Advertisment

୬୭ବର୍ଷୀୟ ରିଟାର୍ଡ ଅଫିସରଙ୍କୁ ପୁଣି ନିଯୁକ୍ତି,ବିଜେପି ସରକାରର ପ୍ରଥମ ଥଇଥାନ

ରିଟାର୍ଡ ଓଏଏସ୍ ଅଫିସର ଖଗେନ୍ଦ୍ର କୁମାର ପାଢ଼ୀଙ୍କୁ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ଲିଗାଲ ପ୍ରୋଜେକ୍ଟ ମ୍ୟାନେଜମେଂଟ ୟୁନିଟର ଲିଗାଲ୍ କନସଲଟାଂଟ ଭାବେ ପୁନଃନିଯୁକ୍ତି ମିଳିଛି।

undefined

Loka Seva Bhavan

Advertisment

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଜଣେ ୬୭ବର୍ଷୀୟ ରିଟାର୍ଡ ଅଫିସରଙ୍କୁ ପୁନଃନିଯୁକ୍ତି ମିଳିଛି। ଏହା ବିଜେପି ସରକାରଙ୍କ ଦ୍ୱାରା ରିଟାର୍ଡ ଅଫିସରମାନଙ୍କୁ ଥଇଥାନର ପ୍ରଥମ ଘଟଣା ବୋଲି ଜଣାପଡ଼ିଛି। ପୂର୍ବର ନବୀନ ପଟ୍ଟନାୟକ ସରକାରରେ ରିଟାର୍ଡ ଅଫିସର ଓ କର୍ମଚାରୀମାନଙ୍କୁ ସରକାରୀ ଚାକିରିରୁ ଅବସର ପରେ ଓଏସଡି, କନସଲଟାଂଟ୍ ଓ ଉପଦେଷ୍ଟା ଆଦି ନାଁରେ ପୁନଃନିଯୁକ୍ତି ମିଳୁଥିଲା। ଯାହାକୁ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିଲା।

Advertisment

ସୂଚନା ଅନୁସାରେ, ରିଟାର୍ଡ ଓଏଏସ୍ ଅଫିସର ଖଗେନ୍ଦ୍ର କୁମାର ପାଢ଼ୀଙ୍କୁ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ଲିଗାଲ ପ୍ରୋଜେକ୍ଟ ମ୍ୟାନେଜମେଂଟ ୟୁନିଟର ଲିଗାଲ୍ କନସଲଟାଂଟ ଭାବେ ପୁନଃନିଯୁକ୍ତି ମିଳିଛି। ଜୁଲାଇ ୨ତାରିଖରୁ ତାଙ୍କୁ ଏକବର୍ଷ ପାଇଁ ଏହି ପଦବୀରେ ମାସିକ ୬୦ହଜାର ଟଙ୍କା ପାରିଶ୍ରମିକରେ ଅବସ୍ଥାପିତ କରାଯାଇଛି । ଅର୍ଥ ବିଭାଗର ଅନୁମୋଦନ ପରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି ନିଯୁକ୍ତି ଦେଇଛି । ଜୁଲାଇ ୨ତାରିଖରେ ଏନେଇ ବିଧିବଦ୍ଧ ନିର୍ଦ୍ଦେଶନାମା ମଧ୍ୟ ବିଭାଗ ଦ୍ୱାରା ଜାରି ହୋଇଛି ।

ଶ୍ରୀ ପାଢ଼ୀ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ପଦବୀରେ ଥାଇ ୬୦ବର୍ଷ ବୟସରେ ୨୦୧୮ ଏପ୍ରିଲ ୩୦ତାରିଖରେ ସରକାରୀ ଚାକିରିରୁ ଅବସର ନେଇଥିଲେ । ଏହାପରେ ନବୀନ ପଟ୍ଟନାୟକ ସରକାର ତାଙ୍କୁ ସମ୍ପୃକ୍ତ ବିଭାଗରେ ପୁନଃ ନିଯୁକ୍ତି ଦେଇ ଏହି ଅବଧିକୁ ବଢ଼ାଇ ଚାଲିଥିଲେ । ତେବେ  ନବୀନ ପଟ୍ଟନାୟକ ସରକାର ଯିବାପରେ ମଧ୍ୟ ଶ୍ରୀ ପାଢ଼ୀଙ୍କୁ ପୁଣିଥରେ ସମ୍ପୃକ୍ତ ବିଭାଗର ଲିଗାଲ୍ କନସଲଟାଂଟ ଭାବେ ଥଇଥାନ କରାଯିବା ପଛରେ କ’ଣ ଉଦ୍ଦେଶ୍ୟ ରହିଛି ତାକୁ ନେଇ ପ୍ରଶ୍ନ ଉଠିଛି । ଇତିମଧ୍ୟରେ ଅବସରପ୍ରାପ୍ତ ଓଏଏସ୍ ଶ୍ରୀ ପାଢ଼ୀଙ୍କୁ ୬୭ବର୍ଷ ବୟସ ହୋଇଥିବା ଜଣାପଡ଼ିଛି ।

Advertisment

ଅବଶ୍ୟ ରାଜ୍ୟରେ ସରକାର ପରିବର୍ତ୍ତନ ହେବା ସହ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଏହି ରିଟାର୍ଡ ଅଫିସରମାନଙ୍କ ପୁନଃନିଯୁକ୍ତି ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିବ ବୋଲି ଚର୍ଚ୍ଚା ହେଉଥିଲା । ନଗର ଉନ୍ନୟନ ବିଭାଗରେ ଅବସର ପରେ ପୁନଃନିଯୁକ୍ତି ପାଇଥିବା ସଂଗ୍ରାମଜିତ୍ ନାୟକଙ୍କୁ ଗତ ସପ୍ତାହରେ ରାଜ୍ୟ ସରକାର ତତ୍କାଳ ପ୍ରଭାବରୁ ଦାୟିତ୍ୱମୁକ୍ତ କରିଥିଲେ । ଏହାସହିତ ଅବସରପ୍ରାପ୍ତ ଶାରଦା ପ୍ରସାଦ ପଣ୍ଡାଙ୍କୁ ମଧ୍ୟ ପୁନଃନିଯୁକ୍ତିର ସୁଯୋଗ ମିଳିନଥିଲା । କିନ୍ତୁ ଇତିମଧ୍ୟରେ ସଂଗ୍ରାମଜିତଙ୍କୁ ପୁଣିଥରେ ଥଇଥାନ କରାଯାଉଥିବା ଚର୍ଚ୍ଚା ଜୋର ଧରିଛି । ସେହିପରି ୱାଟକୋ ସିଇଓ ଭାବେ ଅବସରପ୍ରାପ୍ତ ଇଞ୍ଜିନିୟର ପ୍ରଦୀପ୍ତ କୁମାର ସ୍ୱାଇଁଙ୍କ କାର୍ଯ୍ୟକାଳ ମଧ୍ୟ ପୁଣିଥରେ ବଢ଼ିପାରେ ବୋଲି ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଖାଲି ପଡ଼ିଥିବା ୧.୩୪ଲକ୍ଷ ସରକାରୀ ପଦବୀକୁ ପୂରଣ ପାଇଁ ମୋହନ ମାଝୀ ସରକାର ଇତିମଧ୍ୟରେ କସରତ ଆରମ୍ଭ କରିସାରିଛନ୍ତି ।

Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe