Advertisment

ପୁଞ୍ଚ ଆତଙ୍କୀ ହମଲାକୁ ପୁଲୱାମାର ପୁନରାବୃତ୍ତି କହିଲେ ବିରୋଧୀ

ନିଜର ତୁଣ୍ଡ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଶିବସେନା(ଉଦ୍ଧବ ବାଲାସାହେବ ଠାକରେ)ର ସାଂସଦ ସଞ୍ଜୟ ସିଂହ ସିଧାସଳଖ ପୁଞ୍ଚ ଆମ୍ବୁସ ଓ ୨୦୧୯ ପୁଲୱାମା ହମଲାରେ ସମାନତା ଥିବା କହିଛନ୍ତି।

author-image
Hemant Lenka
Pulwama

Pulwama

ଜମ୍ମୁ-କଶ୍ମୀରର ପୁଞ୍ଚରେ ଆତଙ୍କବାଦୀ ହମଲାକୁ ଦୃଢ଼ ଭାବେ ନିନ୍ଦା କରିଛନ୍ତି ଏକାଧିକ ବିରୋଧୀ ଦଳ ନେତା। ଗୁରୁବାର ହୋଇଥିବା ବ୍ଲାଇଣ୍ଡ କର୍ଭ ଆଟାକରେ ୫ ଜଣ ଯବାନ ସହିଦ ହୋଇଥିଲେ। ଏବେ ବି ଆଉ ୨ ଜଣ ଯବାନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାକୁ ବିରୋଧୀ ନିନ୍ଦା କରିଥିଲେ ହେଁ ସରକାରଙ୍କୁ ସୁରକ୍ଷା ପ୍ରସଙ୍ଗରେ ସମାଲୋଚନା କରିଛନ୍ତି। ଏଥିସହ ୨୦୧୯ ପୁଲୱାମା ହମଲାର ଏହା ପୁନରାବୃତ୍ତି ବୋଲି ସେମାନେ କହିଛନ୍ତି।

Advertisment

ନିଜର ତୁଣ୍ଡ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଶିବସେନା(ଉଦ୍ଧବ ବାଲାସାହେବ ଠାକରେ)ର ସାଂସଦ ସଞ୍ଜୟ ସିଂହ ସିଧାସଳଖ ପୁଞ୍ଚ ଆମ୍ବୁସ ଓ ୨୦୧୯ ପୁଲୱାମା ହମଲାରେ ସମାନତା ଥିବା କହିଛନ୍ତି। ପୁଲୱାମା ହମଲାରେ ୪୦ ଜଣ ବୀର ଯବାନଙ୍କୁ ଦେଶ ହରାଇଥିଲା।

ସଞ୍ଜୟ ରାଉତ କହିଛନ୍ତି, “ଗତକାଲିର ପୁଞ୍ଚରେ ହୋଇଥିବା ଆତଙ୍କୀ ହମଲା ପୁଞ୍ଚ ଆଟାକର ପୁନରାବୃତ୍ତି। ସରକାର ଶୋଇଛନ୍ତି। କ’ଣ ଆପଣ(ବିଜେପି) ଆମ ଯବାନଙ୍କ ବଳିଦାନକୁ ନେଇ ପୁଣି ରାଜନୀତି କରିବେ? କ’ଣ ୨୦୨୪ରେ ପୁଲୱାମା ପ୍ରସଙ୍ଗରେ ଆପଣ ପୁଣି ଭୋଟ ମାଗିବେ? ଯଦି ଆମେ ପୁଞ୍ଚ ଘଟଣାରେ ପ୍ରଶ୍ନ କରିବୁ, ତା’ହେଲେ ସେମାନେ ଆମକୁ ଦିଲ୍ଲୀ କିମ୍ବା ଦେଶ ବାହାରକୁ ଫିଙ୍ଗି ଦେବେ।”

Advertisment

ନ୍ୟାଶନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା ଧାରା ୩୭୦ ଉଚ୍ଛେଦ ପରେ ମଧ୍ୟ ଉପତ୍ୟକାରେ ଆତଙ୍କବାଦ ଜାରି ରହିଛି ବୋଲି କହିଛନ୍ତି। ସେ କହିଛନ୍ତି,  “ସେମାନେ ନିୟମିତ କହି ଆସୁଛନ୍ତି ଯେ ଧାରା ୩୭୦ ଆତଙ୍କବାଦର କାରଣ। ଏବେ ବି ଆତଙ୍କବାଦ ଜାରି ରହିଛି। କଶ୍ମୀରରେ କର୍ଣ୍ଣେଲ ଓ କ୍ୟାପ୍ଟେନ ପ୍ରାଣ ହରାଉଛନ୍ତି। ପ୍ରତିଦିନ କେଉଁଠି ନା କେଉଁଠି ବୋମା ବିସ୍ଫୋରଣ ହେଉଛି। କ’ଣ ଆତଙ୍କବାଦ ଶେଷ ହୋଇଗଲା? ଆତଙ୍କବାଦ ଶେଷ ହୋଇନାହିଁ। କିନ୍ତୁ ବିଜେପି ସମସ୍ତଙ୍କୁ ଜଣାଇବାକୁ ଚେଷ୍ଟା କରୁଛି ଯେ ଆତଙ୍କବାଦ ଶେଷ ହୋଇଯାଇଛି।”

ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବି ଆଜାଦ ଓ ମେହବୁବା ମୁଫତି ମଧ୍ୟ ଗୁରୁବାର ହୋଇଥିବା ଆତଙ୍କୀ ହମଲାକୁ ନିନ୍ଦା କରିଛନ୍ତି। ଗୁରୁବାର ପ୍ରାୟ ୩.୪୫ରେ ପୁଞ୍ଚର ଧାତୟାର ମୋରହ ନିକଟରେ ଥିବା ବ୍ଲାଇଣ୍ଡ କର୍ଭ ନିକଟରେ ଆତଙ୍କବାଦୀମାନେ ସେନାର ଦୁଇଟି ଗାଡ଼ିକୁ ଟାର୍ଗେଟ କରି ଗୁଳିମାଡ଼ କରିଥିଲେ। ଏଥିରେ ୫ ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Terror Attack Jammu Kashmir