Advertisment

‘ରତ୍ନଭଣ୍ଡାର ଚାବି ଓଡ଼ିଶାରେ ନାହିଁ, ତାମିଲନାଡୁ ପଳାଇଛି’

‘ରତ୍ନଭଣ୍ଡାର ଚାବି ଓଡ଼ିଶାରେ ନାହିଁ। ଲୋକେ କହୁଛନ୍ତି ତାହା ତାମିଲନାଡୁ ପଳାଇଛି। ବିଜେପି ସରକାର ଆସିବା କ୍ଷଣି ଚାବିର ରାଜ୍ ଖୋଲିବ। ଯାଞ୍ଚ ରିପୋର୍ଟକୁ ସାର୍ବଜନୀନ କରାଯିବ।’

ଅଦ୍ୟତନ ହୋଇଛି
PM Modi

PM Modi

Advertisment

‘ରତ୍ନଭଣ୍ଡାର ଚାବି ଓଡ଼ିଶାରେ ନାହିଁ। ଲୋକେ କହୁଛନ୍ତି ତାହା ତାମିଲନାଡୁ ପଳାଇଛି। ବିଜେପି ସରକାର ଆସିବା କ୍ଷଣି ଚାବିର ରାଜ୍ ଖୋଲିବ। ଯାଞ୍ଚ ରିପୋର୍ଟକୁ ସାର୍ବଜନୀନ କରାଯିବ।’ ଆଜି ଅନୁଗୋଳ ଓ କଟକରେ ନିଜ ନିର୍ବାଚନୀ ସଭାରେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ଉଠାଇ କାହା ନାଁ ନ ନେଇ ଏପରି ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀର ନରେନ୍ଦ୍ର ମୋଦି।

Advertisment

କଟକରେ ଆୟୋଜିତ ଜନସଭାକୁ ସମ୍ବୋଧନ କରି ସେ କହିଛନ୍ତି, ୬ ବର୍ଷ ହେଲାଣି ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଚାବି ହଜି ଯାଇଛି। ଚାବି ଖୋଜିବାକୁ ଯାଞ୍ଚ କମିଟି ବସିଥିଲେ ବି କମିଟି ରିପୋର୍ଟକୁ ସାର୍ବଜନୀନ କରାଯାଉ ନାହିଁ। ଏବେ ଶୁଣିବାକୁ ମିଳୁଛି ଚାବି ତାମିଲନାଡ଼ୁ ପଳାଇଛି।

ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଚାବି ଓଡ଼ିଶାରୁ ତାମିଲନାଡୁ ପଠାଉଥିବା ଲୋକଙ୍କୁ କେବେ ବି କ୍ଷମା କରିବେ ନାହିଁ ରାଜ୍ୟବାସୀ। ବିଜେପି ସରକାର ଆସିବା କ୍ଷଣି ଚାବିର ରାଜ୍ ଖୋଲିବ। ଯାଞ୍ଚ ରିପୋର୍ଟକୁ ସାର୍ବଜନୀନ କରାଯିବ। ଯଦି କିଛି ଗଡ଼ବଡ଼ି ଥିବ, ମୋଦି କାହାକୁ ଛାଡ଼ିବ ନାହିଁ। ମହାପ୍ରଭୁଙ୍କ ଉପରେ ସମଗ୍ର ବିଶ୍ୱବାସୀଙ୍କ ଆସ୍ଥା ଥିବା ବେଳେ ଏପରି ଘୃଣ୍ୟ କାମ କରିଥିବା ଲୋକଙ୍କୁ ଛଡ଼ା ଯିବ ନାହିଁ। ଏହା ମୋଦିର ଗ୍ୟାରେଣ୍ଟି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

ଏହି ଅବସରରେ ସେ କହିଛନ୍ତି, ଓଡ଼ିଶାରେ ଆମେ ଗରୀବଙ୍କ ପାଇଁ ୩୦ ଲକ୍ଷ ନୂଆ ଘର କରିଛୁ। କିନ୍ତୁ ବିଜେଡି ସବୁଥିରେ ବାଧା ସୃଷ୍ଟି କରୁଛି। ଗରୀବଙ୍କୁ ପକ୍କା ଘର ପାଇବାରୁ ବଞ୍ଚିତ କରିବା କାମ କେବଳ ଶତ୍ରୁ ହିଁ କରି ପାରିବ।

୧୦ ବର୍ଷ ପୂର୍ବେ ସମଗ୍ର ଦେଶର ମା’, ଭଉଣୀମାନଙ୍କର ବ୍ୟାଙ୍କ ଖାତା ନ ଥିଲା। ଏବେ କିନ୍ତୁ ସମଗ୍ର ଦେଶରେ ମା’, ଉଭଣୀମାନଙ୍କର ବ୍ୟାଙ୍କ ଖାତା ଖୋଲାଯିବା ସହ ସେମାନଙ୍କ ପାଇଁ ଆମେ ଗୋଟିଏ ପରେ ଗୋଟିଏ ନୂଆ ଯୋଜନା ଆଣୁଛୁ। ଦେଶର ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବୁ। ଫଳରେ ପ୍ରତି ବର୍ଷ ସେମାନଙ୍କ ଆୟ ଲକ୍ଷେ ଟଙ୍କାରୁ ଊର୍ଦ୍ଧ୍ୱ ହେବ। ଏହାଦ୍ୱାରା ଦେଶର ଦ୍ରୁତ ଆର୍ଥିକ ଅଭିବୃଦ୍ଧି ହୋଇ ପାରିବ।

2024 General Election PM Modi Loksabha Election 2024 Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe