Advertisment

ଖୁବଶୀଘ୍ର ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଗଡ଼ବଡ଼ ହୋଇଥିଲେ ପାତାଳରେ ଥିଲେ ବି ଦୋଷୀକୁ ବାହାର କରି ଦିଆଯିବ ଦଣ୍ଡ: ମୁଖ୍ୟମନ୍ତ୍ରୀ

ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ରାଜ୍ୟରେ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ପ୍ରଦାନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଅଦ୍ୟତନ ହୋଇଛି
CM Mohan Majhi

CM Mohan Majhi

Advertisment

ଖୁବଶୀଘ୍ର ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଏବଂ ଗଣତି ହେବ। ଯଦି କିଛି ଗଡ଼ବଡ଼ ହୋଇଥାଏ, ଦୋଷୀକୁ ଦଣ୍ଡ ବିଧାନ କରାଯିବ ବୋଲି ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ବିଜେପି ସମ୍ବର୍ଦ୍ଧନା ସଭାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପାତାଳରେ ଥିଲେ ବି ଦୋଷୀଙ୍କୁ ଖୋଜି ବାହାର କରି ଦଣ୍ଡବିଧାନ କରାଯିବ। ସେହିପରି ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ରାଜ୍ୟରେ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ପ୍ରଦାନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Advertisment

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଆମକୁ ଐତିହାସିକ ବିଜୟ ମିଳିଛି।  ମହାପ୍ରଭୁଙ୍କ ଆଶୀର୍ବାଦରୁ ଆମକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିଛି। ଏକ ନୂଆ ଓଡ଼ିଶା ଗଠନର ଦାୟିତ୍ୱ ଆମମାନଙ୍କୁ ମିଳିଛି। ଓଡ଼ିଆ ଅସ୍ମିତାକୁ ବଜାୟ ରଖିବା ପାଇଁ ଆମକୁ ସଂକଳ୍ପ ନେବାକୁ ପଡ଼ିବ। ଯେଉଁମାନଙ୍କ ବଳିଦାନ ପାଇଁ ଏହା ସମ୍ଭବ ହୋଇଛି, ସେମାନଙ୍କୁ ଶ୍ରେୟ ଦେଉଛି।

ସଂକଳ୍ପ ପତ୍ରର ପ୍ରତି କଥାକୁ ପାଳନ କରିବେ ସରକାର। ବିଜେପି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇ ଏହା କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି, ସବୁ ଲୋକଙ୍କ ସହ ଜୀବନ୍ତ ସମ୍ପର୍କ ରଖିବାର ପ୍ରତିଶ୍ରୁତି ଦେଇଛୁ। ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରିବୁ।

Advertisment

ଆଗାମୀ ୫ ବର୍ଷ ଦିନରାତି ପରିଶ୍ରମ କରିବାକୁ ପଡ଼ିବ ବୋଲି ସେ ଦଳୀୟ ବିଧାୟକ ଓ ନେତାଙ୍କୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ ୩ ଜଣଙ୍କୁ କ୍ୟାବିନେଟ୍ ଦାୟିତ୍ୱ ଦେଇଥିବାରୁ ଶ୍ରୀ ସାମଲ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଆଜି ରାଜ୍ୟର ନବ ନିର୍ବାଚିତ ସମସ୍ତ ବିଜେପି ବିଧାୟକ, ସାଂସଦ ଏବଂ କେନ୍ଦ୍ରମନ୍ତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିଛି ବିଜେପି।  ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡ଼ା ଉପସ୍ଥିତ ଥିଲେ। ସେମାନଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିଥିଲେ। ସମ୍ବର୍ଦ୍ଧନା ଉତ୍ସବ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କୀ ବାତ ଶୁଣିଥିଲେ ସମସ୍ତ ବିଜେପି ନେତା ଓ କର୍ମକର୍ତ୍ତା। 

Mohan Charan Majhi CM Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe