Advertisment

୪୪ ବର୍ଷ ସେବାର ମୂଲ୍ୟ ମିଳିଲା ନାହିଁ: କଂଗ୍ରେସ ଛାଡ଼ିଲେ ରବି ରାଜା

ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ମୁମ୍ବାଇ ବିଜେପିର ସଭାପତି ଆଶିଷ ଶେଲାରଙ୍କ ଉପସ୍ଥିତରେ ରାଜା ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି।

Ravi Raja

Ravi Raja

Advertisment

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଛି ବଡ଼ ଝଟକା। ବ୍ରିହାନ ମୁମ୍ବାଇ ମ୍ୟୁନସିପାଲ କର୍ପୋରେସନରେ ଏକଦା ବିରୋଧୀ ଦଳ ନେତା ଭାବେ କାର୍ଯ୍ୟ କରୁଥିବା ରବି ରାଜା କଂଗ୍ରେସ ସହ ସବୁ ସମ୍ପର୍କଚ୍ଛିନ୍ନ କରିଛନ୍ତି। ସେ କଂଗ୍ରେସ ଛାଡ଼ିବାର କିଛି ଘଣ୍ଟା ପରେ ଦୀପାବଳି ଅବସରରେ ବିଜେପିରେ ସାମିଲ ହୋଇଛନ୍ତି।

Advertisment

ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ମୁମ୍ବାଇ ବିଜେପିର ସଭାପତି ଆଶିଷ ଶେଲାରଙ୍କ ଉପସ୍ଥିତରେ ରାଜା ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି।

ରାଜାଙ୍କ କହିବା କଥା ଯେ ସେ ଦୀର୍ଘ ୪୪ ବର୍ଷ ହେଲା କଂଗ୍ରେସର ସେବା କରି ଆସୁଥିଲେ। କିନ୍ତୁ ଏହି ସେବାକୁ ଉପଯୁକ୍ତ ମୂଲ୍ୟ ମିଳିଲା ନାହିଁ। ୪୪ ବର୍ଷ ସେବା କରିଥିବାରୁ ସେ ଚଳିତ ବର୍ଷ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲଢ଼ିବାକୁ ମନବଳାଇଥିଲେ। ଏଥିପାଇଁ ସେ ଦଳକୁ ଟିକେଟ ମାଗିଥିଲେ। ହେଲେ କଂଗ୍ରେସ ସିଓନ କୋଲିୱାଡାରୁ ଆଉ ଜଣଙ୍କୁ ଟିକେଟ ଦେଇଥିବା ରାଜା ଅଭିଯୋଗ କରିଛନ୍ତି।

Advertisment

ସେ ଗଣମାଧ୍ୟମ ଆଗରେ ନିଜର କ୍ଷୋଭ ପ୍ରକାଶ କରି କହିଛନ୍ତି, “ ମୁଁ ୫ଥରର କର୍ପୋରେଟର ଓ ମୁଁ ନିର୍ବାଚନରେ ଟିକେଟ ପାଇବାକୁ ଯୋଗ୍ୟ। ହେଲେ ମୋତେ ଟିକେଟ ଦିଆଗଲା ନାହିଁ। ମୋ ବଦଳରେ ଜନପ୍ରତିନିଧି ହେବାର ଅଭିଜ୍ଞତା ରଖି ନଥିବା ଜଣଙ୍କୁ ଟିକେଟ ଦିଆଯାଇଛି। ମୁଁ ଦଳ ପାଇଁ ୪୪ ବର୍ଷ ଧରି କାମ କରିଥିଲେ ହେଁ ଏହାର କିଛି ମୂଲ୍ୟ ମିଳିଲା ନାହିଁ। କେହି ବି ଏହି ସେବାକୁ ଗୁରୁତ୍ୱ ଦେଇ ନାହାନ୍ତି।”

ରାଜା ୧୯୯୨ରେ ପ୍ରଥମଥର କର୍ପୋରେଟର ହୋଇଥିଲେ। ୨୦୧୨କୁ ଛାଡ଼ି ଦେଲେ ସେ ସବୁଥର ଜିତି ଆସିଛନ୍ତି। ୨୦୧୨ରେ ଉକ୍ତ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ରାଜା ନିର୍ବାଚନ ଲଢ଼ି ପାରି ନଥିଲେ।

ସେ ପ୍ରଥମରୁ ହିଁ କଂଗ୍ରେସ ପାଇଁ କାମ କରୁଥିବା ବେଳେ କେବେ ବି କିଛି ମାଗି ନଥିଲେ। କିନ୍ତୁ ଏଥର ସେ ବିଧାନସଭା ନିର୍ବାଚନ ଲଢ଼ିବାକୁ ଟିକେଟ ମାଗିଥିଲେ। ହେଲେ କଂଗ୍ରେସ ସିଓନ କୋଲିୱାଡାରୁ ଗଣେଶ କୁମାର ଯାଦବଙ୍କୁ ପ୍ରାର୍ଥୀ କରିଛନ୍ତି।

ଗତଥର ମଧ୍ୟ ଗଣେଶ ଏଠାରୁ ପ୍ରାର୍ଥୀ ହୋଇଥିଲେ। ତାଙ୍କ ବିଜେପିର ତାମିଲ ସେଲଭମଙ୍କ ଠାରୁ ୧୩,୯୫୧ ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ।

Maharashtra Maharashtra Politics Maharashtra Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe