗଣିଆ ବ୍ଲକର ମହେଶ୍ୱର ମହାରଣା, ପ୍ରଫୁଲ୍ଲ ବେହେରା, ଅନାଦି ସ୍ୱାଇଁ, ସନ୍ତୋଷ ମହାଲିକ, ଶରତ ବାରିକ, ପ୍ରମୋଦ ମଲ୍ଲିକ, ଚିତରନ ସାମଲ, ମହେନ୍ଦ୍ର ବାରିକ, କୁନା ପରିଡ଼ା ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ଏହି ମିଶ୍ରଣ ପର୍ବରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ପ୍ରଶାନ୍ତ ଜଗଦେବ, ସୂର୍ଯ୍ୟବଂଶୀ ସୂରଜ, ଅରବିନ୍ଦ ଢ଼ାଲିଙ୍କ ସମେତ ବିଜେପି ନେତା ସରୋଜ କର,ଜଗନ୍ନାଥ ପ୍ରଧାନ, ନିରଞ୍ଜନ ମିଶ୍ର, ଅରିନ୍ଦମ ରାୟ ଓ ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ ପ୍ରମୁଖ ଉପସ୍ଥିତ ଥିଲେ । 

Bjp Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe