Advertisment

ଜମିଲା ଜୟପୁର ରାଜନୀତି: ପୁଣି ତୁତୁ ମେମେ ହେଲେ ରବି ଓ ତାରା

ପେପର ମିଲ୍‌ରେ ଦେଖାଦେଇଥିବା ଅଚାଳାବସ୍ତା ପାଇଁ ବିଧାୟକ ତାରା ବାହିନୀପତିଙ୍କୁ କାଠ କଡ଼ାକୁ ଟାଣିଥିଲେ ରବି ନନ୍ଦ। ଆଉ ତା’ର ଜବାବ ଦେଇଛନ୍ତି ତାରା। ଖାଲି ଜବାବ ନୁହେଁ, ତାଙ୍କ ଗୋହି ଖୋଳି ଦେଇଛନ୍ତି।

ଅଦ୍ୟତନ ହୋଇଛି
BJD

BJD

Advertisment

ରୋଚକ ହେଉଛି ଜୟପୁର ରାଜନୀତି ତାତି। ଆଜି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ମୁହାଁମୁହିଁ ହୋଇଛନ୍ତି। ମତଦାନ ପୂର୍ବରୁ ଦୁଇ ନେତାଙ୍କ ବାକ୍‌ଯୁଦ୍ଧ ଚରମ ସୀମାରେ ପହଞ୍ଚିଛି। ପେପର ମିଲ୍‌ ଅଚାଳାବସ୍ତାକୁ ନେଇ ବିଧାୟକ ତାରା ବାହିନୀପତିଙ୍କୁ କାଠ କଡ଼ାକୁ ଟାଣିଥିଲେ ରବି ନନ୍ଦ। ଆଉ ତା’ର ଜବାବ ଦେଇଛନ୍ତି ତାରା। ଖାଲି ଜବାବ ନୁହେଁ, ତାଙ୍କ ଗୋହି ଖୋଳି ଦେଇଛନ୍ତି।

Advertisment

ଜୟପୁରରେ ପତ୍ନୀଙ୍କ ବଦଳରେ ସାମ୍ୱାଦିକ ସମ୍ମିଳନୀ କରିଥିଲେ ରବି ନାରାୟଣ ନନ୍ଦ। ପେପର ମିଲ୍‌ କଥା ଉଠାଇ ଶ୍ରୀ ନନ୍ଦ କହିଛନ୍ତି, ସରକାର ଚାହୁଁଛନ୍ତି ସବୁଦିନ ପାଇଁ ଜୟପୁର ପେପର ମିଲ୍‌ ଚଲାଇବାକୁ। କିନ୍ତୁ ଯିଏ ଏଠାରୁ ୧୦ ବର୍ଷ ଧରି ପ୍ରତିନିଧିତ୍ୱ କରୁଛନ୍ତି, ସିଏ ଚାହୁଁନାହାନ୍ତି। ସିଏ ନଚାହିଁବା ଯୋଗୁ ୧୦ ବର୍ଷ ହେଲା ପେପର ମିଲ୍‌ କର୍ମଚାରୀମାନେ ହନ୍ତସନ୍ତ ହେଉଛନ୍ତି। ୨୦୧୪ ମସିହା ପର୍ଯ୍ୟନ୍ତ ପେପଲ ମିଲ୍‌ର କୌଣସି ସମସ୍ୟା ନଥିଲା। ତେବେ ହଠାତ୍‌ କ’ଣ ପାଇଁ ସମସ୍ୟା ଦେଖାଦେଲା? ଏଠାକାର ପ୍ରତିନିଧି ସରକାରଙ୍କ ପାଖରେ ଠିକ୍‌ ଭାବେ ଯୁକ୍ତି ଉପସ୍ଥାପନ କରିପାରୁନଥିବାରୁ ଏ ସମସ୍ୟା ଦେଖାଦେଇଛି ବୋଲି ଶ୍ରୀ ନନ୍ଦ କହିଛନ୍ତି।

ଗୋ’ ଚାଲାଣ ନେଇ ଶ୍ରୀ ନନ୍ଦ କହିଛନ୍ତି, ବେଳେ ବେଳେ ଦେଖି ବେଆନ୍‌ ଭାବେ ଗୋ ଚାଲାଣ ହେଉଛି। ଇଏ ନିଶ୍ଚିତ ଭାବେ ସନାତନୀଙ୍କୁ କଷ୍ଟ ଦେଉଛି। ମୋତେ ମଧ୍ୟ ବହୁ କଷ୍ଟ ଦେଉଛି। ଇନ୍ଦିରା ନନ୍ଦ ବିଧାୟକ ଭାବେ ନିର୍ବାଚିତ ହେଲେ ଜୟପୁର ନିର୍ବାଚନମଣ୍ଡଳୀରୁ ଗୋ’ ଚାଲାଣକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯିବ ବୋଲି ଶ୍ରୀ ନନ୍ଦ କହିଛନ୍ତି।

Advertisment

ରବି ନନ୍ଦଙ୍କ ଅଭିଯୋଗ ନେଇ ତାରା ବାହିନୀପତି କହିଛନ୍ତି, ଶ୍ରୀଯୁକ୍ତ ରବି ନାରାୟଣ ନନ୍ଦଙ୍କ ଉପରେ ବିଜେଡି ବିଶ୍ୱାସ କଲାନି। ସେଥିପାଇଁ ତାଙ୍କ ସ୍ତ୍ରୀଙ୍କୁ ଟିକଟ ଦେଲେ। ସିଏ ଯେତେବେଳେ ବିଧାୟକ ବା ମନ୍ତ୍ରୀ ଥିଲେ, ସେତେବେଳେ ପେପର ମିଲ୍‌ ଋଣ ଗ୍ରସ୍ତ ହୋଇଥିଲା। ୟୁନିଅନ୍‌କୁ ଭାଗ ଭାଗ କରିଥିଲେ। ସେଠାରେ ୨ଟି ୟୁନିଅନ୍‌ର ଦାୟିତ୍ୱ ସେ ନେଇଥିଲେ। ସେତେବେଳେ ପେପର ମିଲ୍‌କୁ ଖାଇ ଯାଇଥିଲେ। ବିଧାନସଭାରେ ପେପର ମିଲ୍‌ କଥା ବାରମ୍ୱାର ଉଠାଇଛି। ସେ ପାଟି ଫିଟାଉନଥିଲେ। ହେଲେ ସେ କିଛି ଦଲାଲ୍‌ଙ୍କୁ ଧରି ମୋତେ ବଦନାମ କରିବାକୁ ବସିଛନ୍ତି ବୋଲି ତାରା କହିଛନ୍ତି।

ତାରା କହିଛନ୍ତି, ୫୦୦ କୋଟି ଟଙ୍କାରେ କୋରାପୁଟ ଜିଲ୍ଲାରେ ପ୍ଲାଏ ଉଡ୍‌ ଇଣ୍ଡଷ୍ଟ୍ରି ପାଇଁ ଚିକ୍ତି ସ୍ୱାକ୍ଷର ହେଲା। ଇତି ମଧ୍ୟରେ ୯ ମାସ ବିତି ଗଲାଣି। ହେଲେ ଆଜି ପର୍ଯ୍ୟନ୍ତ ଜାଗା ଦେଇପାରିଲେନି। ଏ ନେଇ ବିଧାନସଭାରେ ପ୍ରଶ୍ନ କରିବା ପରେ କୋଟପାଡରେ ଇଣ୍ଡଷ୍ଟ୍ରୀ ବେଲ୍‌ଟ କରିବା ପାଇଁ ନିଷ୍ପତ୍ତି ହେଲା। ବର୍ତ୍ତମାନ ରାଜ୍ୟ ସରକାରଙ୍କ ପାଖରେ ୬୦ ହଜାର ହେକ୍ଟର ଜମି ରହିଛି। ହେଲେ ଆଜି ପର୍ଯ୍ୟନ୍ତ ଜାଗା ଦେଇପାରିଲେନି। ଏଥିପାଇଁ ବାରମ୍ୱାର ଚିଠି ଲେଖିଲି। ଏହାର ଅର୍ଥ ତାଙ୍କ ସରକାରଙ୍କ ଉପରେ ତାଙ୍କର ବିଶ୍ୱାସ ନାହିଁ। ଖାଲି ଚିକ୍କଣିଆ କଥା କହୁଛନ୍ତି। ଏତେ ଅପଦସ୍ତ ହେଲେଣି, ଆହୁରି ଅପଦସ୍ତ ହେବାକୁ ମନ ବୋଲି ତାରା କହିଛନ୍ତି।

ଗୋ’ ଚାଲାଣ ନେଇ ତାରା କହିଛନ୍ତି, ତାଙ୍କ ସାଙ୍ଗରେ ଯେଉଁମାନେ ବୁଲୁଛନ୍ତି, ସେମାନେ ଗୋ’ ଚାଲାଣ କରାଉଛନ୍ତି। ତାଙ୍କ ମାଡ଼ାମ ଜିତିଲା ପରେ ତାହା ବନ୍ଦ କରିଦେବେ। ଯେହେତୁ ସିଏ ନିଜେ ଚଲାଉଥିଲେ, ତେଣୁ ବନ୍ଦ କରିଦେବ। ଏଥିରେ କିଛି ଅସୁବିଧା ନାହିଁ ବୋଲି ତାରା କହିଛନ୍ତି।

ରିପୋର୍ଟ-ଜୟପୁରରୁ ଟି.ଗୌରୀଶଙ୍କର

BjD Congress Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe