Advertisment

ଖେଳ ବଦଳାଇ ଦେଲେ ରେବନ୍ଥ ରେଡ୍ଡୀ!

କଂଗ୍ରେସ ଆଗୁଆ ଥିବା ବେଳେ ପଛରେ ରହିଛି ବିଆରଏସ୍‌।

ଅଦ୍ୟତନ ହୋଇଛି
Revanth Reddy

Revanth Reddy

Advertisment

ତେଲଙ୍ଗାନାରେ ବଦଳିବ ସରକାର। ବିଆରଏସ୍‌ର ଯୁଗ ହେବ ଶେଷ। ଆସିବ କଂଗ୍ରେସ। ଭୋଟ୍ ଗଣତି ଚାଲିଥିବା ବେଳେ ଆସିଛି ଏମିତି ଚିତ୍ର। ଆଉ ତା’ ଭିତରେ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚାରେ ଅଛନ୍ତି ତେଲଙ୍ଗାନା କଂଗ୍ରେସ ସଭାପତି ରେବନ୍ଥ ରେଡ୍ଡୀ।

Advertisment

54 ବର୍ଷୀୟ ରେବନ୍ଥ ରେଡ୍ଡୀ ଯୁବାବସ୍ଥାରୁ ରାଜନୀତିରେ ଅଛନ୍ତି। ଛାତ୍ର ଥିବା ବେଳେ ସେ ଏବିଭିପି ସହିତ ଜଡ଼ିତ ଥିଲେ। 2006ରେ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିଲ୍ଲା ପରିଷଦ ନିର୍ବାଚନ ଲଢ଼ି ଜିତିଥିଲେ। 2007ରେ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଆନ୍ଧ୍ର ପ୍ରଦେଶ ବିଧାନ ପରିଷଦକୁ ନିର୍ବାଚିତ ହୋଇଥିଲେ। ପରେ ସେ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି)ରେ ଯୋଗ ଦେଇଥିଲେ।

ଟିଡିପି ଟିକେଟରେ ରେବନ୍ଥ ରେଡ୍ଡୀ 2009ରେ ଆନ୍ଧ୍ର ପ୍ରଦେଶ ବିଧାନସଭା ଓ 2014ରେ ତେଲେଙ୍ଗାନା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। 2017ରେ ସେ କଂଗ୍ରେସରେ ମିଶିଥିଲେ। 2018 ତେଲଙ୍ଗାନା ବିଧାନସଭା ନିର୍ବାଚନରେ ରେବନ୍ଥ ରେଡ୍ଡୀ କଂଗ୍ରେସ ପ୍ରାର୍ଥୀ ଭାବେ କୋଡଙ୍ଗଲ ଆସନରୁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ। ତେବେ 2019 ସାଧାରଣ ନିର୍ବାଚନରେ ସେ କଂଗ୍ରେସ ଟିକେଟରେ ମାଲକାଜଗିରି ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। 2021ରେ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ବ ତାଙ୍କୁ ଦଳର ତେଲଙ୍ଗାନା ମୁଖ୍ୟ କରିଥିଲେ।

Advertisment

ତେଲଙ୍ଗାନା କଂଗ୍ରେସ ସଭାପତି ଭାବେ ତାଙ୍କର କାର୍ଯ୍ୟ ଶୈଳୀକୁ ଦଳ ଭିତରୁ କିଛି ନେତା ବିରୋଧ କରୁଥିଲେ। କିନ୍ତୁ ରେବନ୍ଥ ରେଡ୍ଡୀଙ୍କୁ ମିଳିଥିଲା କେନ୍ଦ୍ରୀୟ ନେତୃତ୍ବଙ୍କ ସମର୍ଥନ। ସେ ରାଜ୍ୟରେ ନିଜ ଶୈଳୀରେ ଦଳକୁ ପରିଚାଳନା କଲେ। ତୃଣମୂଳ ସ୍ତରକୁ ଗଲେ। ସଂଗଠନକୁ ଦୃଢ଼ କଲେ। ବିଭିନ୍ନ ପ୍ରସଙ୍ଗରେ ବିଆରଏସ ସରକାରକୁ ଘେରିବାକୁ ସେ ବଡ଼ ବଡ଼ ରାଲି ଓ ସଭାର ଆୟୋଜନ କରିଥିଲେ। ସେହି ରାଲି ଓ ସଭାଗୁଡ଼ିକୁ ସେ ସମ୍ବୋଧିତ କରିଥିଲେ। ସବୁ ବେଳେ କେନ୍ଦ୍ରର ବଡ଼ ବଡ଼ ନେତାଙ୍କ ପାଖେ ପାଖେ ରହିଥିଲେ। ସେଥିପାଇଁ ତାଙ୍କୁ ସୁଯୋଗ ମଧ୍ୟ ଦିଆଯାଇଥିଲା। ତାଙ୍କୁ କେସିଆରଙ୍କ ସମକକ୍ଷ କରିବାକୁ ତାଙ୍କ ବିରୋଧରେ ଦଳର ଚେହେରା କରିବାକୁ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ବ ସମସ୍ତ ସୁଯୋଗ ଦେଇଥିଲେ।

ଏପରିକି ଚଳିତ ନିର୍ବାଚନରେ ରେବନ୍ଥ ରେଡ୍ଡୀ ସିଧାସଳଖ ବିଆରଏସ୍ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି। ଦୁହେଁ କାମାରେଡ୍ଡୀ ଆସନରୁ ପ୍ରାର୍ଥୀ ହୋଇଛନ୍ତି। କାମାରେଡ୍ଡୀ ହେଉଛି କେସିଆରଙ୍କ ଜନ୍ମମାଟି। ତା’ସହିତ ବିଆରଏସ୍‌ର ଭଲ ସଂଗଠନ ରହିଛି। ତଥାପି ଏହି ଆସନରେ ଆଗରେ ଅଛନ୍ତି ରେବନ୍ଥ ରେଡ୍ଡୀ। ଅନ୍ୟପକ୍ଷରେ କେସିଆର ତୃତୀୟ ସ୍ଥାନରେ ରହିଛନ୍ତି। କେସିଆର ଗଜଓ୍ବେଲ ଆସନରୁ ମଧ୍ୟ ନିର୍ବାଚନ ଲଢ଼ୁଛନ୍ତି। ସେଠାରେ ସେ ଆଗରେ ଚାଲିଛନ୍ତି। ସେହିପରି ରେବନ୍ଥ ରେଡ୍ଡୀ କାମାରେଡ୍ଡୀ ଆସନ ସହିତ କୋଡଙ୍ଗଲ ଆସନରୁ ପ୍ରାର୍ଥୀ ହୋଇଛନ୍ତି। ସେ ସେହି ଆସନରେ ମଧ୍ୟ ଆଗରେ ଅଛନ୍ତି।

ଭୋଟ୍ ଗଣତି ଚାଲିଥିବା ବେଳେ କଂଗ୍ରେସ 64ଟି ଆସନରେ ଆଗୁଆ ଥିବା ବେଳେ ବିଆରଏସ୍‌ 40, ବିଜେପି 9 ଓ ଅନ୍ୟାନ୍ୟ 6ଟି ଆସନରେ ଆଗୁଆ ଅଛନ୍ତି।

Congress Telengana Brs Revanth Reddy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe