Advertisment

‘ନବୀନଙ୍କ ପୋଷ୍ଟର ହଟା, ନହେଲେ ଅଧିକ ୫ କିଲୋ ଚାଉଳ ଦିଅ!’

ନବୀନ ପୋଷ୍ଟର ମାରି ଚାଉଳ ଦେବା ମହଙ୍ଗା ପଡ଼ିଲା।

ଅଦ୍ୟତନ ହୋଇଛି
Poster

Poster

Advertisment

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଚାଉଳ ଦେବ, ନବୀନଙ୍କ ପୋଷ୍ଟର ଲାଗିବ! ଯଦି ନବୀନଙ୍କ ପୋଷ୍ଟର ଲାଗିବ, ତାହାହେଲେ ନବୀନଙ୍କ ପାଇଁ ୫ କିଲୋ ଅଧିକ ଚାଉଳ ଦିଅ। ଏପରି କହି ଯୋଗାଣ ସହାୟକଙ୍କୁ ପ୍ରଶ୍ନବାଣରେ ଘାଇଲା କରିଛନ୍ତି ହିତାଧିକାରୀ। ଶେଷରେ ନିରୁପାୟ ହୋଇ ନବୀନଙ୍କ ପୋଷ୍ଟର ହଟାଇଛନ୍ତି ଯୋଗାଣ ସହାୟକ। ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ ତାଣଗା ପଞ୍ଚାୟତରେ। ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।

Advertisment

ଗତକାଲି ତାଣଗା ପଞ୍ଚାୟତ ଅଫିସରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ହିତାଧିକାରୀଙ୍କୁ ଚାଉଳ ଦିଆଯାଉଥିଲା। ହେଲେ ଚାଉଳ ଦିଆଯାଉଥିବା ସ୍ଥାନରେ ନବୀନଙ୍କ ପୋଷ୍ଟର ଲାଗିଥିଲା। ହେଲେ ପ୍ରଧାନମନ୍ତ୍ରୀଙ୍କର କୌଣସି ପୋଷ୍ଟର ଲାଗି ନଥିଲା। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଚାଉଳ ଦିଆଯାଉଥିବା ବେଳେ କାହିଁକି ନବୀନଙ୍କ ପୋଷ୍ଟର ଲାଗଛି ବୋଲି ପ୍ରଶ୍ନ କରିଥିଲେ ହିତାଧିକାରୀ। ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। 

ଯଦି ନବୀନଙ୍କ ପୋଷ୍ଟର ଲାଗିଛି, ତାହାହେଲେ ନବୀନ ପାଇଁ ୫ କିଲୋ ଚାଉଳ ଦିଅ। ନହେଲେ  ମୁଖ୍ୟମନ୍ତ୍ରୀ ପୋଷ୍ଟରକୁ କାଢ଼ି ଦିଅ ବୋଲି  ଯୋଗାଣ ସହାୟକଙ୍କ ନିକଟରେ ହିତାଧିକାରୀ ଦାବି କରିଥିଲେ। ଶେଷରେ ନିରୁପାୟ ହୋଇ ନବୀନଙ୍କ ପୋଷ୍ଟର କାଢ଼ିଥିଲେ ଯୋଗାଣ ସହାୟକ। 

Advertisment

ପଶ୍ଚିମ ମୟୂରଭଞ୍ଜର ବିଜେପି ଓବିସି ମୋର୍ଚ୍ଚାର ଜିଲ୍ଲା ସଭାପତି ବିଜୁ ଗୋପାଳ ଗୋପ କହିଛନ୍ତି, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଚାଉଳ ଦିଆଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୋଷ୍ଟର ଲାଗିଥିଲା। ଏହାକୁ ନେଇ ବିରୋଧ କରିବାରୁ ପୋଷ୍ଟର କାଢ଼ି ଦିଆଯାଇଥିଲା।

ମୟୂରଭଂଜ ସଦର ଜିଲ୍ଲା ବିଜେଡି ସଭାପତି କାଶୀନାଥ ହେମ୍ରମ୍ବ କହିଛନ୍ତି, ଯେଉଁମାନେ ନବୀନଙ୍କ ପୋଷ୍ଟରକୁ ବିରୋଧ କରୁଥିଲେ,ସେମାନେ ଗ୍ରାମବାସୀ ନୁହନ୍ତି। ଚାଉଳଟି ପଞ୍ଚାୟତ ଅଫିସରେ ବଣ୍ଟାଯାଉଛି, ପଞ୍ଚାୟତ ଅଫିସଟି ହେଉଛି ରାଜ୍ୟ ସରକାରଙ୍କର। ରାଜ୍ୟ ସରକାରଙ୍କ ଅଫିସରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲାଗିବା କିଛି ଅସୁବିଧା ନୁହେଁ। ଏମାନେ ଅଯଥା ରାଜନୀତି କରୁଛନ୍ତି।

Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe