Advertisment

ବିଜେପି ନେତୃତ୍ୱାଧୀନ ଏନ୍‌ଡିଏରେ ମିଶିଲା ରାଷ୍ଟ୍ରୀୟ ଲୋକ ଦଳ

ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେପି ଆଜି ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଏହା ନେତୃତ୍ୱଧୀନ ଏନ୍‌ଡିଏରେ ସାମିଲ ହୋଇଛି ରାଷ୍ଟ୍ରୀୟ ଲୋକ ଦଳ।

ଅଦ୍ୟତନ ହୋଇଛି
JP Nadda and Jayant Chaudhary

JP Nadda and Jayant Chaudhary

Advertisment

ବିଜେପି ନେତୃତ୍ୱାଧୀନ ଏନ୍‌ଡିଏରେ ଆଜି ମିଶିଲା ଜୟନ୍ତ ଚୌଧୁରୀଙ୍କ ରାଷ୍ଟ୍ରୀୟ ଲୋକ ଦଳ (RLD)। ଉତ୍ତର ପ୍ରଦେଶର ଏହି ଦଳ ବିରୋଧୀ ଇଣ୍ଡିଆ ବ୍ଲକ୍‌ରେ ଥିଲା। ତେବେ ବେଶ୍ କିଛି ଦିନ ହୋଇଗଲାଣି ଏହା ଇଣ୍ଡିଆ ବ୍ଳକ୍ ଛାଡ଼ି ଏନ୍‌ଡିଏରେ ମିଶିବ ବୋଲି ସଙ୍କେତ ଦେଇ ସାରିଥିଲା। 

Advertisment

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ତାଙ୍କ ‘X’ରେ ଦୁଇଟି ଫଟୋ ପୋଷ୍ଟ କରି ଲେଖିଛନ୍ତି, ଅମିତ ଶାହଙ୍କ ଉପସ୍ଥିତିରେ ମୁଁ ଆରଏଲ୍‌ଡି ମୁଖ୍ୟ ଜୟନ୍ତ ଚୌଧୁରୀଙ୍କୁ ଭେଟିଲି। ଏନ୍‌ଡିଏ ପରିବାରରେ ମିଶିବା ପାଇଁ ସେ ନେଇଥିବା ନିଷ୍ପତ୍ତିକୁ ମୁଁ ସ୍ୱାଗତ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆପଣ ଏକ ବିକଶିତ ଭାରତ ନିର୍ମାଣ କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ କରିପାରିବେ।  

ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେପି ଆଜି ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଏହା ନେତୃତ୍ୱଧୀନ ଏନ୍‌ଡିଏରେ ସାମିଲ ହୋଇଛି ରାଷ୍ଟ୍ରୀୟ ଲୋକ ଦଳ। ଏହା ଏନ୍‌ଡିଏ ପାଇଁ ଲାଭପ୍ରଦ ହେବ ବୋଲି କୁହାଯାଉଛି। ଉତ୍ତର ପ୍ରଦେଶରେ ୮୦ଟି ଲୋକସଭା ଆସନ ଥିବା ବେଳେ ସେଥରୁ ୫୧ଟିରେ ପ୍ରାର୍ଥୀ ଘୋଷଣା କରିଛି ବିଜେପି।ଲକ୍ଷ୍ନୌରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଆମେଥିରୁ ସ୍ମୃତି ଇରାନୀ ପ୍ରାର୍ଥୀ ହେବେ।

Advertisment

ସୂଚନାଯୋଗ୍ୟ, ଜୟନ୍ତ ଚୌଧୁରୀଙ୍କ ଜେଜେ ବାପା ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଚୌଧୁରୀ ଚରଣ ସିଂହଙ୍କୁ ଭାରତ ରତ୍ନ ପ୍ରଦାନ କରିବା ପାଇଁ ଗତ ଫେବ୍ରୁଆରୀ ୯ ତାରିଖରେ  ଘୋଷଣା କରାଯାଇଥିଲା। ଏହାକୁ ସ୍ୱାଗତ କରିଥିଲେ ଜୟନ୍ତ ଚୌଧୁରୀ। ଏହା ତାଙ୍କ ହୃଦୟ ଜିଣି ନେଲା ବୋଲି ସେ ଲେଖିଥିଲେ। ତା’ ପରଠୁ ସେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏରେ ସାମିଲ ହେବେ ବୋଲି ଚର୍ଚ୍ଚା ହୋଇଆସୁଥିଲା। 

Bjp Rashtriya Lok Dal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe