Advertisment

କଂଗ୍ରେସକୁ ଆଶ୍ୱସ୍ଥି; ବ୍ୟାଙ୍କ ଖାତା ବ୍ୟବହାର କରିବାକୁ ଅନୁମତି ଦେଲେ ଇନକମ୍ ଟ୍ୟାକ୍ସ ଟ୍ରିବ୍ୟୁନାଲ

ଆସନ୍ତା ବୁଧବାର ମାମଲାର ପରବର୍ତ୍ତୀ ଶୁଣାଣି କରିବେ ଟ୍ରିବ୍ୟୁନାଲ।

author-image
Debibandita Barick
Sonia Gandhi, Mallikarjun Kharge & Rahul Gandhi

Sonia Gandhi, Mallikarjun Kharge & Rahul Gandhi

ବ୍ୟାଙ୍କ ଆକାଉଣ୍ଟ ଅଚଳ ଉପରେ କଂଗ୍ରେସକୁ ମିଳିଲା ଆସ୍ୱସ୍ଥି। ପାର୍ଟି ନିଜର ଆକାଉଣ୍ଟ ବ୍ୟବହାର କରିପାରିବ, ଏନେଇ ଇନକମ୍ ଟ୍ୟାକ୍ସ ଅପିଲେଟ୍ ଟ୍ରିବ୍ୟୁନାଲ ଆଜି ଏକ ଶୁଣାଣି କରି ଅନୁମତି ଦେଇଛନ୍ତି। ଏହି ମାମଲା ଉପରେ ଆସନ୍ତା ବୁଧବାର ଟ୍ରିବ୍ୟୁନାଲ ପରବର୍ତ୍ତୀ ଶୁଣାଣି କରିବେ। ସେପର୍ଯ୍ୟନ୍ତ ପାର୍ଟିର ବ୍ୟାଙ୍କ ଖାତା ଅଚଳ ହେବ ନାହିଁ, ପୂର୍ବୋପରି କାର୍ଯ୍ୟ କରିବ ବୋଲି ଟ୍ରିବ୍ୟୁନାଲ କହିଛନ୍ତି।

Advertisment

ସୂଚନାନୁସାରେ, କଂଗ୍ରେସର ମୋଟ ୯ଟି ବ୍ୟାଙ୍କ ଆକାଉଣ୍ଟ ଅଚଳ ହୋଇଯାଇଥିଲା। ଏହି ସବୁ ଖାତାରେ ଥିବା ଟଙ୍କା ଉଠାଣ ଉପରେ ଇନକମ୍ ଟ୍ୟାକ୍ସ ଡିପାର୍ଟମୋଣ୍ଟ ରୋକ୍ ଲଗାଇଥିଲା। ଗତକାଲି ଏନେଇ କଂଗ୍ରେସ ଆୟକର ଅପିଲେଟ୍ ଟ୍ରିବ୍ୟୁନାଲରେ ଏକ ଆବେଦନ କରିଥିଲା। କଂଗ୍ରେସ କୋଷାଧ୍ୟକ୍ଷ ଅଜୟ ମାକେନ୍ ଗତକାଲି ଏହି ଆଫିଡେଭିଟ୍ ଦାଖଲ କରିଥିଲେ ଏବଂ ଆଜି ଏହା ଆୟକର ଟ୍ରିବ୍ୟୁନାଲରେ ଶୁଣାଣି ହୋଇଥିଲା। 

କଂଗ୍ରେସ ରାଜ୍ୟସଭା ସାଂସଦ ତଥା ଦଳ ପକ୍ଷରୁ ଲଢୁଥିବା ବିବେକ ତନଖା କଂଗ୍ରେସ ପକ୍ଷରୁ ହାଜର ହୋଇଥିଲେ। ତାଙ୍କ ପକ୍ଷ ଶୁଣିବା ପରେ ଟ୍ରିବ୍ୟୁନାଲ ଅନ୍ତରୀଣ ଆଶ୍ୱସ୍ଥି ଦେଇଛନ୍ତି। ସେ ଏନେଇ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି।

Advertisment

ଏହାପୂର୍ବରୁ ବ୍ୟାଙ୍କ ଖାତା ଅଚଳ ହୋଇଯିବା ପରେ କଂଗ୍ରେସର କୋଷାଧ୍ୟକ୍ଷ ଅଜୟ ମାକେନ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ବ୍ୟାଙ୍କ ଖାତା ଅଚଳକୁ ନିର୍ବାଚନୀ ଟାର୍ଗେଟ ବୋଲି ଦର୍ଶାଇଥିଲେ। ସେ ଅଭିଯୋଗ କରିଥିଲେ ଯେ, ନିର୍ବାଚନ ତାରିଖ ଘୋଷଣା ହେବାର ସପ୍ତାହେ ପୂର୍ବରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Income Tax Congress Bank Account Frozen Income Tax Tribunal