Advertisment

ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ପାଇଁ ୧୮ ତାରିଖରୁ ପଞ୍ଜିକରଣ

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ନିଜର ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ପାଇଁ ଯେଉଁମାନେ ଆଗ୍ରହୀ ଥିବେ ସେମାନେ ଜନଶୁଶାଣି ପୋର୍ଟାଲ ଅବା ଜନଶୁଣାଣି ମୋବାଇଲ ଆପ୍ଲିକେସନ୍ ମାଧ୍ୟମରେ ପଞ୍ଜିକରଣ କରିପାରିବେ ।

author-image
Ordigital Desk
undefined

Mohan Majhi

ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ପାଇଁ ଆଗୁଆ ପଞ୍ଜିକରଣ ନିମନ୍ତେ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି । ଅକ୍ଟୋବର ୨୧ ଓ ୨୮ତାରିଖ ଦୁଇ ସୋମବାରରେ ଦିନ ୧୧ଟାରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଜନଅଭିଯୋଗର ଶୁଣାଣି କରିବେ ।  ସେଥିପାଇଁ ୧୮ତାରିଖରୁ ଆଗୁଆ ପଞ୍ଜିକରଣ କରାଯିବ। ପ୍ରତ୍ୟେକ ସୋମବାରରେ ସର୍ବାଧିକ ଏକ ହଜାର ଜଣ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ତାଙ୍କର ଅଭିଯୋଗ ଜଣାଇପାରିବେ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ନିଜର ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ପାଇଁ ଯେଉଁମାନେ ଆଗ୍ରହୀ ଥିବେ ସେମାନେ ଜନଶୁଶାଣି ପୋର୍ଟାଲ ଅବା ଜନଶୁଣାଣି ମୋବାଇଲ ଆପ୍ଲିକେସନ୍ ମାଧ୍ୟମରେ ପଞ୍ଜିକରଣ କରିପାରିବେ । ଏହାପରେ ପଞ୍ଜିକୃତ ପ୍ରାପ୍ତି ସ୍ୱୀକାର ପତ୍ର ଓ ବ୍ୟକ୍ତିଗତ ପରିଚୟ ପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି ।

Bjp CM Mohan Majhi