Advertisment

ପତ୍ନୀଙ୍କୁ AK-47 ଉପହାର ଦେଇ ଫସିଗଲେ ପୂର୍ବତନ ତୃଣମୂଳ କଂଗ୍ରେସ ନେତା

ରିଆଜୁଲ ହକ୍ ଯୁକ୍ତି ବାଢ଼ିଛନ୍ତି ଯେ ସେ କିଛି ଭୁଲ୍ କରି ନାହାନ୍ତି। କାରଣ ତାଙ୍କ ପତ୍ନୀ ଯେଉଁ ବନ୍ଧୁକ ଧରିଥିଲେ, ତାହା ଅସଲି ନୁହେଁ।

author-image
Jitendra Garnayak
Sabina Yasmin

Sabina Yasmin

ପ୍ରଥମ ବିବାହ ବାର୍ଷିକୀରେ ପତ୍ନୀଙ୍କୁ AK-47 ବନ୍ଧୁକ ଉପହାର ଦେଇ ଫସି ଯାଇଛନ୍ତି ପଶ୍ଚିମବଙ୍ଗର ରାମପୁରହାଟର ପୂର୍ବତନ ତୃଣମୂଳ କଂଗ୍ରେସ ନେତା ରିଆଜୁଲ ହକ୍। ସେ କେଉଁଠାରୁ ବନ୍ଧୁକ ଆଣିଲେ ଓ ତାଙ୍କର ଉଦ୍ଦେଶ୍ୟ କ’ଣ, ସେ ନେଇ ତଦନ୍ତ କରିବାକୁ ଦାବି କରିଛି ବିଜେପି। ଅନ୍ୟପକ୍ଷରେ ଚାରିଆଡୁ ସମାଲୋଚିତ ହେବା ପରେ ରିଆଜୁଲ ହକ୍ କହିଛନ୍ତି ଯେ ତାହା ଏକ ନକଲି ବନ୍ଧୁକ।

Advertisment

ଗତ ସୋମବାର ରିଆଜୁଲ ହକ୍ ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟରେ ପତ୍ନୀ ସବିନା ୟାସମିନଙ୍କ ଏକ ଫଟୋ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ଗୋଟିଏ AK-47 ବନ୍ଧୁକ ଧରିଥିଲେ। ଏହି ପୋଷ୍ଟ ଦେଖିବା ପରେ ସ୍ଥାନୀୟ ବିଜେପି ଓ ସିପିଆଇଏମ୍‌ ନେତାମାନେ ତୀବ୍ର ସମାଲୋଚନା କରିବା ପରେ ରିଆଜୁଲ ହକ୍ ତାଙ୍କ ପୋଷ୍ଟଟିକୁ ଡିଲିଟ୍ କରି ଦେଇଥିଲେ।

ରିଆଜୁଲ ହକ୍ ଯୁକ୍ତି ବାଢ଼ିଛନ୍ତି ଯେ ସେ କିଛି ଭୁଲ୍ କରି ନାହାନ୍ତି। କାରଣ ତାଙ୍କ ପତ୍ନୀ ଯେଉଁ ବନ୍ଧୁକ ଧରିଥିଲେ, ତାହା ଅସଲି ନୁହେଁ। ତେଣୁ ତାଙ୍କ ନାଁରେ ଯେଉଁ ସବୁ କଥା ପ୍ରଚାର କରାଯାଉଛି, ତାହା ମିଛ।

Advertisment

କୁହାଯାଏ, ରିଆଜୁଲ ରାମପୁରହାଟର ବିଧାୟକ ତଥା ପଶ୍ଚିମବଙ୍ଗର ଉପ ବାଚସ୍ପତି ଆଶିଷ ବାନାର୍ଜୀଙ୍କ ଖୁବ୍ ଘନିଷ୍ଠ। ଏକଦା ସେ ତୃଣମୂଳ କଂଗ୍ରେସର ସଂଖ୍ୟାଲଘୁ ସେଲ୍‌ର ରାମପୁରହାଟ-୧ ବ୍ଲକର ସଭାପତି ଥିଲେ। ତେବେ ଏଇ କିଛି ମାସ ତଳେ ସେ ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେଇଥିଲେ।

ରିଆଜୁଲ ହକ୍ ତାଙ୍କ ପତ୍ନୀଙ୍କୁ ଏକେ-୪୭ ଭଳି ବନ୍ଧୁକ ଉପହାର ଦେବା ଘଟଣାର ତଦନ୍ତ ହେବା ଆବଶ୍ୟକ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି। ସେହିଭଳି ରାଜ୍ୟ ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ଦରକାର ବୋଲି କହିଛି ସିପିଆଇଏମ୍‌।

Bjp TMC CPIM